• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟମାଟୋ ପାଇଁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା । ଏମିତିକି ୨ଟି ଟମାଟୋ ପାଇଁ ସ୍ୱାମୀକୁ ପର କରିଦେଲା ସ୍ତ୍ରୀ । ଟମାଟୋର ମହଙ୍ଗା ମାଡ଼ରେ ଅତିଷ୍ଠ ହୋଇ ପଡ଼ିଛନ୍ତି ଦେଶବାସୀ । ଏହାର ପ୍ରଭାବ କେବଳ ହାଣ୍ତିଶାଳରେ ନୁହେଁ ବରଂ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ବି ଫାଟ ସୃଷ୍ଟି କଲାଣି । ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଶହଡ଼ୋଲ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି । ଯେଉଁଠି ଟମୋଟୋ ୨ଟି ପାଇଁ  ସ୍ତ୍ରୀ ସ୍ୱାମୀକୁ ଛାଡ଼ିଦେଇଛି ।

ମହଙ୍ଗା ବଜାରରେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ରାନ୍ଧି ଦେଇଥିବାରୁ ମଧ୍ୟପ୍ରଦେଶର ଶହଡ଼ୋଲ୍‌ ଜିଲ୍ଲାରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ସହିତ କଳହ କରି ଘରଛାଡ଼ି ଚାଲିଯାଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ ସଞ୍ଜୀବ ବର୍ମନ୍‌ ନାମକ ଜମେ ବ୍ୟକ୍ତି ‘ଟିଫିନ୍‌ ସର୍ଭିସ୍‌’ ଚଳାଉଥିଲେ । ସେ କିଛିଦିନ ତଳେ ନିରାମିଷ ତରକାରି ରାନ୍ଧିବା ବେଳେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ବ୍ୟବହାର କରିଥିଲେ। ଏ କଥା ସ୍ତ୍ରୀ ଜାଣିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେଲା ।

ବର୍ମନ୍‌ କହିଛନ୍ତି ଯେ ନ ପଚାରି ଟମାଟୋ ରାନ୍ଧି ଦେବାରୁ ସ୍ତ୍ରୀ ଭୀଷଣ ରାଗିଗଲେ । ଏନେଇ ପ୍ରବଳ ଯୁକ୍ତିତର୍କ ହେଲା । କଥା ଏତେ ବାଟ ଆଗକୁ ବଢ଼ିଗଲା ଯେ ସ୍ତ୍ରୀ ଝିଅକୁ ଧରି ଘରଛାଡ଼ି ଚାଲିଗଲେ । ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ସ୍ୱାମୀ ସ୍ଥାନୀୟ ଥାନାରେ ଯାଇ ଅଭିଯୋଗ କଲେ । ୩ ଦିନ ହେବ ତାଙ୍କ ସ୍ତ୍ରୀ କୁଆଡ଼େ ଯାଇଛନ୍ତି ଏବଂ ତାଙ୍କ ସହିତ ଯୋଗାଯୋଗ ହୋଇପାରୁନାହିଁ ବୋଲି ପୋଲିସକୁ ଜଣାଇଲେ ।

ସ୍ତ୍ରୀ’ଙ୍କ ସହିତ ଖୁବଶୀଘ୍ର ଯୋଗାଯୋଗ ସ୍ଥାପନ କରି ତାଙ୍କୁ ଘରକୁ ଫେରାଇ ଆଣିବେ ବୋଲି ପୋଲିସ ଅଧିକାରୀ ସଞ୍ଜୀବଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।