Advertisment

ସ୍ତ୍ରୀକୁ ଚୁମ୍ବନ ଦେବାରୁ ମାଡ଼ ଖାଇଲେ ସ୍ୱାମୀ

ମାଡ଼ ଖାଉଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Sarayu is one of the seven tributaries of Ganga. (Representational)

Sarayu is one of the seven tributaries of Ganga. (Representational)

ନଦୀରେ ଗାଧୋଇବା ବେଳେ ସ୍ତ୍ରୀକୁ ଚୁମ୍ବନ ଦେବାରୁ ମାଡ଼ ଖାଇଲେ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଅଯୋଧ୍ୟାରେ। ଉତ୍ତର ପ୍ରଦେଶ ଅଯୋଧ୍ୟା ସ୍ଥିତ ସରାୟୁ ନଦୀରେ ଦମ୍ପତି ସ୍ନାନ କରୁଥିବା ବେଳେ ଏଭଳି ଘଟଣା ଘଟିଛି। ନିର୍ଯାତନା ଓ ମାଡ଼ ମାରିବାର ଭିଡିଓ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ କରିଛି ଅଯୋଧ୍ୟା ପୋଲିସ।

Advertisment

ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହିତ ଅଯୋଧ୍ୟା ସ୍ଥିତ ସରାୟୁ ନଦୀରେ ଗାଧୋଉଥିଲେ। ଗାଧୋଇବା ବେଳେ ସ୍ତ୍ରୀଙ୍କୁ ଚୁମ୍ବନ ଦେଇଥିଲେ ସ୍ୱାମୀ। ଏହି ସମୟରେ କୂଳ ଓ ନଦୀରେ ଥିବା ଲୋକମାନେ ଗାଳିଗୁଲଜ ଓ ପରିହାସ କରିଥିଲେ। ଏତିକି ବେଳେ ପାଖରେ ଥିବା କିଛି ଲୋକ ସ୍ୱାମୀଙ୍କୁ ନଦୀରୁ ଟାଣି ଆଣି ଚାପୁଡା ବିଧା, ଗୋଇଠା ମାରିଚାଲିଥିଲେ। ଏଭଳି ଅଶ୍ଲୀଳ ଆଚରଣ ଆମେ ସହିପାରିବୁ ନାହିଁ ବୋଲି ସେଠାରେ ଥିବା ଉପସ୍ଥିତ ଲୋକ କହୁଥିଲେ। 

Advertisment

ମାଡ଼ ଖାଉଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ। ତେବେ ଏହି ଏହି ଭିଡିଓ ଭାଇରାଲ ହେବା ପରେ ଅଯୋଧ୍ୟା ପୋଲିସ ଟ୍ୱିଟ୍‌ କରି କହିଛି ଯେ ଏହି ଘଟଣାକୁ ଆମେ ଗୁରୁତର ସହ ନେଇଛୁ। ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

ସରାୟୁ ନଦୀ ଗଙ୍ଗାର ସାତଟି ଉପନଦୀ ମଧ୍ୟରୁ ଅନ୍ୟତମ ଏବଂ ଏହାକୁ ହିନ୍ଦୁମାନେ ପବିତ୍ର ବୋଲି ବିବେଚନା କରନ୍ତି | କୁହାଯାଏ ସରାୟୁ ନଦୀ କୂଳରେ ପ୍ରଭୁ ରାମଙ୍କ ଜନ୍ମସ୍ଥାନ।

Man Beaten For Kissing
Advertisment
Advertisment