Advertisment

ମରିଗଲା ମାନବିକତା; ସ୍ୱାମୀଙ୍କ ମୃତ୍ୟୁ ପରେ ରକ୍ତଲଗା ବେଡ୍ ସଫା କରାଇଲେ ହସ୍ପିଟାଲ୍ କର୍ମଚାରୀ

ହଜିଗଲା ମାନବିକତା। ସ୍ୱାମୀ ହସ୍ପିଟାଲ୍‌ ବେଡ୍‌ରେ ଆଖିବୁଜିଲେ । ହେଲେ ୫ ମାସର ଗର୍ଭବତୀଙ୍କୁ ସ୍ୱାମୀ ରହିଥିବା ରକ୍ତ ଜୁଡୁବୁଡୁ ବେଡ୍ ସଫା କରାଇଲେ ହସ୍ପିଟାଲ୍ କର୍ମଚାରୀ।

author-image
Sonali Ojha
ଅଦ୍ୟତନ ହୋଇଛି
 Pregnant woman made to clean hospital bed

Pregnant woman made to clean hospital bed

ହଜିଗଲା ମାନବିକତା। ସ୍ୱାମୀ ହସ୍ପିଟାଲ୍‌ ବେଡ୍‌ରେ ଆଖିବୁଜିଲେ । ହେଲେ ୫ ମାସର ଗର୍ଭବତୀଙ୍କୁ ସ୍ୱାମୀ ରହିଥିବା ରକ୍ତ ଜୁଡୁବୁଡୁ ବେଡ୍ ସଫା କରାଇଲେ ହସ୍ପିଟାଲ୍ କର୍ମଚାରୀ। ମଧ୍ୟପ୍ରଦେଶର ଜଣେ ଗର୍ଭବତୀ ମହିଳାଙ୍କ ପ୍ରତି ହସ୍ପିଟାଲରେ ଏଭଳି ଦୁର୍ବ୍ୟବହାର କରାଯାଇଥିବା ଭିଡିଓ ଭାଇରାଲ୍ ହୋଇଛି। ସ୍ୱାମୀ ଯିବା ପରେ ଅସହାୟ ହୋଇପଡିଥିବା ମହିଳାଙ୍କ ଦୁଃଖ ଉପରେ ଏମାନେ ଏପରି ବ୍ୟବହାର କରିଛନ୍ତି। ଯାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ।

Advertisment

ମଧ୍ୟପ୍ରଦେଶର ଗରଦାସାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏପରି ଘଟଣା ଘଟିଛି। ଗର୍ଭବତୀ ମହିଳାଜଣକ ସ୍ୱାମୀଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅକ୍ଟୋବର ୩୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ରକ୍ତ ଲାଗିଥିବା ଡାକ୍ତରଖାନା ବେଡ ସଫା କରିବାକୁ କୁହାଯାଇଥିଲା। ମହିଳାଙ୍କ ଅବସ୍ଥା ଦେଖିବା ପରେ ସେମାନଙ୍କୁ ଦୟା ଟିକେ ଆସିନଥିଲା। ସେମାନେ ମହିଳାଙ୍କୁ ଗାଳି ମଧ୍ୟ ଦେଉଥିଲେ।ଘଟଣାର ଭିଡିଓ ଭାଇରାଲ ହେବା ପରେ ହସ୍ପିଟାଲ୍ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି।

Advertisment

ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ମହିଳାଙ୍କ ସମ୍ପର୍କୀୟ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ପ୍ରାଥମିକ ଅନୁସନ୍ଧାନ ପରେ ଡାକ୍ତର ଚନ୍ଦ୍ରଶେଖର ସିଂଙ୍କୁ ମଧ୍ୟପ୍ରଦେଶର କରଞ୍ଜିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଏହା ବ୍ୟତୀତ ନର୍ସିଂ ଅଫିସର ରାଜକୁମାରୀ ମାରାଭି ଏବଂ ୱାର୍ଡ ଆଟେଣ୍ଡାଣ୍ଟ ଛୋଟି ବାଇ ଠାକୁରଙ୍କୁ ନିଲମ୍ବିତ କରାଯାଇଛି। ଡକ୍ଟର ମାରାଭି କହିଛନ୍ତି ଯେ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ କର୍ମଚାରୀଙ୍କୁ ନୋଟିସ୍ ଜାରି କରାଯାଇଛି ।

ସୂଚନାନୁସାରେ, ଜମି ବିବାଦକୁ ନେଇ ଡିଣ୍ଡୋରିରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହି ତିନି ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେଇଥିଲେ। ଏଠାରେ ଚିକିତ୍ସା ସମୟରେ ତାଙ୍କର ଅଳ୍ପ ସମୟ ମଧ୍ୟରେ ମୃତ୍ୟୁ ଘଟିଥିଲା ​​ଏବଂ ଡାକ୍ତରମାନେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ମେଡିକାଲ୍ ବେଡ୍ ଉପରେ ରକ୍ତ ଲାଗିଥିଲା। ଏଭଳି ସ୍ଥିତିରେ ସ୍ୱାମୀ ରହିଥିବା ବେଡକୁ ଗର୍ଭବତୀ ପତ୍ନୀଙ୍କ ଦ୍ବାରା ସଫା କରାଇଥିଲେ ମେଡିକାଲ୍ କର୍ମଚାରୀ ।

Pregnant Woman Govt Hospitals
Advertisment
Advertisment