Advertisment

ଗୁଜରାଟରେ ବର୍ଷା ବିତ୍ପାତ: ଭାସିଗଲା ବସ୍‌,ବର୍ତ୍ତିଗଲେ ପିଲେ

ଲଗାଣ ବର୍ଷା ଓ ପାଣି ଜମିବାରୁ ଗୁଜୁରାଟ୍‌ରେ ଅଘଟଣ...ପାଣି ଭିତରେ ଭାସିଗଲା ସ୍କୁଲ ବସ୍...

author-image
Otv Khabar Bureau
ଅଦ୍ୟତନ ହୋଇଛି
Locals rescue people after their school bus overturned as it got stuck

Locals rescue people after their school bus overturned as it got stuck

ଗୁଜରାଟରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁଁ ସମସ୍ୟା ବଢ଼ିବାରେ ଲାଗିଛି । ଗତକାଲି ଜାମନଗରରେ ଲଗାଣ ବର୍ଷା ଓ ପାଣି ଜମିବାରୁ ଏକ ଅଘଟଣ ଘଟିଛି । ଜାମନଗର କଲାବାଡ଼ ଗାଁରେ ପାଣି ଭିତରେ ଭାସି ଯାଇଛି ସ୍କୁଲ ବସ୍ ।

Advertisment

ପିଲାଙ୍କୁ ନେଇ ବସ୍ ଯାଉଥିବା ବେଳେ ହଠାତ୍ ମାଟି ଭିତରେ ଧସି ଯାଇଥିଲା । ଯାହା ପରେ ଚାହୁଁ ଚାହୁଁ ବସ୍‌ଟି ଓଲଟିବାକୁ ଲାଗିଥିଲା । ପାଖରେ ଥିବା ଲୋକେ ବସ୍‌ରୁ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ବାହାରକୁ ଆଣିଥିଲେ । ସୌଭାଗ୍ୟବଶତଃ କୌଣସି ପିଲାଙ୍କୁ କିଛି ବି ହାନୀ ପହଞ୍ଚିନି । କିଛି ସମୟର ଅପରେସନ୍ ପରେ ରେସ୍କ୍ୟୁ ଟିମ୍ ବସ୍‌ଟି ବାହାର କରିଥିଲା । 

ଦେଖନ୍ତୁ କିପରି ପାଣି ଭିତରେ ସ୍କୁଲ୍‌ ବସ୍‌ଟି ଫସିରହିଛି :- 

Advertisment

ତେବେ ପ୍ରବଳ ବର୍ଷା ହେତୁ ଦେଶର ବିଭିନ୍ନ ସ୍ଥାନରେ ପାଣି ଜମିବା ସହ ଲୋକେ ପ୍ରଭାବିତ ହୋଇଛନ୍ତି । ପାଣି ଘରରେ ରହିଥିବାରୁ ରାସ୍ତାଘାଟ ସମେତ ଅନ୍ୟାନ୍ୟ ଅଞ୍ଚଳ ଗୁଡିକରେ ଯିବା ଆସିବା ତଥା ରହିବା ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ପ୍ରବଳ ବର୍ଷାରେ କେରଳ, କର୍ଣ୍ଣାଟକ ଆଦି ବିଭିନ୍ନ ଅଞ୍ଚଳ ଜଳବନ୍ଦୀରେ ରହିଛି ।

School Bus
Advertisment
Advertisment