Advertisment

କୋଲକାତା ଅଭୟାକାଣ୍ଡ ମାମଲା: ମମତା-ଡାକ୍ତରଙ୍କ ଆଲୋଚନା ହେଲା ଅସମାପ୍ତ

ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଆଲୋଚନା ଅସମାପ୍ତ ରହିଛି। ପୁଣି ଥରେ କଥାବାର୍ତ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ କରିଛନ୍ତି।

ଅଦ୍ୟତନ ହୋଇଛି
CM Mamta banerjee Talks With Junior Doctor Remain Inconclusive

CM Mamata Banerjee

Advertisment

କୋଲକାତା ଆର୍ ଜି କର୍ ମେଡିକାଲ ଅଭୟାକାଣ୍ଡ ମାମଲା। ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଆଲୋଚନା ଅସମାପ୍ତ ରହିଛି। ପୁଣି ଥରେ କଥାବାର୍ତ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ କରିଛନ୍ତି।

Advertisment

ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାଲିଘାଟ ବାସଭବନରେ ଚାଲିଥିବା ଆଲୋଚନାରେ ଡାକ୍ତରମାନେ ସେମାନଙ୍କ ୫ଦଫା ଦାବି ଉପସ୍ଥାପନ କରିଥିଲେ। ଯାହାର ସମ୍ପୂର୍ଣ୍ଣ ଭିଡ଼ିଓ ଗ୍ରାଫି ହୋଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ଡାକ୍ତରମାନଙ୍କର ଦୁଇଥର ଆଲୋଚନା ହୋଇଥିଲେ ବି ତାହା ଫଳପ୍ରଦ ହୋଇନଥିଲା।

ଅଧିକ ପଢନ୍ତୁ : କୋଲକାତା ଲଜ୍ଜା: ଦୁଷ୍କର୍ମ ଓ ହତ୍ୟା ମାମଲାରେ ସନ୍ଦୀପ ଘୋଷ ପୁଣି ଗିରଫ

Advertisment

ଗତକାଲି ସନ୍ଧ୍ୟାରେ ପୋଲିସ ପାଇଲଟିଂରେ ୩୦ ଜଣ ଜୁନିଅର ଡାକ୍ତର ମୁଖ୍ୟମନ୍ତ୍ରୀ ମମତାଙ୍କ ଘରେ ପହଞ୍ଚିଥିଲେ। ଡାକ୍ତରମାନେ ସେମାନଙ୍କର ନିଜସ୍ୱ ଷ୍ଟେନୋଗ୍ରାଫରଙ୍କୁ ସାଙ୍ଗରେ ନେଇଥିଲେ, ଯାହାଙ୍କ ଦ୍ବାରା ମିନିଟ୍ ଟୁ ମିନିଟ୍ କଥାବାର୍ତ୍ତାର ରେକର୍ଡ କରାଯାଇଛି।

ସରକାରଙ୍କର ପକ୍ଷରୁ ମଧ୍ୟ ଅନୁରୂପ ଭାବେ ଆଲୋଚନାର ଭିଡିଓ ରେକର୍ଡିଂ ଚାଲିଛି। ଡାକ୍ତରମାନେ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ସେମାନେ ପାଞ୍ଚ ପଏଣ୍ଟ ଦାବିରୁ ଆଦୌ ଓହରିବେ ନାହିଁ।

Advertisment
CM Mamata Banerjee Doctors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ