ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଘୋଷଣା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି ମମତା ବାନାର୍ଜୀ । ଆରଜି କର ମେଡିକାଲ୍ କଲେଜ ଘଟଣାକୁ ନେଇ ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଥମିବାର ନାଁ ନେଉନି । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର । କୋଲକାତାର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରାଦେଶରେ ଆକ୍ରୋଶ ଦେଖାଦେଇଛି ।
ପଶ୍ଚିମବଙ୍ଗ ସରକାରକୁ ସବୁ ମହଲରେ ସମାଲୋଚିତ ହେବାକୁ ପଡ଼ିଛି । ଏମିତି କି ଜଣେ ମହିଳା ମୁଖ୍ୟମନ୍ତ୍ରୀ ହୋଇ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । କୋଲକାତା ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ପଶ୍ଚିମବଙ୍ଗ ସରକାରକୁ କଡ଼ା ଭତ୍ସନା କରିଛନ୍ତି ।
ଆନ୍ଦୋଳନରତ ଜୁନିୟର ଡାକ୍ତର ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଥିଲା । ମାତ୍ର ଆଲୋଚନାକୁ ଜୁନିଅର ଡାକ୍ତରମାନେ ଆସିନଥିଲେ । ଫଳରେ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ଫେରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାପରେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି ମମତା । କହିଛନ୍ତି, ''ମୋ ପାଇଁ ପଦ ବଡ଼ ନୁହେଁ, ମୁଁ ନ୍ୟାୟ ଚାହୁଁଛି'' । ଏହାସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ କହିଛନ୍ତି ମମତା ବାନାର୍ଜୀ ।
Also Read
-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମମତା ବାନାର୍ଜୀଙ୍କ ପ୍ରସ୍ତାବ
— ଓଟିଭି (@otvkhabar) September 12, 2024
-ଆରଜି କର ମେଡିକାଲ୍ କଲେଜ ଘଟଣାକୁ ନେଇ ପ୍ରସ୍ତାବ ଦେଲେ
-ମୋ ପାଇଁ ପଦ ବଡ଼ ନୁହେଁ, ମୁଁ ନ୍ୟାୟ ଚାହୁଁଛି କହିଲେ
-ଆନ୍ଦୋଳନରତ ଜୁନିୟର ଡାକ୍ତର ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଥିଲା
-ଆଲୋଚନାକୁ ଜୁନିୟର ଡାକ୍ତରମାନେ ନ ଆସିବାରୁ ମତ ରଖିଲେ
-ଦୁଇ ଘଣ୍ଟା ଅପେକ୍ଷା… pic.twitter.com/xZU5xeVOR6