LPG cylinder prices slashed from today
ମାସ ଆରମ୍ଭରୁ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି। ପୁଣି କମିଲା କମର୍ସିଆଲ୍ LPG ସିଲିଣ୍ଡର ଦାମ୍। ଅଏଲ୍ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ କମର୍ସିଆଲ୍ LPG ସିଲିଣ୍ଡର ଦାମ୍ ହ୍ରାସ ନେଇ ଘୋଷଣା କରିଛନ୍ତି। ଆଜିଠୁ ୧୯ କେଜି କମର୍ସିଆଲ୍ LPG ସିଲିଣ୍ଡର ଦାମ୍ ୩୬ ଟଙ୍କା କମିଛି। ଦାମ୍ କମ୍ ପରେ କମର୍ସିଆଲ୍ LPG ସିଲିଣ୍ଡର ଦାମ୍ ଅନେକ ସହରରେ ଶସ୍ତା ହୋଇଛି।
ଦାମ୍ ହ୍ରାସ ପରେ ୧୯ କେଜି କମର୍ସିଆଲ୍ LPG ସିଲିଣ୍ଡର ଦାମ୍ ଏବେ ୧,୯୭୬ ଟଙ୍କା ୫୦ ପଇସା ହୋଇଛି। ଦିଲ୍ଲୀରେ ଏହି ଦର ଥିବାବେଳେ କୋଲକାତାରେ ୨,୦୯୫ ଟଙ୍କା ୫୦ ପଇସା, ମୁମ୍ବାଇରେ ୧,୯୩୬ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୨,୧୪୧ ଟଙ୍କା ରହିଛି।
ସୂଚନାଥାଉ କି, ଗତ ଜୁଲାଇ ୬ରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପାଇଥିଲା। ୧୪.୨ କେଜି ଘରୋଇ LPG ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଥିଲା। ଏହା ପୂର୍ବରୁ ଗତ ମାସ ଆରମ୍ଭରୁ ମଧ୍ୟ କମର୍ସିଆଲ୍ LPG ସିଲିଣ୍ଡର ଦାମ୍ ହ୍ରାସ ପାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659323157.jpg)