• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଠ ମହଲା ଉପରୁ ତଳକୁ ଡେଇଁପଡ଼ିଲେ ଜଣେ ରୋଗୀ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଆପଣଙ୍କୁ ବିଚଳିତ କରିପାରେ । ଏମିତି ଏକ ଭୟଙ୍କର ଚିତ୍ର ଆସିଛି ପଶ୍ଚିମବଙ୍ଗ କୋଲକାତାରୁ । କୋଲକାତା ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ନ୍ୟୁରୋସାଇନ୍ସ ମେଡିକାଲରେ ଏହି ଅଘଟଣ ଘଟିଛି ।

ନିଜ ଜୀବନକୁ ବିପଦରେ ପକାଇ ଜଣେ ରୋଗୀ ଅଷ୍ଟମ ମହଲାର ଏକ ଓ୍ୱାର୍ଡର ଝରକା ପାଖକୁ ଆସିଯାଇଥିଲେ । ଦୀର୍ଘ ସମୟ ଧରି ସେଠାରେ ବିପଦସଂକୁଳ ଅବସ୍ଥାରେ ରହିବା ସହ ଆତ୍ମହତ୍ୟା କରିବ ବୋଲି ଧମକ ଦେଉଥିଲା । ମେଡିକାଲ କର୍ତ୍ତୃପକ୍ଷ ସଂପୃକ୍ତ ରୋଗୀଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ରୋଗୀ ଜଣଙ୍କ କିଛି ବି ଶୁଣିବାକୁ ନାରାଜ ଥିଲା ।

ଏପରିକି ଖବର ପାଇଁ ସଂପୃକ୍ତ ରୋଗୀକୁ ଉଦ୍ଧାର କରିବାକୁ ଆସିଥିବା ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ତଳରେ ପହଞ୍ଚିଥିଲା । ହେଲେ ରୋଗୀକୁ କାବୁ କରିବାରେ ଅସଫଳ ରହିଥିଲେ । ଶେଷରେ ବ୍ୟକ୍ତି ଜଣଙ୍କ ଆଠ ମହଲାରୁ ଡେଇଁ ପଡ଼ିଛନ୍ତି । ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ରୋଗୀ ଜଣଙ୍କ ଗତ କିଛି ଦିନ ଧରି ଡିପ୍ରେସନରେ ରହୁଥିଲେ ।