• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲଖିମପୁର ଖେରି ହିଂସା ମାମଲାରେ ଆଶିଷ ମିଶ୍ରାଙ୍କ ଆତ୍ମସମର୍ପଣ । ଉତ୍ତରପ୍ରଦେଶର ଗୃହମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ତଥା ଲଖିମପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଲଖିମପୁର ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିବା ପରେ ପୋଲିସ ଆଶିଷ ମିଶ୍ରଙ୍କୁ ଜେଲ ପଠାଇ ଦେଇଛି । ପୂର୍ବରୁ ଆଶିଷ ମିଶ୍ରାଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ତେବେ ଆଶିଷ ମିଶ୍ରା ଜାମିନ ପାଇବା ପରେ ମାମଲା ସୁପ୍ରିମକୋର୍ଟ ପହଞ୍ଚି ଯାଇଥିଲା । ତେବେ ସୁପ୍ରିମକୋର୍ଟ ଆଶିଷ ମିଶ୍ରାଙ୍କ ଜାମିନକୁ ଖାରଜ କରିଦେଇଥିଲେ ।

ଆଶିଷ ମିଶ୍ରା ଆଜି ତଥା ରବିବାର ଦିନ ଆତ୍ମସମର୍ପଣ କରିଛନ୍ତି । ସେ ସିଜେଏମ କୋର୍ଟରେ ପହଞ୍ଚିବା ପରେ ଆତ୍ମସମର୍ପଣ କରିଥିବା କୁହାଯାଉଛି । ତେବେ ସେ ଆତ୍ମସମର୍ପଣ କରିବା ପରେ ଆଇନଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍‌ ମୁତୟନ କରାଯାଇଛି । ପୂର୍ବରୁ ସୁପ୍ରିମକୋର୍ଟ ଆଶିଷ ମିଶ୍ରାଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ପକ୍ଷରୁ ଦିଆଯାଇଥିବା ଜାମିନ ରଦ୍ଦ କରିବା ସହ କଠୋର ମନ୍ତବ୍ୟ ଦେଇଥିଲେ । ଏହାସହ ସାତ ଦିନ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଗତକାଲି ପାଇଁ ସମୟ ଦେଇଥିବା ବେଳେ ଆଜି ଗୋଟିଏ ଦିନ ପୂର୍ବରୁ ସେ ଆତ୍ମସମର୍ପଣ କରିଛନ୍ତି ।

ସୂଚନାଯୋଗ୍ୟ ଲଖିମପୁର ଖେରିରେ ହୋଇଥିବା ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କର ଜୀବନ ଯାଇଥିଲା । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆନ୍ଦୋଳନକାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଚାଷୀ ସଂଗଠନ ଅଭିଯୋଗ କରିଥିଲେ । କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ଅଜୟ ମିଶ୍ରା । ତେବେ ଏହି ମାମଲାରେ ଗତ ବର୍ଷ ଅକ୍ଟୋବର ୨୧ରେ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିଲା । ୧୧ ଘଣ୍ଟାର ଜେରା ପରେ ଆଶିଷଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।