Advertisment

ଜାଣନ୍ତୁ, ଅଙ୍କିତ ବୟାନପୁରିଆ କିଏ ? ଯିଏକି ମୋଦିଙ୍କ ସହ ମିଶି ଝାଡ଼ୁ ମାରୁଥିଲେ...

ଚର୍ଚ୍ଚାରେ ସୋନିପତର ଅଙ୍କିତ ବୟାନପୁରିଆ । ଗତକାଲି ସ୍ୱଚ୍ଛତା ହିଁ ସେବା ଅଭିଯାନରେ ତାଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ସଫେଇ କରିବାର ଭିଡିଓ ସୋସିଆଲ ମିଡିଆରେ ଛାଡ଼ିବା ପରେ ସବୁଠି ତାଙ୍କୁ ନେଇ ଚର୍ଚ୍ଚା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Know Who Is Ankit Baiyanpuria Who Joined PM In Cleanliness Drive

Know Who Is Ankit Baiyanpuria Who Joined PM In Cleanliness Drive

ଫୁଡ୍ ଡେଲିଭରି ବୟରୁ ଫିଟନେସ୍ ଆଇକନ୍। ସୋସିଆଲ୍‌ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ଫଲୋର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନଜର ଆସିବା ପରେ ଜୋରଦାର ଚର୍ଚ୍ଚା। ତେବେ କିଏ ଏହି ହ୍ୟାଣ୍ଡସମ୍ ଯୁବକ ଅଙ୍କିତ ବୟାନପୁରିଆ ? ଯିଏକି ମୋଦିଙ୍କ ସହ ମିଶି ଝାଡ଼ୁ ମାରୁଥିଲେ।

Advertisment

ଚର୍ଚ୍ଚାରେ ସୋନିପତର ଅଙ୍କିତ ବୟାନପୁରିଆ । ଗତକାଲି ସ୍ୱଚ୍ଛତା ହିଁ ସେବା ଅଭିଯାନରେ ତାଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ସଫେଇ କରିବାର ଭିଡିଓ ସୋସିଆଲ ମିଡିଆରେ ଛାଡ଼ିବା ପରେ ସବୁଠି ତାଙ୍କୁ ନେଇ ଚର୍ଚ୍ଚା। ସୁଠାମ ଶରୀର, ଜବରଦସ୍ତ ଫିଟନେସ୍‌ ଓ ଦେଶୀ ୱାର୍କ-ଆଉଟ ପାଇଁ ଗରିବ ପରିବାରରୁ ଆସିଥିବା ଅଙ୍କିତ କିପରି ସୋସିଆଲ ମିଡିଆ ଆଇକନ୍ ପାଲଟି ଯାଇଛନ୍ତି, ଆସନ୍ତୁ ଜାଣିବା...

ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଅଙ୍କିତଙ୍କ ସହ ଝାଡ଼ୁ ଧରି ସଫେଇ କରୁଥିଲେ ପ୍ରଧାନମନ୍ତ୍ରୀ ମୋଦି। ତାଙ୍କର ପ୍ରଶଂସା ବି କରିଥିଲେ। ଏହାର ଭିଡିଓ ନିଜେ ମୋଦି ଟ୍ୱିଟ୍ କରିବା ପରେ, ତାଙ୍କ ବିଷୟରେ ଜାଣିବାକୁ ଚାରିଆଡ଼େ ଉତ୍ସୁକତା। ଅଙ୍କିତ ହେଉଛନ୍ତି ଜଣେ ପୂର୍ବତନ ଦେଶୀ କୁସ୍ତିଯୋଦ୍ଧା ଏବଂ ବର୍ତ୍ତମାନର ଜଣେ ଫିଟନେସ୍ ଇନଫ୍ଲୁଏନ୍ସର।

Advertisment

୭୫ ଦିନିଆ ଫିଟନେସ୍ ଚ୍ୟାଲେଞ୍ଜ ପାଇଁ ସେ ସୋସିଆଲ ମିଡିଆରେ ଭାରି ପ୍ରସିଦ୍ଧ। ଏଥିରେ ବ୍ୟାୟାମ, ଖାଦ୍ୟପେୟ ଏବଂ ଭଗବଦ୍ ଗୀତା ପାଠକୁ ଗୁରୁତ୍ୱ ଦିଅନ୍ତି ଅଙ୍କିତ । ହରିୟାଣା ସୋନିପତ ବୟାନପୁରର ଦିନ ମଜୁରିଆ ପରିବାରରେ ଅଙ୍କିତଙ୍କ ଜନ୍ମ। ଏକଦା ମଡ୍ ରେସଲିଂ ବା କାଦୁଅ କୁସ୍ତିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିଲେ ଅଙ୍କିତ। 

ହେଲେ ୨୦୨୨ରେ କାନ୍ଧରେ ଆଘାତ ଲାଗିବା ପରେ, ସୋସିଆଲ ମିଡିଆରେ ଦେଶୀ ଫିଟନେସ୍ ଓ ୱାର୍କ-ଆଉଟ ଟିପ୍ସ ଦେବାରେ ଲାଗିଲେ । ଯାହାକି ଯୁବପିଢ଼ିଙ୍କୁ ଖୁବ୍ ଭଲ ଲାଗିଲା ଓ ଦିନ କେଇଟା ଭିତରେ ସେ ଭାଇରାଲ୍ ବୟ ବନିଗଲେ । ମାତ୍ର ୨୮ ଦିନରେ ସେ ସାଉଁଟିଥିଲେ ୨୫ଲକ୍ଷ ଫଲୋଅର୍ସ। ସୋସିଆଲ ପ୍ଲାଟ୍‌ଫର୍ମ 'ଏକ୍ସ' ରେ କେବଳ ପିଏମ୍ ମୋଦିଙ୍କୁ ଫଲୋ କରନ୍ତି ଅଙ୍କିତ ବୟାନପୁରିଆ।

Swachh Bharat
Advertisment
Advertisment