• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟ୍ରେନ୍‌କୁ ମଝି ଟ୍ରାକ୍‌ରେ ଛାଡ଼ି ପଳାଇଲେ ଲୋକୋ ପାଇଲଟ୍‌ । କହିଲେ ‘ମୋ ଡ୍ୟୁଟି ସରିଲା, ମୁଁ ଚାଲିଲି’ । କେବଳ ଗୋଟିଏ ଟ୍ରେନ୍‌ ନୁହେଁ ବରଂ ୨ଟି ଟ୍ରେନ୍‌ର ଲୋକୋ ପାଇଲଟ୍‌ ଟ୍ରେନ୍‌କୁ ଟ୍ରାକ୍‌ରେ ଛାଡ଼ି ପଳାଇଥିବାର ସୂଚନା ମିଳିଛି । ଯାହାଫଳରେ ବିନା ଖାଦ୍ୟ, ପାଣି ଓ ବିଦ୍ୟୁତ୍ ସେବାରୁ ବଞ୍ଚିତ ହେଲେ ଟ୍ରେନ୍‌ରେ ଯାତ୍ରା କରୁଥିବା ୨୫୦୦ ଯାତ୍ରୀ । ଉତ୍ତରପ୍ରଦେଶ ବାରବାଙ୍କୀ ଜିଲ୍ଲା ବୁରୱାଲ୍‌ ଜଙ୍କସନ୍‌ରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ୟୁପିର ବାରବାଙ୍କୀ ଜିଲ୍ଲା ବୁରୱାଲ ଜଙ୍କସନରେ ୨ଟି ଏକ୍ସପ୍ରେସ ଟ୍ରେନ ଅଟକିଯିବାରୁ ୨୫୦୦ ରୁ ଅଧିକ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଏହା କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା, ତଥାପି ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ଟ୍ରେନ୍‌ କର୍ମଚାରୀଙ୍କ ଜିଦ୍‌ରୁ ହଇରାଣ ହେଲେ ଯାତ୍ରୀ । ଟ୍ରେନ୍‌ର କର୍ମଚାରୀ ନିଜ ସିଫ୍ଟ ଶେଷ ହୋଇଯାଇଥିବା କହି ଟ୍ରେନ୍‌କୁ ଛାଡ଼ି ପଳାଇଲେ । ଏହା ଦେଖି ଅନ୍ୟ ଏକ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଶରୀର ଅସୁସ୍ଥ ଥିବା କହି ପଳାଇଲେ ।

ଟ୍ରେନ୍ ଭିତରେ ଜଳ, ଖାଦ୍ୟ ଏବଂ ବିଦ୍ୟୁତ୍ ଅଭାବ ହେତୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଗଲା । ଟ୍ରେନ ଆଗରେ ଯାତ୍ରୀମାନେ ଟ୍ରାକରେ ବସି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ଏହି ଘଟଣା ସହରସା-ନୂଆଦିଲ୍ଲୀ ଛଟ୍‌ ପୂଜା ସ୍ପେଶାଲ (04021) ଏବଂ ବାରୁନି-ଲକ୍ଷ୍ନୌ ଜଙ୍କସନ ଏକ୍ସପ୍ରେସ (15203) ରେ ଘଟିଛି । ଲୋକଙ୍କ ପ୍ରତିବାଦର ବହୁ ସମୟ ପରେ ଉତ୍ତର ପୂର୍ବାଞ୍ଚଳ ରେଳ ଅଧିକାରୀ ଗୋଣ୍ଡା ଜଙ୍କସନରୁ କର୍ମଚାରୀ ପଠାଇ ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ।

ଟ୍ରେନ୍‌ ନ ଗଡ଼ିବାରୁ ଯେଉଁ ଟ୍ରେନ୍‌ ୨୭ ନଭେମ୍ବର ସଂଧ୍ୟା ୭ଟା ୧୫ ମିନିଟ୍‌ରେ ଷ୍ଟେସନ ଛାଡ଼ିବା କଥା ନଭେମ୍ବର ୨୮ ସକାଳ ୯ଟା ୩୦ ମିନିଟ୍‌ରେ ଷ୍ଟେସନ୍‌ରୁ ଛାଡ଼ିଥିଲା । ଯାହା ଫଳରେ ଟ୍ରେନ୍‌ ୧୯ ଘଣ୍ଚା ବିଳମ୍ବରେ ଗୋରଖପୁରରେ ପହଞ୍ଚିଲା । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଏନେଇ ରେଳ ବିଭାଗ ପକ୍ଷରୁ ତଦନ୍ତ କରାଯିବ ବୋଲି ସୂଚନା ଦିଆଯାଇଛି ।