11,000 loudspeakers removed from UP religious places
ଲାଉଡ୍ସ୍ପିକର ବିବାଦ ମାମଲା ସ୍ଥିତିରେ ଆସୁଛି ସୁଧାର । ଉତ୍ତରପ୍ରଦେଶର ବିଭିନ୍ନ ଧର୍ମସ୍ଥଳୀରୁ ହଟିଲା ହଜାର ହଜାର ଲାଉଡ୍ସ୍ପିକର । ଗତ ୪ ଦିନ ଭିତରେ ୟୁପିର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର, ମସ୍ଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରରୁ ପ୍ରାୟ ୧୧ ହଜାର ଲାଉଡ୍ସ୍ପିକର ହଟାଯାଇଛି । ଏହାସହ ୩୫ ହଜାରରୁ ଅଧିକ ଲାଉଡ୍ସ୍ପିକରର ଆଓ୍ୱାଜ୍ କମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରତ୍ୟେକ ଧର୍ମସ୍ଥଳକୁ ଯାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ କେତୋଟି ଲାଉଡ୍ସ୍ପିକର ଲାଗିଛି ଓ ସେଥିରୁ ଦିନ ଓ ରାତିରେ କେତେ ଡେସିବଲ୍ ଶବ୍ଦ ବାହାରୁଛି ଯାଞ୍ଚ କରିଥିଲେ । ଏହାପରେ ସଂପୃକ୍ତ ସ୍ଥଳର ଧର୍ମଗୁରୁମାନଙ୍କ ସହ ଆଲୋଚନା କରି କିଛି ଲାଉଡ୍ସ୍ପିକରକୁ ହଟାଇ ଦିଆଯାଇଥିବା ବେଳେ ଆଉ କିଛିର ଶବ୍ଦ ଯେପରି ପରିସର ଭିତରେ ହିଁ ସୀମିତ ରହେ ସେ ଦିଗରେ ପଦକ୍ଷେପ ନିଆଯାଇଛି ।
ଏନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ‘ସମସ୍ତଙ୍କ ପାଇଁ ନିଜ ଧର୍ମ ରୀତି ନୀତି ଅନୁସାରେ ପୂଜାପାଠ କରିବାକୁ ସ୍ୱାଧୀନତା ଅଛି । ହେଲେ ଏହା ଯେପରି ଅନ୍ୟମାନଙ୍କୁ ବିରକ୍ତ ନକରେ ସେଥିପ୍ରତି ଧ୍ୟାନ ଦେବା ଉଚିତ୍ । ଲାଉଡ୍ସ୍ପିକର ବଜାଅ ହେଲେ ଶଦ୍ଦ ବାହାରକୁ ଆସିବ ନାହିଁ ।’
ଏହାସହ ଏପ୍ରିଲ ୩୦ ସୁଦ୍ଧା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ ଉଲ୍ଲଂଘନ କରୁଥିବା ଲାଉଡ୍ସ୍ପିକର ଗୁଡ଼ିକୁ ହଟାଇବାକୁ ବା ଶବ୍ଦ କମ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)