/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664373848.jpg)
Special story
ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ହେବେ ନୂଆ ଦେଶର CDS । କେନ୍ଦ୍ର ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । CDS ସହ ମିଲିଟାରୀ ଆଫେୟାର୍ସ ସଚିବ ଭାବେ ବି ସେ କାର୍ଯ୍ୟ କରିବେ । ସେ ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ଥିଲେ । ଗତ ବର୍ଷ ଡିସେମ୍ବରରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ମୃତ୍ୟୁ ପରେ ସିଡିଏସ୍ ପଦ ଖାଲି ପଡ଼ିଥିଲା ।
ଅନୀଲ ୧୯୮୧ରେ ୧୧-ଗୋର୍ଖା ରାଇଫଲ୍ସରେ ଯୋଗ ଦେଇଥିଲେ ଏବଂ ୨୦୨୧ ମେ’ ରେ ଅବସର ଗ୍ରହଣ କରିଥିଲେ । ୪ ଦଶନ୍ଧିର ସେନା କ୍ୟାରିୟର ଭିତରେ, ଜମ୍ମୁ ଓ କଶ୍ମୀରରେ ଏବଂ ଉତ୍ତର-ପୂର୍ବ ଭାରତରେ ଆତଙ୍କବାଦ ବିରୋଧୀ ଅଭିଯାନରେ ତାଙ୍କର ବିଶେଷ ଉପଲବ୍ଧି ରହିଛି । ସେ ପରମ ବିଶିଷ୍ଟ ସେବା ମେଡାଲ୍, ଉତ୍ତମ ଯୁଦ୍ଧ ସେବା ମେଡାଲ୍, ଅତି ବିଶିଷ୍ଟ ସେବା ମେଡାଲ୍, ସେନା ମେଡାଲ୍ ଓ ବିଶିଷ୍ଟ ସେବା ମେଡାଲର ଅଧିକାରୀ ।
ସୂଚନାଯୋଗ୍ୟ ୨୦୨୧ , ୮ ଡିସେମ୍ବରରେ ହେଲିକପ୍ଟର କ୍ରାସ୍ ରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ହୋଇଥିଲା । ସିଡିଏସ୍ ବିପିନ ରାଓ୍ବତଙ୍କ ସହ ପତ୍ନୀ ମଧୁଲିକା ରାୱତଙ୍କର ବି ମୃତ୍ୟୁ ହୋଇଥିଲା । ଉଭୟଙ୍କ ସହ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବାୟୁସେନା କହିଥିଲା । ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର କ୍ରାସ୍ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)