/odishatv-khabar/media/post_attachments/uploadimage/library/16_9/16_9_0/ED_Officer_1660051158.jpg)
ED Officer
ଇଡି ଅଧିକାରୀଙ୍କୁ ଜେରା କରିବ ପୋଲିସ । ଇଡି ଅଧିକାରୀଙ୍କୁ ଜେରା ପାଇଁ ଭୁବନେଶ୍ୱର ଆସିଛି କଲିକତା ପୋଲିସ । ଜଣେ ବରିଷ୍ଠ ଅଧିକାରୀଙ୍କୁ ପୋଲିସ ଜେରା କରିବ ବୋଲି ସୂଚନା ମିଳିଛି । ଏକ ସପିଂ ମଲରୁ ଟଙ୍କା ଠକେଇ ଅଭିଯୋଗରେ ଇଡି ଅଧିକାରୀଙ୍କ ଲିଙ୍କ ରହିଛି । ଘଟଣାରେ ଝାଡଖଣ୍ଡର ଆଇନଜୀବୀ ରାଜୀବ କୁମାରକୁ ଗିରଫ କରିଛି କଲିକତା ପୋଲିସ ।
Advertisment
ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ଯେ,ତଦନ୍ତ ପାଇଁ ଆସିଛୁ, ପୂର୍ବରୁ ଏହି ଘଟଣାରେ ରାଜିବ କୁମାରକୁ ଗିରଫ କରାଯାଇଛି । ଫେକ୍ ପିଆଇଏଲ୍ କରି ଲୋକଙ୍କ ଠାରୁ ଟଙ୍କା ଦାବି କରିଆସୁଥିଲେ ରାଜୀବ କୁମାର । ଏନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ଏକ ହ୍ୱାବାଟସଆପ୍ ବାର୍ତ୍ତାଳାପ ଆଧାରରେ କୋଲକାତା ପୋଲିସ ଇଡି ଅଧିକାରୀଙ୍କୁ ନୋଟିସ କରିଥିବା ମଧ୍ୟ ସୂଚନା ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)