• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜୀବନ ଆଉ ମୃତ୍ୟୁର ଦୂରତା କେତେ ? ପାଣି ଠାରୁ ଫୋଠକାର ଦୂରତା ଯେତେ । ମୃତ୍ୟୁ ଏକ ଧ୍ରୁବ ସତ୍ୟ ! କେତେବେଳେ ଯେ ମାଡ଼ିଆସିବ ଆଉ ସୁନାର ସଂସାରକୁ ଚୁନା କରିଦେବ କହିହେବ ନାହିଁ । ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏପରି ଏକ ଦୁଃଖଦ ଘଟଣା ଘଟିଛି । ଗରବା(garba) ନାଚୁ ନାଚୁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ଗରବା ସମୟରେ ଯୁବକ ଜଣକ ହଠାତ୍‌ ତଳେ ପଡ଼ିଯାଇଥିଲା । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଆଉ ଏକଥା ଶୁଣି ତାଙ୍କ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଖୁସିର ମାହୋଲ ଭିତରେ କାନ୍ଦବୋବାଳି ପଡ଼ିଛି ।  

ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବିରାର ସହରରେ ଏକ ଗରବା କାର୍ଯ୍ୟକ୍ରମରେ ନାଚୁଥିବା ବେଳେ ଜଣେ ୩୫ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ଘଟିଛି । ଗତ ରବିବାର ମୃତକ ମନୀଷ ନରପଜୀ ସୋନିଗ୍ରା ବିରାର ଗ୍ଲୋବାଲ ସିଟି କମ୍ପ୍ଲେକ୍ସରେ ଆୟୋଜିତ ହୋଇଥିବା ଏକ ଗରବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହଠାତ୍ ସେ ନାଚୁ ନାଚୁ ତଳେ ପଡିଯାଇଥିଲେ । ତେବେ ସେ ପଡ଼ିଯିବା ପରେ ତାଙ୍କ ବାପା ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତରମାନେ ମନୀଷଙ୍କୁ ମୃତ ଘୋଷଣା କରିଥିଲେ ।

ଏପରି ଖୁସିର ମାହୋଲରେ ପୁଅର ଯେ ଜୀବନ ଚାଲିଯିବ ସେ ବିଶ୍ୱାସ କରିପାରୁନଥିଲେ । ପୁଅର ମୃତ୍ୟୁ ଖବର ଶୁଣି ସେ ଏତେ ମର୍ମାହତ ହୋଇଥିଲେ ଯେ ଡାକ୍ତରଖାନାରେ ହିଁ ଟଳି ପଡ଼ିଥିଲେ । ହୃଦଘାତରେ ହିଁ ତାଙ୍କର ଜୀବନ ଚାଲିଗଲା ।  ତେବେ ଦୁଇ ଜଣଙ୍କ ଜୀବନ ଚାଲିଯିବା ପରେ ପରିବାର ଲୋକଙ୍କ କାନ୍ଦବୋବାଳିରେ ଫାଟି ପଡ଼ୁଛି ଅଞ୍ଚଳ । ଉଭୟଙ୍କ କୋକେଇ ଉଠିବା ସମୟରେ ସମସ୍ତଙ୍କ  ଆଖିରେ ଲୁହ ଦେଖିବାକୁ ମିଳିଛି ।

ଗୁଜୁରାଟରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷ ବର୍ଷୀୟ ଯୁବକ ଗରବା ଖେଳିବା ସମୟରେ ପ୍ରାଣ ହରାଇଛନ୍ତି । ୩୦ ସେପ୍ଟେମ୍ବର ଶୁକ୍ରବାର ରାତିରେ ବିରେନ୍ଦ୍ର ସିଂ ନାମକ ଯୁବକ ଗରବା ଖେଳିବା ସମୟରେ ହୃଦଘାତରେ ପ୍ରାଣ ହରାଇଛନ୍ତି । ଏହି ଯୁବକ ଆନନ୍ଦ ଜିଲ୍ଲାର ତାରାପୁରର ଶିବ ଶକ୍ତି ସୋସାଇଟିର ବାସିନ୍ଦା ଥିଲେ।