Advertisment

ଲିଭ୍‌-ଇନ୍‌ ପାର୍ଟନରଙ୍କୁ ଧମକ- ‘ମୁହଁ ଖୋଲିବୁ ତ...ଶ୍ରଦ୍ଧା ୩୫ ଖଣ୍ଡ ହୋଇଥିଲା, ତତେ ମୁଁ ୭୦ ଖଣ୍ଡ କରିବି’

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ହତ୍ୟା ମାମଲା ମନରୁ ନଲିଭୁଣୁ ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ନିଜ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ଶ୍ରଦ୍ଧାଙ୍କ ଭଳି ହତ୍ୟା କରିବାକୁ ଧମକ ଦେଇଛନ୍ତି। ଲିଭ୍‌-ଇନ୍‌ ପାର୍ଟନର ତାଙ୍କୁ ହଇରାଣ କରିବା ସହ ୭୦ ଖଣ୍ଡ କରିବା ପାଇଁ ଧମକ ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Crime In Maharashtra

Maharashtra woman harassed by live-in partner

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ହତ୍ୟା ମାମଲା ମନରୁ ନଲିଭୁଣୁ ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ନିଜ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ଶ୍ରଦ୍ଧାଙ୍କ ଭଳି ହତ୍ୟା କରିବାକୁ ଧମକ ଦେଇଛନ୍ତି। ମହାରାଷ୍ଟ୍ର ଧୁଲେର ଏହି ମହିଳା ଏନେଇ ପୋଲିସ୍‌ରେ ଅଭିଯୋଗ କରିଛନ୍ତି। ଲିଭ୍‌-ଇନ୍‌ ପାର୍ଟନର ଅରଶଦ୍‌ ସଲିମ୍‌ ମଲ୍ଲିକ ତାଙ୍କୁ ହଇରାଣ କରିବା ସହ ୭୦ ଖଣ୍ଡ କରିବା ପାଇଁ ଧମକ ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଯଦି ସେ ତାଙ୍କ ଇଚ୍ଛା ବିରୋଧରେ ଯାଆନ୍ତି ତା’ହେଲେ ସେ ଏଭଳି କରିବେ ବୋଲି ଅରଶଦ୍‌ ଧମକ ଦେଇଛନ୍ତି। 

Advertisment

ଲିଭ୍‌-ଇନ୍‌ ପାର୍ଟନର ଅରଶଦ୍‌ଙ୍କ ବିରୋଧରେ ସମ୍ପୃକ୍ତ ମହିଳା ନଭେମ୍ବର ୨୯ରେ ପୋଲିସ୍‌ରେ ଅଭିଯୋଗ କରିଥିଲେ। ୨୦୨୧, ଜୁଲାଇରୁ ସେମାନେ ଲିଭ୍‌-ଇନ୍‌ରେ ରହୁଥିଲେ। ଉକ୍ତ ମହିଳାଙ୍କ କହିବା ଅନୁସାରେ, ପୂର୍ବରୁ ସେ ବିବାହ କରିଥିଲେ। ହେଲେ ୨୦୧୯ରେ ସଡ଼କ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କର ଏକ ସନ୍ତାନ ମଧ୍ୟ ଅଛି। ଏହାପରେ ହର୍ଷଲ ମାଲି ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଦେଖା ହୋଇଥିଲା। ହର୍ଷଲ ତାଙ୍କୁ ଧୁଲେ ଅଞ୍ଚଳରେ ଥିବା ଜଙ୍ଗଲକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ। ଭିଡିଓ କରି ପରେ ହର୍ଷଲ ତାଙ୍କୁ ଧମକ ଦେଇଥିଲେ। 

ଶେଷରେ ଉଭୟ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ୨୦୨୧, ଜୁଲାଇରେ ଅମଲନର୍‌କୁ ଯାଇଥିଲେ। ଲିଭ୍‌-ଇନ୍‌ରେ ରହିବା ପାଇଁ ସେଠାରେ ସେମାନେ ଏକ ଆଫିଡେଭିଟ୍‌ କରିଥିଲେ। ଏହି ସମୟରେ ମହିଳା ଜଣକ ଜାଣିବାକୁ ପାଇଥିଲେ ଯେ, ପ୍ରକୃତରେ ତାଙ୍କ ନାଁ ହର୍ଷଲ ମାଲି ନୁହେଁ ବରଂ ଅରଶଦ୍‌ ସଲିମ୍‌ ମଲ୍ଲିକ। ଅରଶଦ୍‌ ମହିଳାଙ୍କୁ ନେଇ ଓସ୍‌ମାନାବାଦ ସ୍ଥିତ ଏକ ଫ୍ଲାଟ୍‌ରେ ରଖିଥିଲେ। 

Advertisment

ଖାଲି ଏତିକି ନୁହେଁ ଅରଶଦ୍‌ ବଳପୂର୍ବକ ଭାବେ ତାଙ୍କର ଧର୍ମ ପରିବର୍ତ୍ତନ କରିଥିବା ମହିଳା ଅଭିଯୋଗ କରିଛନ୍ତି। ୪ ମାସ ପରେ ଅରଶଦ୍‌ ଧୁଲେ ସ୍ଥିତ ଏକ ଘରକୁ ନେଇଥିଲେ ଓ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରିବାରୁ ଅରଶଦ୍‌ ସାଇଲେନ୍ସର ପାଇପ୍‌ ତାଙ୍କ ଶରୀରରେ ଲଗାଇ ଦେଇଥିଲେ।  ଖାଲି ଏତିକି ନୁହେଁ ଶ୍ରଦ୍ଧାଙ୍କ ଭଳି ତାଙ୍କର ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ। ଧମକ ଦେଇ ସେ କହିଥିଲେ- ‘ଶ୍ରଦ୍ଧା ୩୫ ଖଣ୍ଡ ହୋଇଥିଲା, ତତେ ମୁଁ ୭୦ ଖଣ୍ଡ କରିବି’। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଅରଶଦ୍‌ଙ୍କ ବିରୋଧରେ ମାମଲା ରୁଜୁ କରିଛି। 

Threaten
Advertisment
Advertisment