Advertisment

ସେୟାର ବଜାରକୁ ଆସିବ LIC ; ଆଶଙ୍କାରେ ନିବେଶକ

ଆଜି ସେୟାର ବଜାରକୁ ଆସିବ ଏଲ୍ଆଇସିର ଷ୍ଟକ୍...ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହେବା ପରେ ପ୍ରଥମ ଦିନରେ କଣ ରହୁଛି ଏଲ୍ଆଇସି ସେୟାରର ସ୍ଥିତି, ତାକୁ ନେଇ ଉତ୍କଣ୍ଠାରେ ନିବେଶକ...

author-image
Otv Khabar Bureau
ଅଦ୍ୟତନ ହୋଇଛି
LIC To Make Debut On Stock Exchanges Today

LIC To Make Debut On Stock Exchanges Today

ଆଜି ସେୟାର ବଜାରକୁ ଆସିବ ଏଲ୍ଆଇସିର ଷ୍ଟକ୍ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ହେବ ତାଲିକାଭୁକ୍ତ । ଷ୍ଟକ୍ ମାର୍କେଟ୍‌ରେ ତାଲିକାଭୁକ୍ତ ହେବା ଯାଏଁ ସେୟାର ମୂଲ୍ୟ ସାମାନ୍ୟ କମ୍ ରହିପାରେ ବୋଲି ଆଶଙ୍କା ଉପୁଜିଛି । ହେଲେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହେବା ପରେ ପ୍ରଥମ ଦିନରେ କଣ ରହୁଛି ଏଲ୍ଆଇସି ସେୟାରର ସ୍ଥିତି, ତାକୁ ନିବେଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

Advertisment

ମେ ୪ ତାରିଖରୁ ୬ ଦିନ ପାଇଁ ଖୋଲାଥିବା ଦେଶର ଏହି ସର୍ବବୃହତ ଆଇପିଓ ୨.୯ ଗୁଣା ସବ୍‌ସ୍କ୍ରିପ୍‌ସନ ଥିଲା । ପଲିସିଧାରୀଙ୍କ ପାଇଁ ଥିବା ଏଲ୍ଆଇସି ସେୟାର ୬.୧ ଗୁଣା ସବିଇସ୍କ୍ରାଇବ୍ ହୋଇଥିବା ବେଳେ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ସେୟାର ୪.୪ ଗୁଣା, ଖୁଚୁରା ନିବେଶକଙ୍କ ସେୟାର ୧.୯ ଗୁଣା ଆବେଦନ ପାଇଥିଲା ।

ସେହିପରି ମେ ୧୨ରେ ଏଲ୍ଆଇସି ଷ୍ଟକ୍ ଆଲଟ୍‌ମେଣ୍ଟ ବି ଶେଷ ହୋଇଯାଇଛି । କେବଳ ଗୋଟିଏ ଲଟ୍ ବା ୧୫ଟି ସେୟାର ପାଇଁ ଆବେଦନ କରିଥିବା କ୍ଷୁଦ୍ର ନିବେଶକଙ୍କୁ ଆବେଦନ ମୁତାବକ ପୂର୍ଣ୍ଣ ଆଲଟ୍‌ମେଣ୍ଟ ମିଳିଛି । ତେବେ ଏହାକୁ ନେଇ ନିବେଶକ ଯେତିକି ଉତ୍ସାହୀ, ସେତିକି ଆଶଙ୍କାରେ ମଧ୍ୟ ରହିଛନ୍ତି ।

Advertisment

ଏହା ବ୍ୟତୀତ, ଭାରତୀୟ ସେୟାର ବଜାରର ସର୍ବବୃହତ ଇନିସିଆଲ୍ ପବ୍ଲିକ୍ ଅଫର୍ ବା ଆଇପିଓ ଖୋଲିବାର ପ୍ରଥମ ଦିନରେ ହିଁ ୫୧ ପ୍ରତିଶତ ଆଇପିଓ ଅଧିଗୃହିତ ହୋଇସାରିଥିଲା । ଏଲ୍ଆଇସିର ପଲିସିଧାରୀଙ୍କ ପାଇଁ ଯେତିକି ଆଇପିଓ ସଂରକ୍ଷିତ ରଖାଯାଇଥିଲା, ତାହା ତୁଳନାରେ ୬୯ ପ୍ରତିଶତ ଅଧିକ ଆବେଦନ ଆସିଥିଲା । ଏଲ୍ଆଇସିର ପବ୍ଲିକ୍ ଅଫର୍ ଜରିଆରେ ସରକାର ଦେଶର ସର୍ବବୃହତ ଜୀବନ ବୀମା କମ୍ପାନିରୁ ୩.୫ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର କରି ୨୧ ହଜାର କୋଟି ଟଙ୍କା ରାଜସ୍ୱ ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି ।

LIC Stock Exchanges
Advertisment
Advertisment