Advertisment

୫ ଦିନରେ ୬୦ ଘଣ୍ଟା ଜେରା ! ମୃତଦେହ ବିକ୍ରି-ଅଙ୍ଗ ଚାଲାଣ କରୁଥିଲେ କଲେଜ ଅଧ୍ୟକ୍ଷ

ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଘାଣ୍ଟୁଛି ସିବିଆଇ । ସନ୍ଦୀପଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଲେ ସନ୍ଦୀପଙ୍କ ପୂର୍ବତନ ସହଯୋଗୀ ।

author-image
Satyendu Shekher Mishra
Kolkata Crime

Kolkata Crime

ସନ୍ଦୀପ ଘୋଷଙ୍କୁ ଘାଣ୍ଟୁଛି ସିବିଆଇ ୫ ଦିନରେ ୬୦ ଘଣ୍ଟାର ମାରାଥନ୍ ଜେରା । ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆରଜି କର ମେଡିକାଲ କଲେଜ ଆଣ୍ଡ ହସପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ନନଷ୍ଟପ ଜେରା କରୁଛି ସିବିଆଇ। ୫-୧୦ ମିନିଟର ବ୍ରେକ ପରେ ପୁଣି ଚାଲୁଛି ପଚରାଉଚରା।

Advertisment

ଗୁଡେଇ ତୁଡେଇ ପ୍ରଶ୍ନ କରୁଛନ୍ତି ତଦନ୍ତକାରୀ ଅଧିକାରୀ, ମହିଳା ଡାକ୍ତରଙ୍କ ଲଗାତର ୩୬ ଘଣ୍ଟା ଧରି କାହିଁକି ଡ୍ୟୁଟି ପକାଯାଇଥିଲା ? ବିଳମ୍ବରେ ଏଫଆଇଆର ଦିଆଗଲା କାହିଁକି ? ମୃତଦେହ ବ୍ୟବଚ୍ଛେଦ ପରେ ମାମଲା ରୁଜୁ ହେଲା କାହିଁକି ? ପରିବାରାଲୋକଙ୍କୁ କାହିଁକି ତୁରନ୍ତ ମୃତଦେହ ଦେଖାଗଲା ନାହିଁ ? ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ କାହିଁକି ଉଦ୍ୟମ କରାଗଲା? ଅଭିଯୁକ୍ତ ସଞ୍ଜୟ ରୟଙ୍କୁ କଲେଜରେ ଏଣ୍ଟ୍ରି ମିଳିଲା କେମିତି ?

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ଭିତରେ ଏବେ ଡାକ୍ତର ଘୋଷ, କଣ୍ଟ୍ରୋଭର୍ସିର ସେଣ୍ଟରରେ। କେବଳ ଏହି ଘଟଣାରେ ତାଙ୍କ ଭୂମିକା ସନ୍ଦେହ ଘେରରେ ନାହିଁ ବରଂ ପୁରା ବିବାଦୀୟ ରହିଛି ତାଙ୍କ କାର୍ଯ୍ୟକାଳ। ଆରଜି କର ମେଡିକାଲ କଲେଜ୍ ଆଣ୍ଡ ହସପିଟାଲର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତାର ଅଲ୍ଲି ସନ୍ଦୀପଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। କହିଛନ୍ତି, ମେଡିକାଲରୁ ଅଜଣା ମୃତଦେହକୁ ବାହାର ଦେଶକୁ ଚାଲାଣ କରୁଥିଲେ ସନ୍ଦୀପ।

Advertisment

ବ୍ୟବଚ୍ଛେଦ ପାଇଁ ଆସୁଥିବା ମୃତଦେହର ଅଙ୍ଗ ବାହାର କରି ବିକ୍ରି କରିଦେଉଥିଲେ। ବାଂଲାଦେଶକୁ ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ଏବଂ ଚିକିତ୍ସା ଉପକରଣ ଚାଲାଣ କରୁଥିଲେ। କଲେଜରେ ହେଉଥିବା କାମ ପାଇଁ ପ୍ରତି ଟେଣ୍ଡରରେ ୨୦ ପ୍ରତିଶତ କମିଶନ ନେଉଥିଲେ। କିଛି ପିଲାଙ୍କୁ ଜାଣିଶୁଣି ଫେଲ୍ କରାଯାଉଥିଲା ଏବଂ ପାସ୍ କରିବାକୁ ହେଲେ ସନ୍ଦୀପ ଦାବି କରୁଥିଲେ ମୋଟା ଅଙ୍କର ଟଙ୍କା। କେବଳ କଲେଜ୍ ନୁହେଁ, ହସପିଟାଲରେ ସିଫ୍ଟ, ଟ୍ରାନ୍ସଫର ଏବଂ ପୋଷ୍ଟି ପାଇଁ କମିଶନ ଖାଉଥିଲେ ସନ୍ଦୀପ।

୨୦୨୧ରେ ଆରଜି କର ମେଡିକାଲ କଲେଜ ଆଣ୍ଡ ହସପିଟାଲରେ ସନ୍ଦୀପ ଘୋଷଙ୍କୁ ମିଳିଥିଲା ପୋଷ୍ଟିଂ। ପରେ ଦୁଇ ଦୁଇ ଥର ଟ୍ରାନ୍ସଫର ହୋଇଥିଲେ ବି ମାସକ ମଧ୍ୟରେ ରିଟର୍ଣ୍ଣ କରିଥିଲେ ସନ୍ଦୀପ। ଏଥିରୁ ସ୍ପଷ୍ଟ ଯେ, ତୃଣମୂଳ ସରକାରରେ ସନ୍ଦୀପ ଘୋଷଙ୍କର କେତେ କାଟତି ଥିଲା। ଏଥିପାଇଁ ତ, ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ କୋଲକାତାରେ ବିରୋଧ ପରେ ପ୍ରିନ୍ସିପାଲ ଇସ୍ତଫା ଦେଇଥିଲେ।

ତେବେ ଏହାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ କୋଲକାତା ମେଡିକାଲ କଲେଜରେ ନିଯୁକ୍ତି ମିଳିଯାଇଥିଲା। ଯାହାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ। ସେପଟେ ଆଜି ସନ୍ଦୀପ ଘୋଷ ଏବଂ ମମତା ସରକାର ବିରୋଧରେ ରାଜାରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଲୋକ। 

ବିବାଦ ଘେରକୁ ଆସିବା ପରେ ସନ୍ଦୀପ ଘୋଷଙ୍କ ବିରୋଧରେ ମାମଲା ରୁଜୁ କରିଛି କୋଲକାତା ପୋଲିସ। ୨୦୨୧ରୁ ଆଜି ଯାଏଁ, ସନ୍ଦୀପଙ୍କ ପୁରା କାର୍ଯ୍ୟକାଳର ହେବ ଯାଂଚ୍। ଏଥିପାଇଁ ୪ ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି ସରକାର। ଯାହାର ନେତୃତ୍ୱ ନେଉଛନ୍ତି ଜଣେ ଆଇଜି ରାଙ୍କର ଅଧିକାରୀ । ସନ୍ଦୀପ ଅଧ୍ୟକ୍ଷ ଥିବା ସମୟରେ ଅଭିଯୋଗ ହୋଇଥିବା ସବୁ ଆର୍ଥିକ ଅନିୟମିତତାର ହେବ ତଦନ୍ତ।

Advertisment
Advertisment