• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଘରେ ବସି ରୋଜଗାର କରନ୍ତୁ ଟଙ୍କା । ସମସ୍ତେ ଚାହିଁନ୍ତି ସହଜରେ ଟଙ୍କା ରୋଜଗାର କରିବାକୁ । ଭାବୁଛନ୍ତି କି କେମିତି କରିବେ ରୋଜଗାର ? ଆଉ କିପରି କରିବେ ? ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ସହଜ ଓ ସରଳ ଉପାୟ...

ପ୍ରତ୍ୟେକ ଲୋକ ସେମାନଙ୍କ ରୋଜଗାରରୁ ଅଳ୍ପ ହେଲେ ବି ସଞ୍ଚୟ କରିବାକୁ ଚେଷ୍ଟା କରନ୍ତି । ତେବେ ଆପଣ ଏହି ଟଙ୍କା ଯେକୌଣସି ବୟସରେ ବିନିଯୋଗ ଆରମ୍ଭ କରିପାରିବେ । ସେହିପରି କିଛି ଲୋକ ଅଛନ୍ତି ଯେଉଁମାନେ ଅବସର ବୟସରେ କିମ୍ବା ୬୦ ବର୍ଷରୁ ଅଧିକ ବୟସରେ ବିନିଯୋଗ କରିବାକୁ ଚାହାଁନ୍ତି, ତେଣୁ ଆପଣଙ୍କ ପାଇଁ ଡାକ ବିଭାଗ ଦ୍ୱାରା ପରିଚାଳିତ ଏକ ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍‌ ରହିଛି । ଯାହା ଦ୍ୱାରା ଆପଣ ଲାଭ ଉଠାଇ ପାରିବେ । ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଭଲ ଯୋଜନା ।

କେମିତି ଏହି ସ୍କିମ୍‌ରୁ ଲାଭ ଉଠାଇ ପାରିବେ...

ପୋଷ୍ଟ ଅଫିସ୍‌ର ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍‌ ଅଧୀନରେ ଆପଣ ୧୦୦୦ ଟଙ୍କାରୁ ବିନିଯୋଗ ଆରମ୍ଭ କରିପାରିବେ । ଏଥିରେ ଆପଣ ସର୍ବାଧିକ ୩୦ ଲକ୍ଷ ଟଙ୍କା ବିନିଯୋଗ କରିପାରିବେ । ଯଦି ଜଣେ ବରିଷ୍ଠ ନାଗରିକ ବିନିଯୋଗ କରନ୍ତି, ତେବେ ଆପଣ 80C ଅଧିନରେ ଟ୍ୟାକ୍ସରୁ ଛାଡ଼ ପାଇବେ । ତେବେ ବର୍ତ୍ତମାନ ସରକାର ଏହି ଯୋଜନାରେ ୮.୨ ପ୍ରତିଶତ ହାରରେ ସୁଧ ଦେଉଛନ୍ତି । ଏଥିରେ ପ୍ରତି ୩ ମାସରେ ସୁଧ ଟଙ୍କା ମିଳିଥାଏ । ତେଣୁ ପ୍ରତିବର୍ଷ ଏପ୍ରିଲ, ଜୁଲାଇ, ଅକ୍ଟୋବର ଏବଂ ଜାନୁଆରୀ ପ୍ରଥମ ଦିନରେ ସୁଧ ଟଙ୍କା ପ୍ରଦାନ କରାଯାଉଛି । 

କେମିତି ଘରେ ବସି ପାଇବେ ୨୦,୫୦୦ ଟଙ୍କା ? 

ଯଦି ଜଣେ ବରିଷ୍ଠ ନାଗରିକ ସର୍ବାଧିକ ୩୦ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ତାଙ୍କୁ ବାର୍ଷିକ ୨,୪୬,୦୦୦ ଟଙ୍କା ସୁଧ ମିଳିବ । ଏହାର ଅର୍ଥ ଆପଣ ମାସିକ ଭିତ୍ତିରେ ୨୦,୫୦୦ ଟଙ୍କା ଓ ତ୍ରୈମାସିକ ଭିତ୍ତିରେ ୬୧,୫୦୦ ଟଙ୍କା ପାଇବେ ।

ଅନ୍ୟପକ୍ଷରେ ଯଦି ଜଣେ ବରିଷ୍ଠ ନାଗରିକ ଏହି ସ୍କିମ୍‌ ଅଧୀନରେ ୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ସେ ପ୍ରତି ତ୍ରୈମାସରେ ୧୦,୨୫୦ ଟଙ୍କା ରୋଜଗାର କରିପାରିବେ, ଯେଉଁ କାରଣରୁ ୫ ବର୍ଷ ମଧ୍ୟରେ ଆପଣ କେବଳ ସୁଧରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବେ । ଏଠାରେ ଆପଣ ପ୍ରତି ମାସରେ ୩,୪୧୬ ଟଙ୍କା ରୋଜଗାର କରିବେ ।