/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649303110.jpg)
Lok Sabha speaker Om Birla and Union Minister Sarbananda Sonowal attend the 'Yoga Utsav'
ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ନୂଆଦିଲ୍ଲୀର ଲାଲକିଲ୍ଲାରେ ଯୋଗ ଉତ୍ସବ ଆୟୋଜିତ ହୋଇଛି । ଏଥିରେ ଲୋକସଭା ବାଚସ୍ପତି ଓମ ବିର୍ଲା କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ମଧ୍ୟ ଉତ୍ସବରେ ସାମିଲ ହୋଇଥିଲେ । ଲାଲକିଲ୍ଲାରେ ଆୟୋଜିତ ଯୋଗ ଉତ୍ସବରେ ଶତାଧିକ ସଂଖ୍ୟାରେ ଲୋକ ଯୋଗ ଦେଇ ଏକାଠି ଯୋଗ କରିଥିଲେ ।
Delhi | Lok Sabha speaker Om Birla and Union Minister Sarbananda Sonowal attend the 'Yoga Utsav' celebration at Red Fort. pic.twitter.com/zOremflAAJ
— ANI (@ANI) April 7, 2022
ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏହି ଯୋଗ ଉତ୍ସବର ଆୟୋଜନ ହୋଇଥିଲା । ଆନ୍ତର୍ଜାତିକ ଯୋଗ ଦିବସର ୭୫ ଦିନ ପୂର୍ବରୁ ଏହି ଯୋଗ ଉତ୍ସବର ପାଳନ କରାଯାଇଥିଲା । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଏହି ଯୋଗ ଉତ୍ସବର ଆୟୋଜନ ହୋଇଥିଲା ।
(ଲାଲକିଲ୍ଲାରେ ‘ଯୋଗ ଉତ୍ସବ’ ପାଳନ)ଅନ୍ୟପକ୍ଷେ, ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ଲୋକମାନେ ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚଳିତ ବର୍ଷର ଶ୍ଳୋଗାନ ରହିଛି ‘ଆମ ପୃଥିବୀ, ଆମର ସ୍ୱାସ୍ଥ୍ୟ’ । ଦେଶର ସମ୍ପତ୍ତି ଦେଶର ପ୍ରଗତି ଓ ବିକାଶ ପାଇଁ ସୁସ୍ଥ ମଣିଷ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ୧୯୪୮ ଆଜିର ଦିନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)