Advertisment

ପୁଣି ଜନତାଙ୍କୁ ବଡ଼ ଆଶ୍ୱସ୍ତି ! ଆହୁରି ଶସ୍ତା ହେଲା LPG ଗ୍ୟାସ୍‌ ସିଲିଣ୍ଡର

ଘରୋଇ LPG ଗ୍ୟାସ୍‌ ସିଲିଣ୍ଡର ଦର ପରେ ଏବେ କମର୍ସିଆଲ୍‌ LPG ଗ୍ୟାସ୍‌ ସିଲିଣ୍ଡର ଦର ହ୍ରାସ ପାଇଛି। ୧୯ କିଲୋ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦର ୧୫୮ ଟଙ୍କା  ହ୍ରାସ ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
LPG Gas Price Today cut

commercial LPG prices cut

ପୁଣି ଜନତାଙ୍କୁ ଆଉ ଏକ ବଡ଼ ଆଶ୍ୱସ୍ତି। ଘରୋଇ LPG ଗ୍ୟାସ୍‌ ସିଲିଣ୍ଡର ଦର ପରେ ଏବେ କମର୍ସିଆଲ୍‌ LPG ଗ୍ୟାସ୍‌ ସିଲିଣ୍ଡର ଦର ହ୍ରାସ ପାଇଛି। ପବ୍ଲିକ୍‌ ସେକ୍ଟର ଅଏଲ୍‌ ମାର୍କେଟିଂ କମ୍ପାନୀ(OMCs) ୧୯ କିଲୋ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦର ୧୫୮ ଟଙ୍କା  ହ୍ରାସ କରିଛି।  ଆଜିଠୁ ନୂଆ ଦର ଲାଗୁ ହେବ।

Advertisment

ଏଥିସହ ନୂଆଦିଲ୍ଲୀରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦର ୧,୫୨୨ ଟଙ୍କାକୁ କମିଛି। ରକ୍ଷାବନ୍ଧନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦର ୨୦୦ ଟଙ୍କା ହ୍ରାସ କରାଯାଇଥିଲା। 

ଅର୍ଥାତ୍ ଏବେ ଯେଉଁ ୧୪.୨ କେଜି ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡରକୁ ଗ୍ରାହକଙ୍କୁ ୧୧୨୯ ଟଙ୍କା ଦେବାକୁ ପଡୁଛି ସେଥିରେ ୨୦୦ ଟଙ୍କା ହ୍ରାସ ହୋଇଛି। ଏଣିକି ୯୨୯ଟଙ୍କାରେ ରନ୍ଧନ ଗ୍ୟାସ୍ ମିଳିବ।

Advertisment

ସୂଚନାଥାଉ କି, ଅଗଷ୍ଟରେ ୧୯ କେଜି କମର୍ସିଆଲ LPG ଗ୍ୟାସ୍‌ ସିଲିଣ୍ଡର ଦର ୯୯.୭୫ ଟଙ୍କା କମିଥିଲା। ସେହିପରି ଜୁଲାଇରେ କମର୍ସିଆଲ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର ୭ଟଙ୍କା ବୃଦ୍ଧି ପାଇଥିଲା। 

LPG Cylinder
Advertisment
Advertisment