Advertisment

ଖୁସି ଖବର ! ୧୦ ଟଙ୍କା କମିପାରେ ପେଟ୍ରୋଲ-ଡିଜେଲ ଦର.. ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି

ଗତଥର କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଏହି କ୍ରମରେ ପେଟ୍ରୋଲ ଏବଂ ଡିଜେଲରେ ଲିଟର ପିଛା ୧୩ ଏବଂ ୧୬ ଟଙ୍କା ହ୍ରାସ ପାଇଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Petrol Price

Petrol Price

କମିବ ପେଟ୍ରୋଲ ଡିଜେଲ ଦର । ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ଲୋକମାନଙ୍କୁ ନିଜ ଆଡ଼କୁ ଟାଣିବାରେ ବ୍ୟସ୍ତ । ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିରୁ ବଡ଼ ଆରାମ ପ୍ରଦାନ ପାଇଁ ଯୋଜନା ଚାଲିଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଖୁବ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିପାରନ୍ତି । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୬ ରୁ ୧୦ ଟଙ୍କା ହ୍ରାସ କରାଯାଇପାରେ । ସରକାର ତୈଳ କମ୍ପାନୀଗୁଡିକ ସହ ଏ ବାବଦରେ ଆଲୋଚନା କରୁଛନ୍ତି ।

Advertisment

ଗତ ବର୍ଷ ମେ’ ୨୨ ପରଠାରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦୀର୍ଘ ଦିନ ଧରି ପ୍ରାୟତଃ ସ୍ଥିର ରହିଆସିଛି । ଗତଥର କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଏହି କ୍ରମରେ ପେଟ୍ରୋଲ ଏବଂ ଡିଜେଲରେ ଲିଟର ପିଛା ୧୩ ଏବଂ ୧୬ ଟଙ୍କା ହ୍ରାସ ପାଇଥିଲା ।

ଏତିକି କମିବ

ପେଟ୍ରୋଲିୟମ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବା ନେଇ ଆଲୋଚନା କରୁଛନ୍ତି । ଏହା ବ୍ୟତୀତ ତୈଳ କମ୍ପାନୀଗୁଡିକ ସହିତ ମଧ୍ୟ ଆଲୋଚନା ଚାଲିଛି । ଯଦି ଯୋଜନା ଅନୁସାରେ ଆଲୋଚନା ସଫଳ ହୁଏ ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୬ ରୁ ୧୦ ଟଙ୍କା ଶସ୍ତା ହୋଇପାରେ ।

Advertisment

ଏବେ କେତେ ଅଛି ରେଟ୍ ?

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍) ୱେବସାଇଟ୍ iocl.com ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ ସ୍ଥିର ରହିଛି । ଆଜି ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଏବଂ ଡିଜେଲ ହାର ଲିଟର ପିଛା ୮୯.୬୨ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୦୬.୩୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୯୪.୨୭ ଟଙ୍କା ରହିଛି। ସେହିଭଳି ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ୧୦୨.୬୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କା ଥିବାବେଳେ କୋଲକାତାରେ ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା ରହିଛି ।

କୁହାଯାଉଛି ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ଏବେ ସାଧାରଣ ଖାଉଟିଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ମଧ୍ୟ ସରିଛି । ଅଶୋଧିତ ତୈଳ ଦର ହ୍ରାସ ହେବା ପରେ ଓଏମ୍‌ସି ଅନେକ ଲାଭ ପାଇଛି ବୋଲି କୁହାଯାଇଛି । ତେଣୁ ଖୁବ୍‌ଶୀଘ୍ର ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବାକୁ ଯାଉଛି । ଯାହାଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ଥି ମିଳିବ । 

Petrol Petrol Price Hike Diesel
Advertisment
Advertisment