Advertisment

ଆସାମୀ ଧରିବାକୁ ବାବାଙ୍କ ସାହାରା ନେଲେ ପୋଲିସ ବାବୁ, ଚାକିରି ପଳେଇଲା

ପୋଲିସ ବାବୁ ଆସାମୀକୁ ଧରିବା ପାଇଁ ଆତ୍ମଘୋଷିତ ବାବାଙ୍କ ସାହାଯ୍ୟ ମାଗୁଥିବାର ଭିଡିଓ ଭାଇରାଲ ହେବା ପରେ ସସ୍‌ପେଣ୍ତ ହେଲେ ASI ।

author-image
Manoranjan Behera
ଅଦ୍ୟତନ ହୋଇଛି
Police Seeking Help

Police Seeking Help

ଆତ୍ମଘୋଷିତ ବାବାଙ୍କ ମାଗଦର୍ଶନ ପଡ଼ିଲା ମହଙ୍ଗା । ମର୍ଡର କେସ୍‌ର ସମାଧାନ ପାଇଁ ଆତ୍ମଘୋଷିତ ବାବାଙ୍କ ସାହାଯ୍ୟ ଲୋଡ଼ିଲେ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର(ASI) ଏବଂ ଶେଷରେ ସସ୍‌ପେଣ୍ତ ହେଲେ । ମଧ୍ୟପ୍ରଦେଶ ଛତ୍ରପୁରରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ସୋସିଆଲ ମିଡ଼ିଆରେ ଏହାର ଏକ ଭିଡିଓ ଭାଇରାଲ ହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Advertisment

୧୭ ବର୍ଷର ଝିଅକୁ ହତ୍ୟା କରିଥିବା ଆସାମୀକୁ ଧରିବା ପାଇଁ ପୋଲିସ ଏସ୍‌ଆଇ ଆତ୍ମଘୋଷିତ ବାବାଙ୍କ ନିକଟକୁ ଯାଇ ହାତ ଯୋଡ଼ୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏଏସଆଇ ଅଶୋକ ଶର୍ମାଙ୍କୁ ନିଲମ୍ବିତ କରାଯାଇଛି ।

ଭିଡିଓରେ ପୋଲିସ ASI ଜଣକ ଆତ୍ମଘୋଷିତ ବାବାଙ୍କୁ ହାତ ଯୋଡ଼ି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ତାଲିକା ଧରାଉଥିବାର ଦେଖିବାକୁ ମିଳିଛି । ଏହାପରେ ବାବା ଜଣକ କହୁଛନ୍ତି ଯେ, ‘ତୁମ ତାଲିକାରେ ଥିବା ଦୋଷୀଙ୍କ ନାଁ ଛଡ଼ା ମୁଁ ଆଉ କିଛି ନାମ ନେବି। ଯେଉଁଟା ତୁମ ତାଲିକାରେ ନଥିବ, ସେ ହେଉଛି ମୁଖ୍ୟ ଅଭିଯୁକ୍ତ’ ।

Advertisment

ପରବର୍ତ୍ତୀ ସମୟରେ, ସେ ତିନୋଟି ନାମ ନେଇଥିଲେ ଏବଂ ତାପରେ କହିଥିଲେ, "ବର୍ତ୍ତମାନ ଆପଣ ବୁଝିପାରିବେ ସେହି ବ୍ୟକ୍ତି କିଏ। ଏହି ମାମଲାରେ ପଚରାଉଚରା ପାଇଁ ଆପଣ ତାଙ୍କୁ ଅଟକ ରଖିଛନ୍ତି"।

ପୋଲିସ ବାବୁଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ଏବେ ପୋଲିସଙ୍କ ଉପରେ ପ୍ରଶ୍ନ ଉଠାଉଥିବାର ଦେଖିବାକୁ ମିଳିଛି । ଏଥିପାଇଁ ଛତ୍ରପୁର ଏସ୍‌ପି ସଚିନ୍‌ ଶର୍ମା ଏସ୍‌ଆଇ ଅଶୋକ ଶର୍ମାଙ୍କୁ ସସ୍‌ପେଣ୍ତ କରିଛନ୍ତି ।

Crime Police Seeking Help Spiritual Guru
Advertisment
Advertisment