Advertisment

No Parking Space, No Car: ମହାରାଷ୍ଟ୍ରରେ ପାର୍କିଂ ଯାଗା ନଥିଲେ କିଣି ପାରିବେନି କାର୍

ଟ୍ରାଫିକ ଜାମ ହଟାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ନୂତନ ନିୟମ ଲାଗୁ କରାଯିବ। ପାର୍କିଂ ପାଇଁ ସ୍ଥାନ ନଥିଲେ କୌଣସି ବ୍ୟକ୍ତି କାର କିଣି ପାରିବେ ନାହିଁ ବୋଲି ନିୟମ କରାଯିବାର ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
car Parking

car Parking

Advertisment

ରାଜ୍ୟରେ ଟ୍ରାଫିକ ଜାମ ହଟାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ନୂତନ ନିୟମ ଲାଗୁ କରାଯିବ। ପାର୍କିଂ ପାଇଁ ସ୍ଥାନ ନଥିଲେ କୌଣସି ବ୍ୟକ୍ତି କାର କିଣି ପାରିବେ ନାହିଁ ବୋଲି ନିୟମ କରାଯିବାର ସମ୍ଭାବନା ରହିଛି। ମହାରାଷ୍ଟ୍ରର ସହରାଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ଅନିୟନ୍ତ୍ରିତ ହେବାକୁ ବସିଥିବା ବେଳେ ସଡକ ଓ ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ ଏହି ନିୟମ ଆଣିବାକୁ ଯୋଜନା କରିଛନ୍ତି। ସହରାଞ୍ଚଳରେ ଜନସଂଖ୍ୟାର ଘନତ୍ବ ଅଧିକ ରହିଥିବା ବେଳେ ଗାଡି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି।

Advertisment

ସାଧାରଣତଃ ୧ ବିଏଚକେ ଫ୍ଲାଟରେ ରହୁଥିବା ପରିବାର ଲୋନ କରି ଏକାଧିକ କାର କିଣୁଛନ୍ତି। ତେବେ କାର ରଖିବାକୁ ଉପଯୁକ୍ତ ସ୍ଥାନ ଅଭାବରୁ ରାସ୍ତା ଉପରେ କାର ପାର୍କ କରୁଛନ୍ତି। ଫଳରେ ସଡକ ଜାମ ହେବା ସହିତ ଜରୁରୀ କାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। ଏହି ନିୟମ ପରେ ସରକାର ଗରିବ ଓ ମଧ୍ୟବିତଙ୍କୁ ବିରୋଧ କରୁଛି ବୋଲି ଆଲୋଚନା ହେବ। ତେବେ ଏହା ଠିକ ନୁହେଁ ବୋଲି ସରନାଏକ କହିଛନ୍ତି। ଗାଡି କିଣୁଥିବା ବେଳେ ସ୍ଥାନ ରହିବା ନିତାନ୍ତ ଆବଶ୍ୟକ।

ଅଧିକ ପଢ଼ନ୍ତୁ: ହଷ୍ଟେଲ୍ ରୁମ୍‌ରେ ଝୁଲି ପଡ଼ିଲେ +୨ ଛାତ୍ରୀ; ପୋଲିସର ଛାନଭିନ୍

ଅନେକ ସମୟରେ ରାସ୍ତାରେ ପାର୍କ ହୋଇଥିବା ଗାଡି କାରଣରୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ଜରୁରୀ ସେବାରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ତେଣୁ ଏହି ନିୟମ ଲାଗୁ କରାଯାଇଛି। ମାତ୍ର ବ୍ୟକ୍ତିଗତ ସ୍ଥାନ ନ ଥିଲେ କୌଣସି ବ୍ୟକ୍ତି ଚାହିଁଲେ ସର୍ବସାଧାରଣ ସ୍ଥାନରେ ପାର୍କିଙ୍ଗ ସ୍ଥାନକୁ କ୍ରୟ କରି ପାରିବେ। ଅନେକ ଲୋକ ଏହି ନିୟମକୁ ସମର୍ଥନ କରିବେ ଓ ଅନେକ ଲୋକ ଏହାକୁ ବିରୋଧ କରିବେ। ତେବେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖିଲେ ଏହି ନିୟମ ଯଥାର୍ଥ ବୋଲି କହିଛନ୍ତି ସରନାଏକ।

Advertisment

ଅଧିକ ପଢ଼ନ୍ତୁ: ଜୀବନ ମରଣ ନିର୍ଦ୍ଧାରଣ କଲା ଟସ, ମୃତଶରୀର ସହ ଦୁଷ୍କର୍ମ

ଏହା ସହିତ ମୁମ୍ବାଇରେ କେବୁଲ ଟାକ୍ସି ସିଷ୍ଟମ ପ୍ରଚଳନ କରିବା ଉପରେ ସରନାଏକ ଗୁରୁତ୍ବାରୋପ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏହାକୁ ପସନ୍ଦ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

Maharashtra Traffic Rules
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ