/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696302286.jpg)
Malaria Vaccine
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମ୍ୟାଲେରିଆର ମୁକାବିଲା ପାଇଁ ଦ୍ୱିତୀୟ ଟିକା ସୁପାରିସ କରାଯାଇଛି । ଶିଶୁମାନଙ୍କର ମ୍ୟାଲେରିଆ ମୁକାବିଲା ପାଇଁ ଏହା ବିଶେଷ ଫଳପ୍ରଦ ହେବ । R21/ MATRIX -M ଟିକାକୁ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଉଦ୍ଭାବନ କରାଯାଇଥିବା ବେଳେ ଭାରତର ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହାର ପ୍ରସ୍ତୁତି କରାଯାଇଛି ।
ପ୍ରତିବର୍ଷ ଆଫ୍ରିକାର ପ୍ରାୟ ୫ଲକ୍ଷରୁ ଅଧିକ ଶିଶୁ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୁପାରିସ ହୋଇଥିବା ନୂତନ ଟିକା ସେମାନଙ୍କ ପାଇଁ ଅମୋଘ ଅସ୍ତ୍ର ହେବ । ବିଶ୍ୱ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଧିକ ଲୋକ ମ୍ୟାଲେରିଆ ପ୍ରବଣ ଅଂଚଳରେ ରହୁଛନ୍ତି । ବିଶେଷ କରି ଆଫ୍ରିକା ମହାଦେଶରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
ପୂର୍ବରୁ ବ୍ରିଟିଶ ଫାର୍ମାକଂପାନୀ ଜିଏସକେ ଦ୍ୱାରା ପ୍ରସ୍ତୁତ RTS,S ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମ୍ୟାଲେରିଆର ମୁକାବିଲା ପାଇଁ ସୁପାରିସ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)