Advertisment

ମାସ ଆରମ୍ଭରୁ ମହଙ୍ଗା ମାଡ଼: ବଢ଼ିଲା LPG ସିଲିଣ୍ଡର ଦର

ବଢ଼ିଲା LPG ସିଲିଣ୍ଡର ଦର। ଉଭୟ ଘରୋଇ ଓ କମର୍ସିଆଲ LPG ସିଲିଣ୍ଡର ଦର ବୃଦ୍ଧି ପାଇଛି।

ଅଦ୍ୟତନ ହୋଇଛି
LPG Cylinder Price Hiked

LPG Cylinder Price Hiked

Advertisment

ବଢ଼ିଲା LPG ସିଲିଣ୍ଡର ଦର। ଉଭୟ ଘରୋଇ ଓ କମର୍ସିଆଲ LPG ସିଲିଣ୍ଡର ଦର ବୃଦ୍ଧି ପାଇଛି। ଘରୋଇ LPG ସିଲିଣ୍ଡର ଦର ୫୦ ଟଙ୍କା ବଢି ଥିବାବେଳେ କମର୍ସିଆଲ LPG ସିଲିଣ୍ଡର ଦର ୩୫୦ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ପୂର୍ବରୁ ଭୁବନେଶ୍ୱର ରେ ଏଲ୍‌ପିଜି ଦର ୧ ହଜାର ୭୯ ଟଙ୍କା ଥିଲା। ଏବେ ୫୦ ଟଙ୍କା ବଢି ୧୧ ଶହ ୨୯ଟଙ୍କା ହୋଇଛି। ସେହିପରି ଦିଲ୍ଲୀରେ ଘରୋଇ LPG ସିଲିଣ୍ଡର ଦର ବଢି ୧,୧୦୩ ଟଙ୍କା ହୋଇଛି। 

Advertisment

ଅଧିକ ପଢ଼ନ୍ତୁ: ଗ୍ୟାସ୍ ସିଲିଣ୍ଡର ତଳେ କାହିଁକି ଥାଏ ଛୋଟ ଛୋଟ କଣା ?

ନ୍ୟୁଜ୍‌ ଏଜେନ୍ସି ANI ସୂଚନା ଅନୁସାରେ, ୧୪.୨ କିଲୋ ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୧୯ କିଲୋ କମର୍ସିଆଲ ସିଲିଣ୍ଡର ଦର ୩୫୦ ଟଙ୍କା ୫୦ ପଇସା ବଢ଼ିଛି। ଦିଲ୍ଲୀରେ ୧୯ କିଲୋ କମର୍ସିଆଲ୍‌ ସିଲିଣ୍ଡର ଏବେ ୨,୧୧୯ ଟଙ୍କା ୫୦ ପଇସା ଥିବାବେଳେ ଘରୋଇ LPG ସିଲିଣ୍ଡର ଦର ବୃଦ୍ଧି ପାଇ ୧,୧୦୩ ଟଙ୍କା ହୋଇଛି। ଆଜିଠୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। 

ଜାଣନ୍ତୁ, ମେଟ୍ରୋ ସିଟିରେ କ’ଣ ରହିଛି ଘରୋଇ ଏଲ୍‌ପିଜି ସିଲିଣ୍ଡର ଦାମ୍‌...

  • ଦିଲ୍ଲୀ- ୧,୧୦୩ ଟଙ୍କା
  • ମୁମ୍ବାଇ- ୧,୧୦୨.୫ ଟଙ୍କା
  • କୋଲକାତା- ୧,୧୨୯ ଟଙ୍କା
  • ଚେନ୍ନାଇ- ୧,୧୧୮.୫ ଟଙ୍କା
Advertisment

ଜାଣନ୍ତୁ, ମେଟ୍ରୋ ସିଟିରେ କ’ଣ ରହିଛି କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ଦାମ୍‌...

  • ଦିଲ୍ଲୀ- ୨,୧୧୯.୫ ଟଙ୍କା
  • ମୁମ୍ବାଇ- ୨,୦୭୧.୫ ଟଙ୍କା
  • କୋଲକାତା- ୨,୨୨୧.୫ ଟଙ୍କା
  • ଚେନ୍ନାଇ- ୨,୨୬୮ ଟଙ୍କା
LPG Cylinder LPG Price LPG Price Hike LPG Cylinder Price Hike LPG Cylinder Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ