• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ । ତେଣୁ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେଦାରନାଥ ଯାତ୍ରା ବନ୍ଦ କରାଯାଇଛି । ଆଜି ଡେରାଡୁନ ତରସାଲି ଗାଁରେ ଅଚାନକ ଭୂସ୍ଖଳନ କାରଣରୁ ରୁଦ୍ରପ୍ରୟାଗରେ ଜାତୀୟ ରାଜପଥ ବନ୍ଦ ରହିଛି ।  ରାସ୍ତାରେ ଜମି ରହିଛି ପଥର ଓ କାଦୁଅ । ତେଣୁ ଯିବା ଆସିବାରେ ସମସ୍ୟା ସୃଷ୍ଟି ହୋଇଛି । ଭୂସ୍ଖଳନ ଯୋଗୁଁ ବଦ୍ରିନାଥ ଓ କେଦାରନାଥ ଜାତୀୟ ରାଜପଥରେ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ଗଙ୍ଗୋତ୍ରୀ ହାଇୱେ, ଯମୁନୋତ୍ରୀ ହାଇୱେରେ ମଧ୍ୟ ଭୂସ୍ଖଳନ ଯୋଗୁଁ ଯିବା ଆସିବା ବନ୍ଦ । ଆସନ୍ତା ୨୪ ତାରିଖ ଯାଏଁ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷାରେ ବାଧାପ୍ରାପ୍ତ ହୋଇଛି ଚାରିଧାମ ଯାତ୍ରା ।

ଗତ ସପ୍ତାହରେ ଉତ୍ତରାଖଣ୍ଡର ପିଥୋରାଗଡରେ ବାଦଲ ଫଟା ବର୍ଷା ଫଳରେ ସ୍ଥିତି ଅଣାୟତ ହୋଇଥିଲା । ପ୍ରବଳ ବର୍ଷାରେ ଧର୍ଚୁଲା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପ୍ରବଳ ଜଳସ୍ରୋତରେ ଘର ଓ ଦୋକାନଗୁଡିକ ନିମିଷକରେ ଭାସି ଯାଉଥିବାର ଦେଖାଯାଇଥିଲା । ରାସ୍ତାଘାଟ ଧୋଇଯିବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।