• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିପଦ ସମୟରେ ବାପାକୁ ଝିଅ ସାହା । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ନୂଆ ଜୀବନ ଦେବାକୁ ଆଗେଇ ଆସିଲେ ଝିଅ ରୋହିଣୀ । ଲାଲୁ ପ୍ରସାଦ ଯାଦବ କିଡ୍‌ନୀ ରୋଗରେ ପୀଡ଼ିତ ଥିବାବେଳେ ତାଙ୍କ ଝିଅ ବାପା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ ତାଙ୍କ ଅବସ୍ଥା ଅଧିକ ବିଗୁଡ଼ୁ ଥିବାରୁ କିଡନୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଝିଅ ରୋହଣୀ । ସେ ଲାଲୁ ପ୍ରସାଦଙ୍କୁ ତାଙ୍କର ଗୋଟିଏ କିଡ୍‌ନୀ ଦାନ କରିବେ ।

ଗତ ମାସରେ ସିଙ୍ଗାପୁର ଯାଇଥିବା ଲାଲୁ ପ୍ରଦାଦ ଯାଦବ ଚିକିତ୍ସା ପାଇଁ ଲାଲୁ ସିଙ୍ଗାପୁର ଯାଇଥିଲେ । ଆଉ ସେଠାରେ କିଡନୀ ପ୍ରତିରୋପଣ ପାଇଁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଥିଲେ । କିଡ୍‌ନୀ ପ୍ରତିରୋପଣ ହେଲେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିପାରିବ । ଆଉ ଏକଥା ଜାଣିବା ପରେ ରୋହିଣୀ ତାଙ୍କ କିଡନୀକୁ ତାଙ୍କ ପିତାଙ୍କୁ ଦାନ କରିବାକୁ ପ୍ରସ୍ତାବ ଦେଇଥିଲେ ।

ହେଲେ ପ୍ରଥମେ ଲାଲୁ ଯାଦବ ଝିଅର ଏପରି ନିଷ୍ପତ୍ତିରେ ରାଜି ହୋଇନଥିଲେ । ରୋହିଣୀଙ୍କ କିଡନୀ ଦାନ କରିବା ସପକ୍ଷରେ ଆଦୌ ନଥିଲେ । ଝିଅର ଜୀବନକୁ ବିପଦରେ ପକାଇ ପାରିବେ ନାହିଁ ବୋଲି କହୁଥିଲେ । କିନ୍ତୁ ପରେ ରୋହିଣୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ଚାପରେ ସେ ରାଜି ହୋଇଛନ୍ତି । ଲାଲୁ ପ୍ରସାଦ ଯାଦବ କିଡନୀ ପ୍ରତିରୋପଣ ପାଇଁ ୨୦-୨୪ ନଭେମ୍ବର ମଧ୍ୟରେ ସିଙ୍ଗାପୁର ଯବେ । ଏହି ସମୟ ମଧ୍ୟରେ ତାଙ୍କର ଏକ ଅପରେସନ୍ ହେବାର ସମ୍ଭାବନା ଅଛି ।  

ରୋହିଣୀ ହେଉଛନ୍ତି ଲାଲୁଙ୍କ ଦ୍ୱିତୀୟ କନ୍ୟା । ସେ ସିଙ୍ଗାପୁରରେ ରୁହନ୍ତି । ବାପାଙ୍କ କିଡନୀ ସମ୍ପର୍କରେ ଜାଣିବା ପରେ ସେ ଗଭୀର ଭାବରେ ଚିନ୍ତିତ ହୋଇପଡ଼ିଥିଲେ । ଏଥିସହ ସିଙ୍ଗାପୁର ଆସି ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ କହିଥିଲେ । ସେ ଲାଲୁ ଯାଦବଙ୍କୁ ସିଙ୍ଗାପୁରର ଡାକ୍ତରଙ୍କ ପରାମର୍ଶ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।  ତାଙ୍କ କଥାରେ ଲାଲୁ ଏବେ ନିଜର ଚିକିତ୍ସା କରାଇବାକୁ ସିଙ୍ଗାପୁର ଯିବେ।