Advertisment

‘ଲ୍ୟାଣ୍ଡ ଫର ଜବ’ ସ୍କାମ୍‌ ମାମଲା; ଲାଲୁ ଓ ତାଙ୍କ ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି

ଆଜି ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀ ଓ ଝିଅ ମିସା ଭାରତୀ ଦିଲ୍ଲୀ ରାଉସ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ତେବେ ଏହି ତିନି ଜଣଙ୍କୁ ୫୦ ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।

author-image
Manoranjan Behera
ଅଦ୍ୟତନ ହୋଇଛି
Lalu Prasad Yadav

Lalu Prasad Yadav

ଜମି ବଦଳରେ ଚାକିରି ଅର୍ଥାତ୍ ‘ଲ୍ୟାଣ୍ଡ ଫର ଜବ’ ସ୍କାମ୍‌ ପ୍ରସଙ୍ଗରେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରର ଅଡ଼ୁଆ ବଢ଼ିଛି । ଏହି ମାମଲାରେ ଜମିରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପରେ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟ ଆରମ୍ଭ କରିଦେଇଛି । ଏହାରି ମଧ୍ୟରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି। ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ତାଙ୍କୁ ଓ ତାଙ୍କ ପରିବାରକୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

Advertisment

ଆଜି ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀ ଓ ଝିଅ ମିସା ଭାରତୀ ଦିଲ୍ଲୀ ରାଉସ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ତେବେ ଏହି ତିନି ଜଣଙ୍କୁ ୫୦ ହଜାର ଟଙ୍କା ମୁଜଳିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଆସନ୍ତା ମାର୍ଚ୍ଚ ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସିବିଆଇ ଗତବର୍ଷ ଅକ୍ଟୋବର ମାସରେ ଲାଲୁ ଓ ତାଙ୍କ ପତ୍ନୀ ରାବ୍ରି ଦେବୀଙ୍କ ସମେତ ୧୪ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲା। ତେବେ ଏହି ଚାର୍ଜଶିଟ୍‌ରେ ଗିରଫଦାରୀ ବିଷୟରେ କିଛି ଦର୍ଶାଯାଇନଥିବା କହି କୋର୍ଟ ଜାମିନ ମଞ୍ଜୁର କରିଛନ୍ତି।

Advertisment

ଲାଲୁ ପ୍ରସାଦ ଯାଦବ ତାଙ୍କ ପରିବାର ବିରୁଦ୍ଧରେ ଏହିସବୁ ଅଭିଯୋଗ ରହିଛି..

- ଲାଲୁ ପ୍ରସାଦ ଯାଦବ ୨୦୦୪ରୁ ୨୦୦୯ ଯାଏଁ କେନ୍ଦ୍ରରେ ରେଳମନ୍ତ୍ରୀ ଥିବା ବେଳେ ଏହି ଦୁର୍ନୀତି ହୋଇଥିଲା ।

- ଲାଲୁ ଓ ତାଙ୍କ ପରିବାରର କିଛି ସଦସ୍ୟ ଶାଗମାଛ ଦରରେ ପ୍ଲଟ କିଣିଥିଲେ ।

- ରେଳ ବିଭାଗରେ ଚାକିରି କରାଇଦେବା ପାଇଁ ଲାଂଚ ଆକାରରେ ଜମି ନେଇଥିଲେ ।

- FIRରେ ଅଛି ଲାଲୁଙ୍କ ସହ ପତ୍ନୀ ରାବଡ଼ି, ୨ ଝିଅ ମିଶା ଓ ହେମା ସମେତ ୧୨ ଜଣଙ୍କ ନାଁ ।

- ପାଟନାର ୧୨ ଜଣ ପ୍ରାର୍ଥୀଙ୍କୁ ୬ଟି ରେଲୱେ ଜୋନରେ ଗ୍ରୁପ-ଡି ନିଯୁକ୍ତି ମିଳିଥିଲା ।

- ସରକାରୀ ନିୟମ ଓ ପ୍ରକ୍ରିୟାକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା ।

- ନିଯୁକ୍ତି ପାଇଁ କୌଣସି ବିଜ୍ଞାପନ କି ସର୍ବସାଧାରଣ ବିଜ୍ଞପ୍ତି ଜାରି ହୋଇ ନଥିଲା।

- ଲାଲୁଙ୍କ ପରିବାର ସମୁଦାୟ ୧ ଲକ୍ଷ ୫ ହଜାର ୨୯୨ ବର୍ଗ ଫୁଟ ଜମି କଣିଥିବା ଅଭିଯୋଗ ।

- ୭ଟି ଡିଡ୍ ଜରିଆରେ ବ୍ୟକ୍ତିଗତ ମାଲିକାନରେ ଥିବା ୧୨ ବେସରକାରୀ ଜମି କିଣିଥିଲେ।

- ୪ କୋଟି ୩୯ ଲକ୍ଷ ଟଙ୍କାର ଜମିକୁ ମାତ୍ର ୩ ଲକ୍ଷରୁ ୧୩ ଲକ୍ଷ ଟଙ୍କାରେ କିଣାଯାଇଥିଲା ।

- ମେ ୨୦୨୨ରେ ମାମଲା ଦାୟର ହେବା ପରେ ୧୬ଟି ସ୍ଥାନରେ ରେଡ କରିଥିଲା ସିବିଆଇ ।

Lalu Prasad Yadav
Advertisment
Advertisment