• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସ୍କୁଲ ନ ଯିବା ପାଇଁ ଅପହରଣର ନାଟକ ରଚିଥିଲା ଅଷ୍ଟମ ଶ୍ରେଣୀର ଛାତ୍ର । ପିଲାକୁ ଖୋଜିବାକୁ ନାକେଦମ ହୋଇଥିଲେ ସ୍ଥାନୀୟ ବାସିନ୍ଦା ଓ ପୋଲିସ । ଉତ୍ତରପ୍ରଦେଶର ବାରବାଙ୍କିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଯିବାକୁ ଇଚ୍ଛା ନଥିବାରୁ ଏଭଳି ନାଟକ ରଚିଥିବାର ପୋଲିସ ଆଗରେ ମୁହଁ ଖୋଲିଲା ସାନ ଭାଇ । ଏହି ମାଷ୍ଟରପ୍ଲାନରେ ପାର୍ଟନର ସାଜିଥିଲା ଖୋଦ୍‌ ସାନ ଭାଇ ।

ପୋଲିସର କହିବାନୁଯାୟୀ ଦୁଇ ଭାଇ ଗ୍ରୀଷ୍ମ ଛୁଟି ଶେଷ ହେବା ପରେ ସୋମବାର ସ୍କୁଲ ଯାଇଥିଲେ । ଆଶ୍ଚର୍ଯ୍ୟର କଥା ହେଲା ସ୍କୁଲରୁ ଫେରିବା ବେଳେ କେବଳ ସାନ ଭାଇ ହିଁ ଘରୁ ଫେରିଥିଲା । ବଡ଼ ଭାଇ କାହିଁକି ଆସିନି ପଚାରିବାରୁ ଭାଇକୁ ଅପହରଣ କରାଯାଇଥିବା କହିଥିଲା ସାନ ଭାଇ । ଦୁର୍ବୃତ୍ତ ସ୍କୁଲ ସାମ୍ନାରୁ ଭାଇକୁ ଗାଡ଼ିରେ ବସାଇ ନେଇଯାଇଥିବା କହିଥିଲା ଭାଇ । ସାନ ଭାଇ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲା ।

ଘଟଣାର ତଦନ୍ତ ପାଇଁ ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ସ୍ଥାନୀୟ ଉଠା ଦୋକାନୀଙ୍କୁ ପଚରାଉଚରା କରିଥିଲେ । ଆଶ୍ଚର୍ଯ୍ୟର କଥା ହେଲା ତଦନ୍ତ ପରେ ଜଣାପଡ଼ିଥିଲା ଯେ, ସେଭଳି କିଛି ଅପହରଣ ଘଟଣା ଘଟିନାହିଁ । ପୋଲିସକୁ ସାନ ଭାଇର ବୟାନ ଉପରେ ସନ୍ଦେହ ହୋଇଥିଲା । ସାନ ଭାଇ ପୋଲିସକୁ ମନ୍ତବ୍ୟ ଦେଇଥିଲା ଯେ ଅପହରଣ ବେଳେ ସେ ବାଥରୁମ୍‌ରେ ଥିଲେ । ଯଦି ସେ ବାଥରୁମ୍‌ରେ ଥିଲେ, ତେବେ ତାଙ୍କ ଭାଇର ଅପହରଣ ହୋଇଛି ବୋଲି କେମିତି ଜାଣିଲେ ବୋଲି ପୋଲିସ ପ୍ରଶ୍ନ କରିଥିଲା । ଏହାପରେ ସେ ଭୟଭୀତ ହୋଇ ସବୁ ସତ ପୋଲିସକୁ କହିଦେଇଥିଲା ।

ସିସିଟିଭି ଯାଞ୍ଚ ପରେ ଜାଣିବାକୁ ମିଳିଥିଲା ଯେ, ନିଖୋଜ ଥିବା ଛାତ୍ର ତାର ବନ୍ଧୁ ସହ ସ୍କୁଲ ସରିବା ପରେ ଅଯୋଧ୍ୟା ବସ୍‌ରେ ବସି ଯାଇଥିଲେ । ଅଯୋଧ୍ୟା ପହଞ୍ଚି ପୋଲିସ ଦୁହିଁଙ୍କୁ ଖୋଜି ପାଇଥିଲା । ସେମାନଙ୍କୁ ପଚରାଉଚରା କରିବାରୁ ଦୁହେଁ କହିଥିଲେ ଯେ, ଗ୍ରୀଷ୍ମ ଛୁଟି ପରେ ସ୍କୁଲ୍‌ ଯିବାକୁ ଇଚ୍ଛା ନଥିବାରୁ ସେ ଏଭଳି ପ୍ଲାନ୍‌ କରିଥିଲେ ।