• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଋଷିଆ ବରକୁ ୟୁକ୍ରେନ୍‌ କନିଆଁ । କଥାଟା ଅଡ଼ୁଆ ଲାଗୁଥିବ ନିଶ୍ଚୟ । ଆପଣ ଭାବୁଥିବେ ଋଷିଆ - ୟୁକ୍ରେନ୍‌ ମଧ୍ୟରେ ଏତେ ତିକ୍ତତା ରହିଛି, ତଥାପି କେମିତି ହେଲା ବିବାହ । କେମିତି ମିଶିଲା ମନ । କାରଣ ସାରା ବିଶ୍ୱ ଦେଖିଛି ଋଷିଆ ଆଉ ୟୁକ୍ରେନ୍‌ ଯୁଦ୍ଧ । ପୁରା ୟୁକ୍ରେନ୍‌କୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି ଋଷିଆ । ଘନ ଘନ ମିସାଇଲ ମାଡ଼କୁ ରକେଟ୍ ଲଞ୍ଚର । ଏମିତିକି ଆକାଶ ମାର୍ଗରୁ ବୋମା ବର୍ଷା କରି ୟୁକ୍ରେନ୍‌କୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି ଋଷିଆ । ପ୍ରାୟ ୧୦୦ ଦିନ ଧରି ଚାଲଥିଲା ଯୁଦ୍ଧ ।

ତେବେ କୁହାଯାଏ ପ୍ରେମ ମାନେ ନାହିଁ ବନ୍ଧ ବାଡ଼ । ଦେଖେ ନାହିଁ ଜାତି, ଧର୍ମ କିମ୍ବା ବର୍ଣ୍ଣ । ପ୍ରେମ କୌଣସି ବି ପରିସ୍ଥିତିରେ ଆଗକୁ ବଢ଼ିବାକୁ ଶକ୍ତି ଦେଇଥାଏ । ଠିକ୍‌ ଏଭଳି ଏକ ପ୍ରେମ କାହାଣୀ ଆଜି ଆମ ସାମ୍ନାକୁ ଆସିଛି । ସେରଗେଇ ନୋଭିକୋଭ ଓ ଏଲୋନା ବ୍ରାମୋକାଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚାରେ । ଋଷିଆ ଓ ୟକ୍ରେନ୍‌ ମଧ୍ୟରେ ଚାଲିଥିବା ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ନିଜ ପ୍ରେମକୁ ସଫଳ କରିଛନ୍ତି ଏହି ପ୍ରେମୀ ଯୁଗଳ ।

ଇସ୍ରାଏଲ୍‌ରେ ରହୁଥିବା ଜଣେ ରସିଆନ୍‌ ହେଉଛନ୍ତି ସେରଗେଇ ନୋଭିକୋଭ । ସେ ଏବେ ବିବାହ କରିଛନ୍ତି ତାଙ୍କ ୟୁକ୍ରେନିଆନ୍‌ ଗାର୍ଲଫ୍ରେଣ୍ଡ ଏଲୋନା ବ୍ରାମୋକାଙ୍କୁ । ହିମାଚଳ ପ୍ରଦେଶ ଖାରୋଟାରେ ଥିବା ଦିବ୍ୟ ଆଶ୍ରମରେ ମଙ୍ଗଳବାର ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସନାତନ ଧର୍ମ ଓ ରିତିନୀତି ଆଧାରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି ।

ନବ ଦମ୍ପତିକୁ ନିଜ ଘର ଭଳି ଅନୁଭବ ଦେବା ପାଇଁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଯେଉଁମାନେ ବିବାହ କାର୍ଯ୍ୟକ୍ରମରେ ସାମିଲ ଥିଲେ, ସେମାନେ ପାରମ୍ପରିକ ନୃତ୍ୟ ପରିବେଷଣ କରିବା ସହ ସମସ୍ତ ନୀତିକାନ୍ତି ପାଳନ କରିଥିଲେ । ବିଦେଶୀଙ୍କ ବିବାହ କରୁଥିଲେ ସତ ହେଲେ ବିବାହର ଷ୍ଟାଇଲ୍‌ ଥିଲା ପୁରା ଦେଶୀ । ଅତିଥିମାନଙ୍କୁ ମଧ୍ୟ କାଙ୍ଗ୍ରି ଧାମ୍‌ରେ ପୁରା ଦେଶୀ ଷ୍ଟାଇଲ୍‌ରେ ଚର୍ଚ୍ଚା କରାଯାଇଥିଲା ।

ଏହି ପ୍ରେମୀ ଯୁଗଳ ଗତ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲେ । ପରେ ସେମାନେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଦିବ୍ୟ ଆଶ୍ରମର ଜଣେ ପଣ୍ଡିତଙ୍କ କହିବା କଥା ଗତ ବର୍ଷେ ହେବ ଉଭୟ ଧର୍ମଶାଳା ପାଖ ଧରମକୋଟରେ ରହି ଆସୁଛନ୍ତି । ବିଦେଶରୁ ଆସିଥିବା ନବଦମ୍ପତିଙ୍କ ବନ୍ଧୁମାନେ ମଧ୍ୟ ବିବାହର ରିତିନୀତି ଦେଖି ବେଶ୍‌ ପ୍ରଭାବିତ ହୋଇଥିଲେ ଏବଂ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ ।