Advertisment

ଗ୍ରାମାଞ୍ଚଳ ମହିଳାଙ୍କ ସହ ନାଚଗୀତରେ ଝୁମିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ମହିଳାଙ୍କ ସହ ନାଚଗୀତରେ ସାମିଲ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଯାହା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଗ୍ରାମାଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା ବେଳେ ପାରମ୍ପାରିକ ବାଦ୍ୟ ବଜାଇ ନାଚଗୀତରେ ସାମିଲ ହୋଇଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Madhya Pradesh CM Shivraj Singh Chouhan Plays Local Musical Instruments In Sagar

Madhya Pradesh CM Shivraj Singh Chouhan Plays Local Musical Instruments In Sagar

ମହିଳାଙ୍କ ସହ ନାଚଗୀତରେ ସାମିଲ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଯାହା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଗ୍ରାମାଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା ବେଳେ ପାରମ୍ପାରିକ ବାଦ୍ୟ ବଜାଇ ନାଚଗୀତରେ ସାମିଲ ହୋଇଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ।

Advertisment

ସୂଚନା ଅନୁସାରେ, ଗତକାଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ସାଗର ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇଥିଲେ । ଏହି ଅବସରରେ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦଘାଟନ ସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଅର୍ଥ ବଣ୍ଟନ ମଧ୍ୟ କରିଥିଲେ । ଏହାସହ ସଂଧ୍ୟା ସମୟରେରେ ସେ ସ୍ଥାନୀୟ ନାସା ଗାଁର କିଛି ମହିଳାଙ୍କ ସହ ପାରମ୍ପରିକ ନାଚଗୀତରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏମିତିକି ମୁଖ୍ୟମନ୍ତ୍ରୀ ନିଜେ ନାଗାଡ଼ିଆ ବାଦ୍ୟ ବଜାଇଥିବା ବେଳେ ଏହାର ତାଳେ ତାଳେ ମହିଳାମାନେ ଅତି ଆନନ୍ଦରେ ନାଚି ଉଠିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଏତାଦୃଶ୍ୟ କାର୍ଯ୍ୟ ଉପସ୍ଥିତ ଲୋକଙ୍କ ମନକୁ ଛୁଇଁବା ସହ ସାଧାରଣ ଲୋକେ ବାହାବା କରିଥିଲେ ସୋସିଆଲ ମିଡିଆରେ ଏହି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

Advertisment
CM Shivraj Singh Chouhan Madhyapradesh
Advertisment
Advertisment