Advertisment

ରାଷ୍ଟ୍ରପତିଙ୍କୁ ନେଇ TMC ନେତାଙ୍କ ପୁଣି ଅଶାଳୀନ ମନ୍ତବ୍ୟ; ଏଥର ରୂପକୁ ନେଇ ତାଚ୍ଛଲ୍ୟ

ଦେଶର ପ୍ରଥମ ନାଗରିକ ତଥା ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଚ୍ଛଲ୍ୟ କରିଛି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି।

author-image
Manoranjan Behera
TMC Leader Akhil Giri Commenting President Murmu

TMC Leader Akhil Giri Commenting President Murmu

ରାଷ୍ଟ୍ରପତିଙ୍କ ପ୍ରତି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଏକ ଜନସଭାରେ ତାଚ୍ଛଲ୍ୟ କରିଛନ୍ତି ଟିଏମ୍‌ସି ନେତା ଅଖିଳେଶ ଗିରି ।

Advertisment

ଆମେ ରାଷ୍ଟ୍ରପତିଙ୍କ ଚେୟାରକୁ ସମ୍ମାନ ଦେଉଛୁ, ତେବେ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ବୋଲି ଜନସଭାରେ ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରଶ୍ନ କରିଛନ୍ତି ଅଖିଳ ।  ଏହାକୁ ନେଇ ଏବେ ବିଭିନ୍ନ ମହଲରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ମନ୍ତବ୍ୟକୁ ସମାଲୋଚନା ସହ ସିଧା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ବିଜେପି ।

Advertisment

ଅଖିଳ ଗିରିଙ୍କ ମନ୍ତବ୍ୟ ବେଳେ ମହିଳା କଳ୍ୟାଣ ମନ୍ତ୍ରୀ ଘଟଣାସ୍ତଳରେ ଉପସ୍ଥିତ ଥିଲେ ବୋଲି ବିଜେପି ଦାବି କରିଛି । ମମତା ଆଦିବାସୀ ବିରୋଧୀ ବୋଲି ବିଜେପି କହିଛି । ପୂର୍ବରୁ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହେବା ପରେ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ ହୋଇଥିଲେ ।

ସହିଦ ଦିବସରେ ନନ୍ଦିଗ୍ରାମରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗରେ ମନ୍ତ୍ରୀ ଗିରି ଓ ଅନ୍ୟ ଟିଏମସି ନେତାମାନେ ଜନସଭା କରିଥିଲେ। ଏଥିରେ ଅଧିକାରୀଙ୍କୁ ଟାର୍ଗେଟ କରିବାକୁ ଯାଇ ଟିଏମସିର ନେତା ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୂରା ବିବାଦ ମଧ୍ୟକୁ ଟାଣିଛନ୍ତି। ସେ ରାଷ୍ଟ୍ରପତିଙ୍କ ନାଁ ନ ନେଇ କହିଛନ୍ତି, “ସେ(ଶୁଭେନ୍ଦୁ ଅଧିକାରୀ) କହିଥିଲେ ମୁଁ(ଅଖିଳ ଗିରି) ଦେଖିବାକୁ ସୁନ୍ଦର ନୁହେଁ। ସେ କେତେ ସୁନ୍ଦର! ଆମେ ଲୋକଙ୍କୁ ସେମାନଙ୍କ ରୂପକୁ ଦେଖି ଜଜ୍‌ କରି ନଥାଉ। ଆମେ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ ଦେଉ। କିନ୍ତୁ ଆପଣଙ୍କ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି?”

Draupadi Murmu TMC Leader President Of India
Advertisment
Advertisment