/odishatv-khabar/media/post_attachments/uploadimage/library/16_9/16_9_0/dss_1637212296.jpg)
Dancer Sapna Choudhary
ଚଣ୍ଡୀଗଡ଼: ଅଡ଼ୁଆରେ ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀ। ଲକ୍ଷ୍ନୌ କୋର୍ଟ ସପନା ଚୌଧୁରୀଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ତେଣୁ ଖୁବ୍ଶୀଘ୍ର ସେ ଗିରଫ ହୋଇପାରନ୍ତି ବୋଲି ଜଣାପଡ଼ିଛି। ଏକ ଡ୍ୟାନ୍ସିଂ କାର୍ଯ୍ୟକ୍ରମକୁ ବାତିଲ୍ କରିବା ସହ ଟିକେଟ୍ କିଣିଥିବା ଲୋକଙ୍କୁ ଟଙ୍କା ଫେରସ୍ତ ନକରିବା ନେଇ ସପନାଙ୍କ ବିରୋଧରେ ଅଭିଯୋଗ ହୋଇଛି। ନଭେମ୍ବର ୨୨ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।
ଏସ୍ଆଇ ଫିରୋଜ ଖାନ ୨୦୧୮, ଅକ୍ଟୋବର ୧୪ ରେ ଆଶିୟାନା ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରିଥିଲେ। ସପନାଙ୍କ ସମେତ ଏହି କାର୍ଯ୍ୟକ୍ରମର ଆୟୋଜକ ଜୁନୈଦ ଅହମ୍ମଦ, ନବୀନ ଶର୍ମା, ଇୱାଦ ଅଲି, ଅମିତ ପାଣ୍ଡେ ଏବଂ ରତ୍ନାକର ଉପାଧ୍ୟାୟଙ୍କ ନାଁ ମଧ୍ୟ FIRରେ ଉଲ୍ଲେଖ କରାଯାଇଥିଲା।
A post shared by Sapna Choudhary (@itssapnachoudhary)
୩ ବର୍ଷ ପୂର୍ବର ଏହି ଘଟଣା ଘଟିଥିଲା। ସୂଚନା ଅନୁସାରେ, ୨୦୧୮, ଅକ୍ଟୋବର ୧୩ ରେ ସ୍ମୃତି ଉପବନରେ ସପନାଙ୍କ ଏକ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମ ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ହେବାର ଥିଲା। ଏଥିପାଇଁ ଅନଲାଇନ୍ ଓ ଅଫଲାଇନ୍ରେ ଟିକେଟ ବିକ୍ରି ହୋଇଥିବା ବେଳେ ଏହାର ମୂଲ୍ୟ ୩୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ହଜାର ହଜାର ଲୋକ ସ୍ମୃତି ଉପବନରେ ପହଞ୍ଚିଥିଲେ।
A post shared by Sapna Choudhary (@itssapnachoudhary)
ହେଲେ ରାତି ୧୦ଟା ପର୍ଯ୍ୟନ୍ତ ସପନାଙ୍କ ଦେଖା ମିଳି ନ ଥିଲା। ଯାହାକୁ ନେଇ ଦର୍ଶକ ମାନେ ହଙ୍ଗାମା ଆରମ୍ଭ କରି ଦେଇଥିଲେ। ଏହାପରେ ଟିକେଟ୍ କିଣିଥିବା ଲୋକଙ୍କୁ ଟିକେଟ୍ ଟଙ୍କା ମଧ୍ୟ ଫେରସ୍ତ କରାଯାଇନଥିଲା। ଏହି ମାମଲାରେ ସପନା ଚୌଧୁରୀଙ୍କ ଆବେଦନକୁ ୨୦୨୧, ସେପ୍ଟେମ୍ବର ୪ରେ କୋର୍ଟ ଖାରଜ କରିଥିଲେ।
ପୂର୍ବରୁ ମଧ୍ୟ ଫସିଥିଲେ ସପନା....
ଏହା ପୂର୍ବରୁ ଡ୍ୟାନ୍ସର ସପନା ଚୌଧୁରୀଙ୍କ ବିରୋଧରେ ଠକେଇ ଅଭିଯୋଗ ନେଇ ଦିଲ୍ଲୀ ପୋଲିସ୍ର ଆର୍ଥିକ ଅପରାଧ ଶାଖା(EOW) ଏକ ମାମଲା ରୁଜୁ କରିଥିଲା। ଦିଲ୍ଲୀ ପୋଲିସ୍ର ସୂଚନା ଅନୁଯାୟୀ, ପାଖାପାଖି ୪ କୋଟି ଟଙ୍କା ଠକେଇ ଅଭିଯୋଗ ଆସିବା ପରେ ସପନା ଚୌଧୁରୀ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)