Advertisment

କମେଡିରୁ କଣ୍ଟ୍ରୋଭର୍ସି : ବ୍ୟଙ୍ଗ ନାଁରେ ବଦମାସି କଲେ ଷ୍ଟାଣ୍ଡଅପ୍ କେମଡିଆନ୍ କୁନାଲ କାମରା ?

ମୋଦି ସରକାରକୁ ବିଭିନ୍ନ ସମୟରେ କଟାକ୍ଷ କରି ବିବାଦରେ ଫସିଥିବା ଷ୍ଟାଣ୍ଡ୍ ଅପ୍ କମେଡିଆନ୍ କୁନାଲ କାମା ପୁଣି ଏହି ନୂଆ ହରକତ ପାଇଁ ହରଡ଼ ଘଣାରେ ପଡ଼ିଛନ୍ତି

author-image
Prangyan Parimita
ଅଦ୍ୟତନ ହୋଇଛି
Kunal Kamra

Kunal Kamra

ପୁଣି ବ୍ୟଙ୍ଗରୁ ବିବାଦ, କମେଡିରୁ କଣ୍ଟ୍ରୋଭର୍ସି । ଷ୍ଟାଣ୍ଡ୍ଅପ୍ କମେଡିଆନ୍ କୁନାଲ କାମ୍ରାଙ୍କୁ ମହଙ୍ଗା ପଡ଼ିଛି । ଏକ ଛୋଟ ପିଲାର ଭିଡିଓକୁ ଏଡିଟ୍ କରି ତାକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବା । ମୋଦିଙ୍କ ବର୍ଲିନ୍ ଗସ୍ତ ବେଳେ ତାଙ୍କୁ ଦେଶାତ୍ମବୋଧକ ଗୀତ ଶୁଣାଇଥିବା ୭ ବର୍ଷୀୟ ଆଶତୋଷର ବାପା ଏହାକୁ ନେଇ କାମରାଙ୍କୁ ତୀବ୍ର ସମାଲୋଚନା କରିବା କରିଛନ୍ତି । ଆଉ ଏହି ମାମଲାକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ NCPCR ମଧ୍ୟ ଦୃଷ୍ଟିକୁ ନେଇଛନ୍ତି ।

Advertisment

ମୋଦି ସରକାରକୁ ବିଭିନ୍ନ ସମୟରେ କଟାକ୍ଷ କରି ବିବାଦରେ ଫସିଥିବା ଷ୍ଟାଣ୍ଡ୍ ଅପ୍ କମେଡିଆନ୍ କୁନାଲ କାମା ପୁଣି ଏହି ନୂଆ ହରକତ ପାଇଁ ହରଡ଼ ଘଣାରେ ପଡ଼ିଛନ୍ତି । ମୋଦିଙ୍କ ବର୍ଲିନ୍ ଗସ୍ତ ବେଳେ, ତାଙ୍କୁ ଭେଟି ହେ ଜନ୍ମଭୂମି ଭାରତ ଗୀତ ଗାଇଥିଲେ ପ୍ରବାସୀ ଭାରତୀୟ ପରିବାରର ଶିଶୁ ୭ ବର୍ଷୀୟ ଆଶୁତୋଷ । ମୋଦି ବି ଗୀତରେ ତାଳ ମିଳାଇଥିଲେ ।

ହେଲେ କୁନାଲ ସେହି ଭିଡିଓ ସହିତ ୨୦୧୦ ଫିଲ୍ମ ପିପଲି ଲାଇଭରେ ମେହେଙ୍ଗାଇ ଡାୟନ୍ ଗୀତକୁ ଯୋଡ଼ି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି । ଜବାବରେ, ଆଶୁତୋଷଙ୍କ ବାପା ଗଣେଶ ପଲ୍ କାମରାଙ୍କୁ କଚରା ବୋଲି ସମାଲୋଚନା କରିବା ସହିତ, ଟୁଇଟ୍ କରିଛନ୍ତି ଯେ ମୋ ପୁଅ ମାତୃଭୂମିକୁ ତୁମଠୁ ବେଶି ଭଲପାଏ । ତାକୁ ତୁମ ଘୃଣ୍ୟ ରାଜନୀତିରୁ ଦୂରେଇ ରଖ ଏବଂ ନିଜ ବେକାର ବ୍ୟଙ୍ଗ ଉପରେ ଧ୍ୟାନ ଦିଅ ।

Advertisment

କୁନାଲ କାମ୍ରାଙ୍କ ବିରୋଧରେ ଏହି ଅଭିଯୋଗ ଆସିବା ପରେଅ ନିଜ ଆଡ଼ୁ ମାମଲାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ-NCPCR । ଏଥି ସହ ଟ୍ୱିଟର ଇଣ୍ଡିଆକୁ ଚିଠି ଲେଖି ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୁନାଲ୍ କାମରାଙ୍କ ଟ୍ୱିଟର ପ୍ଲାଟଫର୍ମରୁ ବିବାଦୀୟ ଭିଡିଓକୁ ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଜୁଭେନାଇଲ ଜଷ୍ଟିସ ୨୦୧୫ ଏବଂ ଇନଫରମେସନ୍ ଟେକ୍ନୋଲଜି ରୁଲ୍ସ ୨୦୨୧ ଅନୁସାରେ କୁନାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି NCPCR ।

ପ୍ରତିକ୍ରିୟାରେ କୁନାଲ୍ କାମରା ଏକାଧିକ ଟୁଇଟ୍ କରି ନିଜ ପକ୍ଷ ରଖିଛନ୍ତି । ଲେଖିଛନ୍ତି ମୋଦିଜୀ ଏହି ପିଲାକୁ ପବ୍ଲିକ୍ ଡୋମେନଙ୍କୁ ଆଣିଛନ୍ତି, ମୁଁ ନୁହେଁ ଏଥିସହ ଏକ ମିମ୍ ପାଇଁ NCPCR ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ୍ ପଠାଇଛି ବୋଲି ଟୁଇଟ୍ କରିଛନ୍ତି କୁନାଲ୍ କାମ୍ରା ।

ତେବେ କମେଡିଆନ୍ କୁନାଲ କାମ୍ରାଙ୍କ ଏଭଳି ଆଚରଣ ଓ ଉଚ୍ଚରାଣ ନୂଆ ନୁହେଁ ସମାଲୋଚନାର ଶିକାର ହୋଇ ବି ସୁଧିରିବା ପରିବର୍ତ୍ତେ ସମାନ ଆଚରଣ ଦୋହରାଇଥାନ୍ତି । ଏଥିପାଇଁ କୁନାଲ ଅନେକ ଥର କଡ଼ା କାର୍ଯ୍ୟେନୁଷ୍ଠାର ଶିକାର ହୋଇଛନ୍ତି । ସୁଧୁରିବା ପରିବର୍ତ୍ତେ ସମାନ୍ ମଜାକ ବାରମ୍ବାର କରନ୍ତି । ପୂର୍ବରୁ ଅନେକ ଥର ନିଜର ଆଚରଣ ଓ ଉଚ୍ଚାରଣ ପାଇଁ ବିବାଦକୁ ଆସିବା ସହ ସମାଲୋଚିତ ହୋଇଛନ୍ତି । କୁନାଲ ଏଥିପାଇଁ ତାଙ୍କ ବିରୋଧରେ ଆଇନଗତ ଏବଂ ଶୃଙ୍ଖଳଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି ।

୨୦୧୩ରେ ମୁମ୍ବାଇର କାନଭାସ୍ ଲାଫିଙ୍ଗ୍ କ୍ଲବରେ ଷ୍ଟାଣ୍ଡ୍ଅପ୍ କମେଡି ଆରମ୍ଭ କରିଥିବା କୁନାଲ କାମରା ବାରମ୍ବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରି ବିବାଦରେ ଛନ୍ଦି ହୋଇଛନ୍ତି ଗତବର୍ଷ ଜୁନ୍ ୨୩ରେ କୋଭିଡ୍ ସମୟରେ ଭାରତର ସରକାରଙ୍କ ବିଫଳତା ଦର୍ଶାଇ ଏହାର ମଜାକ ଉଡ଼ାଇଥିଲେ । ନ୍ୟୁୟର୍କ ଟାଇମ୍ସର ୟୁଟ୍ୟୁବ୍ ଚ୍ୟାନେଲରେ ସେ ମୋଦିଙ୍କୁ ଦେଶରେ କରୋନା ସ୍ଥିତି ପାଇଁ ଦାୟୀ କରି ସମାଲୋଚନା କରିଥିଲେ ।

ସେହିପରି ବିମୁଦ୍ରୀକରଣକୁ ବିରୋଧ କରି ଆପତ୍ତିଜନକ କମେଡି କରିଥିଲେ । ଏହା ପରଠାରୁ ସେ ୟୁଟ୍ୟୁବରେ ସଟ୍ ଅପ୍ ୟା କୁନାଲ କାର୍ଯ୍ୟକ୍ରମ ଆରମ୍ଭ କରି ସରକାରକୁ ବିଭିନ୍ନ ସମୟରେ ତୀବ୍ର ସମାଲୋଚନା କରି ଆସୁଛନ୍ତି । ୨୦୨୦ରେ ବିମାନ ଯାତ୍ରା ବେଳେ ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବି ମଝି ଆକାଶରେ ଜାଣିଶୁଣି ଉସୁକାଇବା ଏବଂ ହଇରାଣ ହରକତ କରିବାରୁ ବିବାଦ ସୃଷ୍ଟି ହୋଇଥିଲା ।

ତାଙ୍କର ହେଟ୍ କମେଡିରୁ ବର୍ତ୍ତିନାହାନ୍ତି ସିନେ ନିର୍ମାତା-ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । କାଶ୍ମୀର ଫାଇଲସ୍ ଫିଲ୍ମରୁ ଯାହା ଆୟ ହେବ ତାହା କାଶ୍ମୀର ପୀଡିତଙ୍କ ପାଖରେ ପହଞ୍ଚିବ କି ବୋଲି ପ୍ରଶ୍ନ କରିଥିଲେ । ତେବେ ବିବେକ ଦେଇଥିବା ଉତ୍ତରର ଏକ ଭିଡିଓକୁ ଏଡିଟ୍ କରି ତାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ କୁନାଲ ।

PM Modi Kunal Kamra
Advertisment
Advertisment