Advertisment

ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ, ୪୦୦ ଫୁଟ୍ ଗଭୀର ବୋର୍‌ୱେଲ୍‌ରୁ ଉଦ୍ଧାର ପରେ ମୃତ ଘୋଷଣା

୪୦୦ ଫୁଟ୍ ଗଭୀର ବୋର୍‌ୱେଲ୍‌ରେ ଫସିଥିବା ୮ ବର୍ଷର ବାଳକ ତନ୍ମୟ ସାହୁଙ୍କୁ ଉଦ୍ଧାର କରାଯାଇଥିଲା। ୭୦ ଘଣ୍ଟାରୁ ଅଧିକ ସମୟ ଧରି ରେସ୍କ୍ୟୁ ଅଭିଯାନ ପରେ ତନ୍ମୟ ଉଦ୍ଧାର ହୋଇଥିଲେ।

ଅଦ୍ୟତନ ହୋଇଛି
8 Year Old Tanmay Who Fell Into 55 Ft Deep Borewell In Dies

8 Year Old Tanmay Who Fell Into 55 Ft Deep Borewell In Dies

Advertisment

ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ। ୪୦୦ ଫୁଟ୍ ଗଭୀର ବୋର୍‌ୱେଲ୍‌ରେ ଫସିଥିବା ୮ ବର୍ଷର ବାଳକ ତନ୍ମୟ ସାହୁଙ୍କୁ ଉଦ୍ଧାର କରାଯାଇଥିଲା। ୭୦ ଘଣ୍ଟାରୁ ଅଧିକ ସମୟ ଧରି ରେସ୍କ୍ୟୁ ଅଭିଯାନ ପରେ ତନ୍ମୟ ଉଦ୍ଧାର ହୋଇଥିଲେ। ହେଲେ ଦୁଃଖଦ ଘଟଣା, ଚିକିତ୍ସା ପାଇଁ ତାଙ୍କୁ ବେତୁଲ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମଧ୍ୟପ୍ରଦେଶରେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଡିସେମ୍ବର ୬ରେ ବେତୁଲ ଜିଲ୍ଲା ମାଣ୍ଡଭି ଗାଁରେ ଖେଳୁଥିବା ବେଳେ ଖୋଲାଥିବା ବୋର୍‌ୱେଲ୍‌ର ଗାତ ଭିତରେ ଗଳି ପଡ଼ିଥିଲେ ତନ୍ମୟ। ବୋର୍‌ୱେଲ୍‌ ଭିତରେ ୫୫ ଫୁଟ୍ ଗଭୀରରେ ତନ୍ମୟ ଅଟକି ରହିଥିଲେ। ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। NDRF ଓ SDRF ଟିମ୍ ଦିନରାତି ରେସ୍କ୍ୟୁ ଅପରେସନରେ ଲାଗିଥିଲେ।

କୂଅର ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳା ଯାଇଥିଲା। ଏହାପରେ ୧୦ଫୁଟର ସୁଡ଼ଙ୍ଗ ତିଆରି କରାଯାଇଥିଲା। ପଥର ଓ ପାଣି ବାହାରୁ ଥିବାରୁ ମାଟି ଖୋଳିବାରେ ସମସ୍ୟା ହୋଇଥିଲା। ତେବେ ୭୦ ଘଣ୍ଟାରୁ ଅଧିକ ସମୟ ଧରି ରେସ୍କ୍ୟୁ ଅଭିଯାନ ପରେ ତନ୍ମୟ ଉଦ୍ଧାର ହୋଇଥିଲେ। ହେଲେ ହସ୍ପିଟାଲ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Advertisment

ଗତ ମଙ୍ଗଳବାର ଦିନ ପ୍ରାୟ ୫ଟାରେ ବଡ଼ ଭଉଣୀ ସହ ନିଜ ଘର କ୍ଷେତରେ ଖେଳୁ ଖେଳୁ, ହଠାତ୍ ଆଉ ଜଣଙ୍କ ବିଲକୁ ଚାଲି ଯାଇଥିଲା ୮ ବର୍ଷୀୟ ତନ୍ମୟ । ଆଉ ସେଠାରେ ଥିବା ଏକ ଖୋଲା ନଳକୂଅ ଗର୍ତ୍ତରେ ଗଳି ପଡ଼ିଥିଲା ଅବୋଧ ବାଳକ। ଗର୍ତ୍ତର ଗଭୀରତା ୪ଶହ ଫୁଟ୍ ହୋଇଥିବା ବେଳେ, ଭୂଇଁଠୁ ୫୫ ଫୁଟ୍ ତଳେ ଅଟକିଥିଲା ତନ୍ମୟ ।

ସୂଚନାଯୋଗ୍ୟ ୬ ମାସ ପୂର୍ବେ ସାରା ଦେଶରେ ଚହଳ ପକାଇ ଦେଇଥିଲା ଛତିଶଗଡ଼ର ବୋରୱେଲ୍ ଟ୍ରାଜେଡି।  ଶତାଧିକ ଘଣ୍ଟାର ଅପରେସନ୍ ପରେ ଗୁରୁତର ଅବସ୍ଥାରେ ୮୦ ଫୁଟ୍ ଗଭୀର ପରିତ୍ୟକ୍ତ ବୋରୱେଲ୍ ଭିତରୁ ଉଦ୍ଧାର ହୋଇଥିଲା ଜାଞ୍ଜଗିରି ଚାମ୍ପାର ୧୦ ବର୍ଷୀୟ ବାଳକ ରାହୁଲ ।

Advertisment
Borewell
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ