• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନକୁ ଦିନ ବଢ଼ୁଛି ଅନଲାଇନ୍‌ କାରବାର । ଦେଶରେ ପ୍ରତିଦିନ ୨୦ ହଜାର କୋଟିର ଅନଲାଇନ କାରବାର ହେଉଛି । ଗାଁରୁ ସହର ସବୁଠି ଲୋକ ୟୁପିଆଇ ପେମେଣ୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି । ଏହା ଦ୍ୱାରା ଉଭୟ ଗ୍ରାହକ ଓ ଦୋକାନୀ ଲାଭାନ୍ୱିତ ହେଉଛନ୍ତି । ମନ କି ବାତର ୮୮ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଲୋକେ କ୍ୟାସଲେସ୍ ଡେ ଆଉଟରେ ଯିବା କଥା । ବର୍ତ୍ତମାନ ବିନା ନଗଦ ଦେଣନେଣରେ ଚାରିଆଡ଼େ ବୁଲିବା ସମ୍ଭବପର । ସମସ୍ତେ କ୍ୟାସ୍‌ଲେସ ଡେ ଆଉଟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ସହ ଡିଜିଟାଲ୍‌ ଦେଣନେଣ କରି ‘କ୍ୟାସ୍‌ଲେସ୍‌’ ହୁଅନ୍ତୁ ବୋଲି କହିଛନ୍ତି । ଏ ଅବସରରେ ଦିଲ୍ଲୀର ୨ ଉଭଣୀ ସାଗରିକା ଓ ପ୍ରେକ୍ଷାଙ୍କ ସମ୍ବନ୍ଧରେ ଆଲୋଚନା କରିଥିଲେ ।

ଗାଜିଆବାଦର ଆନନ୍ଦିତା ତ୍ରିପାଠୀ ଭ୍ରମଣ ବେଳେ କେମିତି ନଗଦ ଟଙ୍କା ଉପରେ ନିର୍ଭର ନକରି କ୍ୟାସଲେସ ଟ୍ରାନାଜାକସନକୁ ଗୁରୁତ୍ୱ ଦେଇଥିଲେ ସେ କଥା କହିଛନ୍ତି ମୋଦି । ମାର୍ଚ୍ଚ ମାସରେ ୟୁପିଆଇ ନେଣଦେଶ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା । କ୍ୟାସଲେସ୍ କାରବାର ପାଇଁ ବ୍ୟବସାୟ ସୁବିଧା ହୋଇଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନଲାଇନ୍‌ ପେମେଣ୍ଟ୍‌ ପାଇଁ ଡିଜିଟାଲ ଅର୍ଥନୀତିର ବିକାଶ ହେଉଛି ।

ସେହିପରି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ବିଷୟରେ ଆଲୋଚନା କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ବିଷୟରେ ଜାଣିବାକୁ ଜିଜ୍ଞାସୁ ଥିବା ଲୋକଙ୍କ ପାଇଁ ଏହା ବେଶ ଉପଯୋଗୀ ହୋଇପାରିବ ବୋଲି କହିଥିଲେ । ସାଧାରଣ ଗଣିତ ଓ ବୈଦିକ ଗଣିତ ମଧ୍ୟରେ ପାର୍ଥକ୍ୟ ବୁଝାଇବା ସହ ତାର ଉପାଦେୟତା ସଂପର୍କରେ ମଧ୍ୟ ବୁଝାଇଥିଲେ ପ୍ରଧାନମନ୍ତ୍ରୀ ।