Advertisment

ସରକାରୀ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ଧମକ- ‘ଓଲଟା ଟାଙ୍ଗି ଦେବି, ଯଦି...’

ସରକାରୀ ଅଧିକାରୀଙ୍କୁ ଖୁଲମଖୁଲା ଧମକ। ତା’ବି ପୁଣି ଜଣେ ମନ୍ତ୍ରୀ ଏହି ଧମକ ଦେଇଛନ୍ତି। ଯାହାର ଅଡିଓ କ୍ଲିପ୍‌ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Madhya Pradesh Minister Ramkhelavan Threatened Govt Officer Audio Clip Goes VIral

Madhya Pradesh Minister Ramkhelavan Threatened Govt Officer Audio Clip Goes VIral

ସରକାରୀ ଅଧିକାରୀଙ୍କୁ ଖୁଲମଖୁଲା ଧମକ। ତା’ବି ପୁଣି ଜଣେ ମନ୍ତ୍ରୀ ଏହି ଧମକ ଦେଇଛନ୍ତି। ଯାହାର ଅଡିଓ କ୍ଲିପ୍‌ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ମଧ୍ୟପ୍ରଦେଶର ପଞ୍ଚାୟତ ଓ ଗ୍ରାମୀଣ ବିକାଶ ରାଜ୍ୟମନ୍ତ୍ରୀ ରାମଖେଲାୱନ୍‌ ପଟେଲ ସରକାରୀ ଅଧିକାରୀଙ୍କୁ ଧମକ ଦେଉଥିବାର ଏକ ଅଡିଓ କ୍ଲିପ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ‘ମାନି ଯାଅ, ନହେଲେ ଓଲଟା ଟାଙ୍ଗି ଦେବି’, ଖୁଲମଖୁଲା ସରକାରୀ ଅଧିକାରୀଙ୍କୁ ଏଭଳି କିଛି ଧମକ ଦେଇଛନ୍ତି ମଧ୍ୟପ୍ରଦେଶ ସରକାରର ମନ୍ତ୍ରୀ ରାମଖେଲାୱନ୍‌। 

Advertisment

ଅମରପାଟନର ଖାଦ୍ୟ ସୁରକ୍ଷା ଅଧିକାରୀ ନୀରଜ ବିଶ୍ୱକର୍ମାଙ୍କ ଅଭିଯୋଗ ଅନୁସାରେ, ଜଣେ ଢାବା ମାଲିକ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ମାଡ଼ ମାରିଥିଲେ। ଏପରିକି ଅପହରଣ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ଥାନାରେ ପହଞ୍ଚିବା ପରେ ପୋଲିସ୍‌ ତାଙ୍କୁ ୫ ଘଣ୍ଟା ବସାଇଥିଲା ଓ FIR ରୁଜୁ କରିନଥିଲା। ୨  ବ୍ୟବସାୟୀଙ୍କ ଦୋକାନରୁ ଖାଦ୍ୟ ସାମ୍ପଲ ସଂଗ୍ରହ କରାଯାଇଥିଲା। ଏହାପରେ ସେମାନେ ବିଶ୍ୱକର୍ମାଙ୍କୁ ଲାଞ୍ଚ ଦେଇଥିଲେ। ହେଲେ ଲାଞ୍ଚ ନେବାକୁ ମନା କରି ଦେବାରୁ ମନ୍ତ୍ରୀ ତାଙ୍କୁ ଫୋନ୍‌ କରିଥିଲେ ବୋଲି ବିଶ୍ୱକର୍ମା ଅଭିଯୋଗ କରିଛନ୍ତି। 

ବ୍ୟବସାୟୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଲାଗି ମନ୍ତ୍ରୀ ବିଶ୍ୱକର୍ମାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ, ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ବୁଧବାର ଦିନ ଶୋପୁର ଜିଲ୍ଲାର ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ନିଲମ୍ବନ କରିବା ନେଇ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଏହା ହେଉଛି ତୃତୀୟ କାର୍ଯ୍ୟାନୁଷ୍ଠାନ। ରାମଖେଲାୱନ୍‌ ପଟେଲ ସତନାର ଅମରପାଟନ ବିଧାନସଭା ଆସନରୁ ଜିତି ମନ୍ତ୍ରୀ ହୋଇଛନ୍ତି।

Advertisment
Viral Audio Clip
Advertisment
Advertisment