Advertisment

ବାଚସ୍ପତି ରେସ୍‌ରେ ୪ ହେଭିୱେଟ୍‌ ନେତା, କାହାକୁ ବାଛିବ NDA ?

ଆସନ୍ତାକାଲି ଏନଡିଏର ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା ଚର୍ଚ୍ଚାରେ ଥିବା ଏହି ୪ ସମ୍ଭାବ୍ୟ ବାଚସ୍ପତି ପ୍ରାର୍ଥୀଙ୍କ ସଂପର୍କରେ।

ଅଦ୍ୟତନ ହୋଇଛି
undefined

Bhartruhari In Speaker Race

Advertisment

ଆସନ୍ତା ୨୬ ତାରିଖରେ ହେବ ଲୋକସଭା ବାଚସ୍ପତି ନିର୍ବାଚନ । ତେବେ କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ? ବାଚସ୍ପତି ଆସନରେ ବସିବାକୁ, କାହାକୁ ବାଛିବ NDA ? ଚର୍ଚ୍ଚାରେ ରହିଛି ୪ ବରିଷ୍ଠ ସାଂସଦଙ୍କ ନାଁ। ପୂର୍ବତନ ବାଚସ୍ପତି ଓମ୍ ବିର୍ଲା, ବର୍ତ୍ତମାନର କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ, ବରିଷ୍ଠ ବିଜେପି ନେତା ରାଧାମୋହନ ସିଂ ଏବଂ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି. ପୁରନ୍ଦେଶ୍ୱରୀ।

Advertisment

ଆସନ୍ତାକାଲି ଏନଡିଏର ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା ଚର୍ଚ୍ଚାରେ ଥିବା ଏହି ୪ ସମ୍ଭାବ୍ୟ ବାଚସ୍ପତି ପ୍ରାର୍ଥୀଙ୍କ ସଂପର୍କରେ।

ପୂର୍ବତନ ବାଚସ୍ପତି ଓମ୍ ବିର୍ଲା ରାଜସ୍ଥାନ କୋଟାରୁ ସାଂସଦ ନିର୍ବାଚିତ ହୋଇଛନ୍ତି। କୋଟା-ବୁନ୍ଦି ସଂସଦୀୟ କ୍ଷେତ୍ରରୁ ସେ କ୍ରମାଗତ ୩ ଥର ନିର୍ବାଚିତ ହୋଇଛନ୍ତି। ଏଥର ମଧ୍ୟ ତାଙ୍କୁ ଲୋକସଭା ବାଚସ୍ପତି ପ୍ରାର୍ଥୀ କରିପାରେ ଏନଡିଏ । ବାଚସ୍ପତି ପରେ ସାଂସଦ ଭାବେ ନିର୍ବାଚିତ ହେବାରେ ଗତ ୨୦ ବର୍ଷ ଭିତରେ ସେ ପ୍ରଥମ ନେତା।

Advertisment

ଅଧିକ ପଢ଼ନ୍ତୁ: ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଶପଥ ପାଠ କରାଇଲେ କାମଚଳା ବାଚସ୍ପତି

ଭର୍ତ୍ତୃହରି ମହତାବ କଟକରୁ କ୍ରମାଗତ ୭ ଥର ସାଂସଦ ନିର୍ବାଚିତ ହୋଇଛନ୍ତି । ଏଥର ପ୍ରଥମ ଥର ପାଇଁ ସେ ବିଜେପି ସାଂସଦ ଭାବେ ଲୋକସଭାକୁ ଯାଇଛନ୍ତି । ଏବେ କାମଚଳା ବାଚସ୍ପତି ଥିବା ଭର୍ତ୍ତୃହରି ସପ୍ତଦଶ ଲୋକସଭାରେ ଚେୟାରପର୍ସନ ପ୍ୟାନେଲରେ ସାମିଲ ଥିଲେ ।

Advertisment

ବରିଷ୍ଠ ବିଜେପି ନେତା ରାଧାମୋହନ ସିଂ ବିହାରର ପୂର୍ବୀ-ଚମ୍ପାରନରୁ ସାଂସଦ ନିର୍ବାଚିତ ହୋଇଛନ୍ତି । ପୂର୍ବୀ ଚମ୍ପାରନ ଓ ତା ପୂର୍ବରୁ ମୋତିହାରୀକୁ ମିଶାଇ ସେ ୭ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ବିହାର ବିଜେପି ସଭାପତି ରହିସାରିଛନ୍ତି ରାଧାମୋହନ ।

ଡି. ପୁରନ୍ଦେଶ୍ୱରୀ ଏବେ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଏବଂ ରାଜମୁନ୍ଦ୍ରିରୁ ସାଂସଦ ଅଛନ୍ତି। ୨୦୧୪ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଏହି ପୂର୍ବତନ କେନ୍ଦ୍ରମନ୍ତ୍ରୀ । ଏନ୍.ଟି. ରାମାରାଓଙ୍କ ଝିଅ ଡି. ପୁରନ୍ଦେଶ୍ୱରୀ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସଂପର୍କୀୟ ଅଟନ୍ତି ।

ତେବେ ଏଥର ଲୋକସଭାରେ ୮ ଥର କଂଗ୍ରେସ ସାଂସଦ କେ. ସୁରେଶଙ୍କୁ ଉପବାଚସ୍ପତି କରିବାକୁ ବିରୋଧୀ ମେଣ୍ଟ ଦାବି କରୁଥିବା ବେଳେ, ଏହାକୁ ଏନଡିଏ ଗ୍ରହଣ ନକଲେ ତାଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ଉତାରିପାରନ୍ତି ବିରୋଧୀ। ସ୍ୱାଧୀନତା ପରଠୁ ବାଚସ୍ପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଉଥିବା ବେଳେ, ଏଥର ଯଦି ବିରୋଧୀ ନିଜ ପ୍ରାର୍ଥୀ ଦିଅନ୍ତି, ତେବେ ପ୍ରଥମ ଥର ପାଇଁ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ।

ଅଧିକ ପଢ଼ନ୍ତୁ: କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା ? ହାଇକମାଣ୍ଡଙ୍କୁ ଭେଟିଲେ ୬ ବିଧାୟକ

Speaker BJD NDA Parliament PM Narendra Modi Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ