Advertisment

LICର ବମ୍ପର ସ୍କିମ୍‌: ଝିଅ ବିବାହର ଚିନ୍ତା ଗଲା; ଜମା କରନ୍ତୁ ୧୨୧ ଟଙ୍କା, ମିଳିବ ୨୭ ଲକ୍ଷ !

LIC Kanyadan Policy: LICର ଖାସ୍ ପଲିସିରେ ପ୍ରତିଦିନ ଆପଣ ଯଦି ୧୨୧ ଟଙ୍କା ଜମା କରନ୍ତି, ତେବେ ୨୫ ବର୍ଷରେ ଆପଣ ୨୭ ଲକ୍ଷ ଟଙ୍କା ପାଇ ପାରିବେ। ଏହି ପଲିସିର ନାଁ କନ୍ୟାଦାନ ଯୋଜନା ରଖାଯାଇଛି ।

ଅଦ୍ୟତନ ହୋଇଛି
LIC Kanyadan Policy

LIC Kanyadan Policy

Advertisment

ଛୋଟ ଛୁଆଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏଲ୍‌ଆଇସିର ବମ୍ପର ସ୍କିମ୍‌ ରହିଛି । ସମସ୍ତଙ୍କ ଘରେ ଝିଅ ଜନ୍ମ ହେଲା ମାତ୍ରେ ଝିଅର ଭବିଷ୍ୟତ କଥାକୁ ନେଇ ବାପା ମା' ଚିନ୍ତା କରନ୍ତି । ଏଥିପାଇଁ ଭଲ ବିନିଯୋଗ ପଲିସି ମଧ୍ୟ ନେବାକୁ ଯୋଜନା କରନ୍ତି । ଆଜି ଆମେ ଏଲ୍‌ଆଇସିର ଏଭଳି ଏକ ପଲିସି ବିଷୟରେ କହିବାକୁ ଯାଉଛୁ ଯାହାକୁ ଏଲ୍‌ଆଇସି କେବଳ ଝିଅ ବିବାହ ପାଇଁ ପ୍ଲାନ୍‌ କରିଛି । 

Advertisment

ଏଲ୍‌ଆଇସି ତରଫରୁ ଆରମ୍ଭ ଏହି ପଲିସିର ନାଁ କନ୍ୟାଦାନ ଯୋଜନା ( LIC Kanyadan Policy ) ରଖାଯାଇଛି । ଏହି ଯୋଜନାରେ ୧୨୧ ଟଙ୍କା ପ୍ରତିଦିନ ହିସାବରେ ପାଖାପାଖି ୩୬୦୦ ଟଙ୍କା ମାସିକ ପ୍ରିମିୟମରେ ଏହି ପ୍ଲାନ୍ ଆପଣଙ୍କୁ ମିଳିପାରେ । କିନ୍ତୁ ଯଦି ଆପଣ କମ୍ କିମ୍ବା ଅଧିକ ପ୍ରିମିୟମ୍ କରିବାକୁ ଚାହାଁନ୍ତି ତେବେ ମଧ୍ୟ କରିପାରିବେ ।

ଅଧିକ ପଢ଼ନ୍ତୁ: ଡାକ ଭିଭାଗର ନୂଆ ସ୍କିମ୍‌..ମାସିକ ରୋଜଗାର କରନ୍ତୁ ୨୦ ହଜାର !

କେମିତି ମିଳିବ ୨୭ ଲକ୍ଷ ଟଙ୍କା ? 

LICର ଏହି ଖାସ୍ ପଲିସିରେ ପ୍ରତିଦିନ ଆପଣ ଯଦି ୧୨୧ ଟଙ୍କା ଜମା କରନ୍ତି, ତେବେ ୨୫ ବର୍ଷରେ ଆପଣ ୨୭ ଲକ୍ଷ ଟଙ୍କା ପାଇ ପାରିବେ। ଏହା ବ୍ୟତୀତ ଯଦି ପଲିସି ନେବା ପରେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ ତେବେ ପରିବାରକୁ ପଲିସିର ପ୍ରିମିୟମ୍ ଭରିବାକୁ ପଡିବ ନାହିଁ। ଆଉ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ମିଳିଥାଏ। ଏହା ବ୍ୟତୀତ ୨୫ ବର୍ଷ ପୁରା ହେବା ପରେ ପଲିସିଧାରୀଙ୍କ ନୋମିନିଙ୍କୁ ୨୭ ଲକ୍ଷ ଟଙ୍କା ଦେଇଥାଏ ଏଲ୍‌ଆଇସି ।

Advertisment

କେଉଁ ବୟସରେ ନେଇପାରିବେ ଏହି ପଲିସି ?

ଜୀବନ ରକ୍ଷକ ବା କନ୍ୟାଦାନ ପଲିସି ନେବା ପାଇଁ ଜଣେ ବ୍ୟକ୍ତିକୁ ସର୍ବନିମ୍ନ ୩୦ ବର୍ଷ ହୋଇଥିବା ଉଚିତ୍ । ଆଉ ଝିଅର ବୟସ ୧ ବର୍ଷ ହେବା ଆବଶ୍ୟକ। ଏହି ପ୍ଲାନର ପ୍ରିମିୟମ୍ ୨୨ ବର୍ଷ ଦେବାକୁ ହୋଇଥାଏ । ଏମିତିକି ଝିଅର ବୟସ ଅନୁସାରେ ଏହି ପଲିସି ମିଳିଥାଏ ଓ ଝିଅର ବୟସ ଅନୁସାରେ ପଲିସିର ସମୟ ସୀମା ହ୍ରାସ ପାଇଥାଏ ।

ଜୀବନ ରକ୍ଷକ ପଲିସି ସମ୍ପର୍କରେ ଅଧିକ ଜାଣିବା ପାଇଁ ଚାହୁଁଥିଲେ, ନିକଟସ୍ଥ ଏଲଆଇସି ଅଫିସ କିମ୍ୱା ଏଲଆଇସି ଏଜେଣ୍ଟଙ୍କ ସହ ଯୋଗଯୋଗ କଲେ ଉଚିତ ପରାମର୍ଶ ପାଇ ପାରିବେ ।

Advertisment
LIC Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ