• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କନ୍ୟା ଏବଂ ଚାକିରିର ପ୍ରଲୋଭନ ଦେଖାଇ ଦକ୍ଷିଣ ଏସୀୟ ଯୁବକମାନଙ୍କୁ ଜୋର ଜବରଦସ୍ତ ଋଷ ସେନାରେ ସାମିଲ କରାଯାଉଛି । ଯଦି ଯୁବକମାନେ ଋଷ ସେନାରେ ଯୋଗଦେବାକୁ ମନା କରନ୍ତି, ତେବେ ସେମାନଙ୍କୁ ନାନା ନିର୍ଯାତନା ଦିଆଯାଉଛି । ହରିୟାଣା, ପଞ୍ଜାବ ଏବଂ ହାଇଦ୍ରାବାଦ ସମେତ ଭାରତର ଅନେକ ରାଜ୍ୟର ଯୁବକମାନେ ଏହି ଠକେଇର ଶିକାର ହୋଇସାରିଛନ୍ତି । ହରିୟାଣାର ଦୁଇଜଣ ଯୁବକ ଏହି ଜାଲରୁ ଖସି ଭାରତ ଫେରିଛନ୍ତି । କରନାଲର ବାସିନ୍ଦା ୨୧ ବର୍ଷିୟ ମୁକେଶ ଏବଂ ୨୪ ବର୍ଷିୟ ସନ୍ନିଙ୍କ ଅଙ୍ଗେଲିଭା କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ସମ୍ପର୍କୀୟଙ୍କ ଅଭିଯୋଗ, ଭାଇମାନଙ୍କୁ ଇମିଗ୍ରେସନ ଏଜେଣ୍ଟମାନେ ଧୋକା ଦେଇ ଜର୍ମାନୀ ବଦଳରେ ବ୍ୟାଙ୍କକ ପଠାଇଥିଲେ । ସେଠାରେ ସେମାନଙ୍କୁ ଏକ ହୋଟେଲରେ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଏଭଳି ୨୦୦ ରୁ ଅଧିକ ଲୋକ ଏମିତି ଠକେଇର ଶିକାର ହୋଇଛନ୍ତି ବୋଲି ସେମାନେ ଦାବି କରିଛନ୍ତି।

ସେନାରେ ଭର୍ତ୍ତି ପାଇଁ ମନା କରିବାକୁ ଜେଲ୍‌ ଦଣ୍ଡ

ସନ୍ନିଙ୍କ ସମ୍ପର୍କୀୟ ଆହୁରି କହିଛନ୍ତି, ବ୍ୟାଙ୍କକରୁ ସେମାନଙ୍କୁ ବିମାନରେ ବେଲାରୁଷ ନିଆଯାଇଥିଲା । ସେଠାରୁ ସେମାନେ ଜଙ୍ଗଲ ଦେଇ ଋଷରେ ପ୍ରବେଶ କରିଥିଲେ । ଯେଉଁଠାରେ ଅସ୍ଥାୟୀ ଶିବିର ତିଆରି କରାଯାଇଥିଲା । ସନ୍ନି ଓ ମୁକେଶଙ୍କ ଶରୀରରେ ଥିଲା କ୍ଷତ ଚିହ୍ନ ଦେଖାଇ ସେ କହିଛନ୍ତି ଯେ ଏହି ଶିବିରରେ ଥିବା ଏଜେଣ୍ଟମାନେ ତାଙ୍କୁ ଭୋକ ଉପାସରେ ରଖିଥିଲେ । କେବଳ ଏତିକି ନୁହେଁ, ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିଲା । ଅନ୍ୟପଟେ ଯେତେବେଳେ ସେମାନେ ଋଷ ସେନାରେ ଯୋଗଦେବାକୁ ମନା କରିଥିଲେ ଏବଂ ୟୁକ୍ରେନରେ ଯୁଦ୍ଧ କରିବାକୁ ଅମଙ୍ଗ ହୋଇଥିଲେ, ସେତେବେଳେ ବୈଧ ଅନୁମତି ବିନା ଋଷରେ ପ୍ରବେଶ କରିଥିବା ଅଭିଯୋଗରେ ସେମାନଙ୍କୁ ମସ୍କୋ ଜେଲକୁ ପଠାଇଦେଇଥିଲେ ।

ଜେଲରୁ ବାହାର କରିବା ପାଇଁ ଓକିଲ ୬ ଲକ୍ଷ ଟଙ୍କା ନେଲେ

ସେ କହିଛନ୍ତି ଯେ ମସ୍କୋର ଜଣେ ଓକିଲ ପିଲାମାନଙ୍କୁ ଜେଲରୁ ବାହାର କରିବା ପାଇଁ ଓ ଘରକୁ ଫେରିବାରେ ସାହାଯ୍ୟ କରିଛନ୍ତି। ଏହି କାମ ପାଇଁ ଋଷର ସେହି ଓକିଲ ୬ ଲକ୍ଷ ଟଙ୍କା ନେଇଥିଲେ । ମୁକେଶ ଏବଂ ସନ୍ନିଙ୍କ କହିବାନୁଯାୟୀ ସେମାନଙ୍କୁ ୧୫ ଦିନ ଯାଏଁ ଖାଦ୍ୟ ପାନୀୟ ଦିଆଯାଇନଥିଲା ।

୬୦ ଲକ୍ଷ ଟଙ୍କା ଖର୍ଚ୍ଚ କଲା ପରିବାର

ମସ୍କୋ ଓକିଲ କହିଛନ୍ତି ଯେ ଯେତେବେଳେ ଏହି ଏଜେଣ୍ଟମାନେ ଅନ୍ୟ ଦେଶର ଯୁବକମାନଙ୍କୁ ରୁଷ ସେନାରେ ଯୋଗଦେବା ଏବଂ ୟୁକ୍ରେନ ଯୁଦ୍ଧରେ ସାମିଲ ହେବାକୁ ଆଣିଥାନ୍ତି, ସେତେବେଳେ ସେମାନଙ୍କୁ ୨ ଲକ୍ଷ ଟଙ୍କା କମିଶନ ମିଳିଥାଏ । ଜର୍ମାନୀ ପଠାଇବାର ବିଫଳ ପ୍ରୟାସରେ ମୁକେଶ ଏବଂ ସନ୍ନିଙ୍କ ପରିବାର ପ୍ରଥମେ ୩୫ ଲକ୍ଷ ଏବଂ ପରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ମୁକେଶ ନିଜ ଶରୀରରେ କିଛି କ୍ଷତ ଚିହ୍ନ ଦେଖାଇ କହିଥିଲେ ଯେ ଆମକୁ ଏଭଳି ନିର୍ଯାତନା ଦିଆଯାଇଛି । ‘କେତେବେଳେ ଆମକୁ ନିଆଁ ଖୁଣ୍ଟାରେ ମାଡ଼ ମାରୁଥିଲେ ତ କେତେବେଳେ ବରଫ ଉପରେ ଶୁଆଉଥିଲେ । ଆମକୁ ବନ୍ଧୁକ ଏବଂ ଛୁରୀ ମଧ୍ୟ ଦେଖାଉଥିଲେ ।