• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦର୍ଶନ ହୀରାନନ୍ଦାନୀଙ୍କ ବିସ୍ଫୋରକ ବୟାନ । ଟିଏମସି ସାଂସଦଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ । ଟଙ୍କା ନେଇ ସଂସଦରେ ପଚାରୁଥିଲେ ପ୍ରଶ୍ନ । ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବାକୁ ହେଉଛି ଷଡ଼ଯନ୍ତ୍ର । ମୋଦିଙ୍କୁ ବଦନାମ ପାଇଁ ଆଦାନୀଙ୍କୁ ଟାର୍ଗେଟ କରୁଥିଲେ ମହୁଆ ।

ସାଂସଦରେ ପ୍ରଶ୍ନ ପଚାରିବାକୁ ନେଇ ଉଠିଲା ପ୍ରଶ୍ନବାଚୀ । TMC ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଲେ ଦର୍ଶନ ହୀରାନନ୍ଦାନୀ । କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରିବାକୁ ହେଉଛି ଷଡ଼ଯନ୍ତ୍ର । ଏନେଇ ଦର୍ଶନଙ୍କ ବିସ୍ଫୋରକ ବୟାନ । କହିଲେ, ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବାକୁ ଆଦାନୀଙ୍କୁ ନିଶାଣ କରୁଛନ୍ତି ମହୁଆ ।

ନିଜେ ଦର୍ଶନ ସ୍ବୀକାର କରିଛନ୍ତି ଯେ, ମୋଦିଙ୍କୁ ବଦନାମ କରିବାକୁ ନିଜ ସାଂସଦ ଆକାଉଣ୍ଟର ଲଗଇନ୍ ଓ ପାସୱାର୍ଡ ସେୟାର କରିଛନ୍ତି । ଆଦାନୀ ଗ୍ରୁପକୁ ଟାର୍ଗେଟ କରିବାକୁ ପ୍ରଶ୍ନ ପଠାଇଥିଲେ ବୋଲି ସ୍ବୀକାର କରିଛନ୍ତି ଦର୍ଶନ । ଏବଂ ମହୁଆଙ୍କଠାରୁ ମିଳିଥିବା ଆକାଉଣ୍ଟରେ ସେହି ସବୁ ପ୍ରଶ୍ନ ପୋଷ୍ଟ କରୁଥିଲେ ବୋଲି ନିଜ ବୟାନରେ କହିଛନ୍ତି ଦର୍ଶନ ।

ରାଜନୀତିରେ ବହୁ ଜଲଦି ଆଗକୁ ବଢ଼ିବାକୁ ଚାହୁଁଥିଲେ ମହୁଆ । ଏଣୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଦାନୀଙ୍କ ଜରିଆରେ ବାର ବାର ଟାର୍ଗେଟ କରୁଥିଲେ ବୋଲି କହିଛନ୍ତି ଦର୍ଶନ । ଏନେଇ ମହୁଆ ରାହୁଲ ଗାନ୍ଧୀଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ ବୋଲି କହିଛନ୍ତି ଦର୍ଶନ ।

ତେବେ ଏହି କାମରେ ମୋହୁଆଙ୍କୁ ସୁଚେତା ଦଲାଲ, ଶାର୍ଦୁଲ ଶ୍ରଫ୍, ପଲ୍ଲବୀ ଶ୍ରଫ୍ ସହଯୋଗ କରୁଥିଲେ ବୋଲି ଜଣା ପଡ଼ିଛି । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଶଶି ଥରୁର୍, ପିନାକୀ ମିଶ୍ର ମଧ୍ୟ ସହଯୋଗ କରିଛନ୍ତି ବୋଲି କହିଛନ୍ତି ଦର୍ଶନ । ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବାକୁ ମହୁଆ ବିଦେଶୀ ସାମ୍ବାଦିକଙ୍କର ମଧ୍ୟ ସାହାଯ୍ୟ ନେଇଛନ୍ତି ।

ନ୍ୟୁୟର୍କ ଟାଇମ୍ସ, ବିବିସି ତଥା ଅନ୍ୟ କେତେକ ଅନ୍ତର୍ଜାତୀୟ ଓ ଜାତୀୟ ଗଣମାଧ୍ୟମର ସାମ୍ବାଦିକ ଏ କାମରେ ରହିଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଛି ।

ଅନ୍ୟପଟେ ଦର୍ଶନ ମହୁଆଙ୍କୁ ଦାମୀ ପୁରସ୍କାର ଦେଇଥିବା କଥା ମଧ୍ୟ ସ୍ବୀକାର କରିଛନ୍ତି । ମହୁଆଙ୍କୁ ସାହାଯ୍ୟ କରିବା ଦ୍ବାରା ସେ ବିପକ୍ଷ ଦଳରୁ କିଛି ସାହାଯ୍ୟ ପାଇବେ ବୋଲି ଆଶା କରିଥିଲେ । ଏଣୁ ସେ ଦାମୀ ଗିପ୍ଟ ସହ ମହୁଆଙ୍କ ସରକାରୀ କୋଠା ମରାମତି କରିଥିବା ପ୍ରକାଶ କରିଛନ୍ତି । ଏହା ସହ ତାଙ୍କର ଯାତ୍ରା ଓ ଛୁଟିରେ ବୁଲାବୁଲି ଖର୍ଚ୍ଚ ମଧ୍ୟ କରୁଥିଲେ ବୋଲି କହିଛନ୍ତି ଦର୍ଶନ ।

ତେବେ ଏପରି ଅଭିଯୋଗକୁ ଖଣ୍ତନ କରିଛନ୍ତି TMC ସାଂସଦ । ଏନେଇ ଟ୍ବିଟରରେ ବିବୃତ୍ତି ଜାରି କରିଛନ୍ତି ମହୁଆ । ବ୍ୟବସାୟୀ ହୀରାନନ୍ଦାନୀଙ୍କ ସାମ୍ନାରେ ବନ୍ଧୁକ ରଖାଯାଇ ଜୋରଜବରଦସ୍ତ ତାଙ୍କଠାରୁ ଦସ୍ତଖତ କରାଯାଇଥିବା କଥା କହିଛନ୍ତି ମୋହୁଆ । ତେବେ ଏହି ମାମଲାରେ ନିଶିକାନ୍ତ ଦୁବେ କବିଛନ୍ତି, ସତ୍ୟର ହିଁ ଜୟ ହେବ ।