• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସାଢ଼େ ୮ କୋଟିର ଲୁଟେରାକୁ ଧରା ପକାଇଦେଲା ୧୦ ଟଙ୍କିଆ ସଫ୍ଟ ଡ୍ରିଙ୍କ୍ସ । ଦୀର୍ଘଦିନ ହେବ ପଞ୍ଜାବ ପୋଲିସ ସାଢ଼େ ୮ କୋଟି ଟଙ୍କା ଡକାୟତିରେ ସମ୍ପୃକ୍ତ ଥିବା ‘ଡାକୁ ହସୀନା’ ନାମକ ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଖୋଜୁଥିଲା । ଡାକୁ ହସିନାଙ୍କୁ ଧରିବା ପଞ୍ଜାବ ପୋଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଥିଲା ତାଙ୍କୁ ଧରିବାରେ ବହୁତ ସାହାଯ୍ୟ କଲା ୧୦ ଟଙ୍କିଆ ‘ମ୍ୟାଙ୍ଗୋ ଡ୍ରିଙ୍କ’ ।

ଜୁନ୍‌ ୧୦ ରେ ପଞ୍ଜାବର ଲୁଧିଆନାର ଏକ କ୍ୟାସ୍‌ ଭ୍ୟାନ୍‌ରୁ ସାଢେ ୮ କୋଟି ଡକାୟତି ହୋଇଥିଲା । ଏହି ଲୁଟ୍‌ର ମାଷ୍ଟର ମାଇଣ୍ଡ ଥିଲେ ମନଦୀପ କୌର୍‌ ଓରଫ୍‌ ‘ଡାକୁ ହସୀନା’ ଓ ତାଙ୍କ ସ୍ବାମୀ ଜସ୍‌ୱିନ୍ଦର୍‌ ସିଂହ। । ଏହି ଘଟଣାରେ ପୋଲିସ୍‌ ପୂର୍ବରୁ ଡାକୁ ହସିନାଙ୍କ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଥିଲେ ବି ତାଙ୍କ ପତ୍ତା ମିଳି ପାରୁନଥିଲା। ମନ୍‌ଦୀପ ଓ ତାଙ୍କ ସ୍ବାମୀ ନେପାଳ ଖସିଯିବାକୁ ଯୋଜନା କରୁଥିବା କଥା ପୋଲିସକୁ ସୂଚନା ମିଳିଥିଲା । କିନ୍ତୁ, ତା’ପୂର୍ବରୁ ସେମାନେ ହରିଦ୍ବାର, କେଦାରନାଥ ଓ ହେମକୁଣ୍ଡ ସାହିବ ସମେତ ବିଭିନ୍ନ ତୀର୍ଥକ୍ଷେତ୍ର ‌ଦର୍ଶନ କରିବାକୁ ଯୋଜନା କରିଥିଲେ।

ହେମକୁଣ୍ଡକୁ ଲକ୍ଷାଧୀକ ଶ୍ରଦ୍ଧାଳୁ ଆସୁଥିବାରୁ ସେମାନଙ୍କ ମଧ୍ୟରୁ ମନଦୀପ ଓ ତାଙ୍କ ସ୍ୱାମୀଙ୍କୁ ଚିହ୍ନିବା ପୋଲିସ୍‌ ପାଇଁ ଏକ ଚ୍ୟାଲେଞ୍ଜ ପାଲଟି ଯାଇଥିଲା। ଏଥିନିମନ୍ତେ ସୁଚିନ୍ତିନ ଯୋଜନା ଅନୁଯାୟୀ ଜାଲ ବିଛା ଯାଇଥିବା ପୋଲିସ୍‌ ଅଧିକାରୀ କହିଛନ୍ତି । ହେମକୁଣ୍ଡ ଯିବା ବାଟରେ ପୋଲିସ୍‌ ପକ୍ଷରୁ ଏକ କ୍ୟାମ୍ପ କରାଯାଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ମାଗଣା ‘ମ୍ୟଙ୍ଗୋ ଡ୍ରିଙ୍କ’ ବଣ୍ଟାଗଲା। ଏହାମଧ୍ୟରେ ମାଗଣା ‘ମ୍ୟାଙ୍ଗୋ ଡ୍ରିଙ୍କ’ ପାଇଁ ମନଦୀପ କୌର ଓ ସ୍ୱାମୀ ଯଶବିନ୍ଦର ସିଂ ମଧ୍ୟ ଉକ୍ତ କ୍ୟାମ୍ପକୁ ଆସିଥିଲେ। ସେମାନଙ୍କ ମୁହଁ ଘୋଡ଼ା ଯାଇଥିବାରୁ ପୋଲିସ୍‌ ପ୍ରଥମେ ସେମାନଙ୍କୁ ଚିହ୍ନଟ କରି ପାରିନଥିଲେ। ମାତ୍ର ପରେ ସେମାନେ ମୁହଁରୁ କପଡ଼ା ବାହାର କରି ‘ମ୍ୟାଙ୍ଗୋ ଡ୍ରିଙ୍କ’ ପିଇଥିଲେ । ଉକ୍ତ ସମୟରେ ପୋଲିସ୍‌ ସେମାନଙ୍କୁ ଚିହ୍ନଟ କରିପାରିଥିଲା । 

କିନ୍ତୁ ପୋଲିସ୍‌ ସେମାନଙ୍କୁ ହଠାତ୍‌ ଗିରଫ କରିନଥିଲା। ସେମାନେ ହେମକୁଣ୍ଡ ଯାଇ ପ୍ରଭୁଙ୍କ ଦର୍ଶନ କରି ଫେରିବା ପରେ ପ୍ରସ୍ତୁତ ହୋଇ ରହିଥିବା ପୋଲିସ୍ ଟିମ୍‌ ସେମାନଙ୍କୁ ମାଡ଼ି ବସିଥିଲା । ସେମାନଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ଜବତ ହୋଇଥିବା ପୋଲିସ୍‌ ସୂଚନା ଦେଇଛି। ଏଯାବତ ଉଭୟଙ୍କ ଗ୍ୟାଙ୍ଗ ନିକଟରୁ ସମୁଦାୟ ୫.୯୬ କୋଟି ଟଙ୍କା ଜବତ କରି ସାରିଛି ପୁଲିସ୍‌। ହେମକୁଣ୍ଡ ପରେ ସେମାନେ କେଦାରନାଥ ଯାଇଥାନ୍ତେ। ମାତ୍ର ତା’ପୂର୍ବରୁ ଉଭୟ ପତିପତ୍ନୀଙ୍କ ସମେତ ସେମାନଙ୍କ ୨ ସହଯୋଗୀଙ୍କୁ ବି ମାଡ଼ି ବସିଛି ପୋଲିସ୍‌ । ଏହି ଘଟଣାରେ ସମୁଦାୟ ୯ ଜଣଙ୍କୁ ଗିରଫ କରାଯାଇଛି।