• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କିଏ କହେ ପ୍ରେମ ଅସରନ୍ତି ସୁଖ ଭଣ୍ଡାର । କିଏ କହେ ପ୍ରେମ ଆଗରେ ସ୍ୱର୍ଗ ସୁଖ ତୁଚ୍ଛ । ପୁଣି ଆଉ କିଏ କହେ, ପ୍ରେମ କ୍ରୋଧ ହିଂସା ଦ୍ୱେଷ ଭରା । ଏହି ପ୍ରେମ ପାଇଁ କେତେ ଗୀତ, କେତେ କବିତା । ପ୍ରେମ କେତେବେଳେ ଅମର କରିଦିଏ, ପୁଣି କେତେବେଳେ ଜୀବନ ନେଇଯାଏ । ତେବେ ଏଇ ପ୍ରେମ ପାଇଁ ପୁଣି ଜଣେ ଯୁବକ ଜୀବନ ଦେଇ ଦେଇଛନ୍ତି । ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ଛତିଶଗଡ଼ର ବାଲୋଦ ଜିଲ୍ଲାରେ । ଏକତରଫା ପ୍ରେମ କରି ବିଫଳ ହେବା ପରେ ସେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ଘରର କାନ୍ଥରେ ପ୍ରେମିକା ଉଦ୍ଦେଶ୍ୟରେ ପ୍ରେମଭରା ଶେଷ ଲେଖା ଛାଡ଼ି ଯାଇଛନ୍ତି ।

ମୁଁ ତୋତେ ଜୀବନ ଠାରୁ ଅଧିକ ଭଲପାଏ । ତୋ ବିନା ଏ ଜୀବନର କିଛି ମୂଲ୍ୟ ନାହିଁ । ତୋତେ ଆଉ କାହାର ହେଉଥିବା ଦେଖିପାରି ବିନି । ସେଥିପାଇଁ ସବୁଦିନ ପାଇଁ ତୋ ଜୀବନ ଠାରୁ ବହୁ ଦୂରକୁ ଚାଲି ଯାଉଛି । ସେ ଅଫେରା ରାଇଜରୁ ମୁଁ ଆଉ ଫେରିବିନି, ମୋ ଆୟୁଷ ତୋତେ ଲାଗିଯାଉ । ମୋ ମୃତଦେବ ତୋ ପାଇଁ ବିବାହ ଉପହାର । ଘର କାନ୍ଥରେ ଏପରି କିଛି ଲେଖି ପ୍ରଥମେ ଭିଡିଓ ତିଆରି କରିଥିଲେ ଆଉ ତା’ପରେ ହ୍ୱାଟସଆପରେ ଷ୍ଟାଟସ୍‌ ଦେବା ପରେ ଆତ୍ମହତ୍ୟା କରିଛନ୍ତି ଯୁବକ ।

ଘଟଣା ସମ୍ପର୍କରେ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ମୃତଦେହକୁ ଉଦ୍ଧାର କରିବା ପରେ ବର୍ତ୍ତମାନ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ବୋଲି ବାଲୋଦ ଡିଏସପି ପ୍ରତୀକ ଚତୁର୍ବେଦୀ କହିଛନ୍ତି । ଏହା ସହିତ ଭିଡିଓର ମଧ୍ୟ ଯାଞ୍ଚ କରାଯାଉଛି । ଭିଡିଓ ଆଧାରରେ ଛାନଭିନ୍‌ ଆରମ୍ଭ ହୋଇଛି ।

ତେବେ ଆତ୍ମହତ୍ୟା କରିଥିବା ଯୁବକ ଜଣକ ଏକତରଫା ପ୍ରେମ କରୁଥିଲେ ବୋଲି ପୋଲିସ୍‌ କହିଛି । ପ୍ରେମକାର ବିବାହ ଅନ୍ୟତ୍ର ହୋଇଯିବା ପରେ ସେ ଏକଥାକୁ ସହ୍ୟ କରିପାରିନଥିଲେ । ଶେଷରେ ସେ ଏପରି ଚରମ ପଦକ୍ଷେପ ନେଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now