Advertisment

WhatsApp Trick: ଜାଣନ୍ତୁ, କେମିତି ପଢ଼ିବେ ଡିଲିଟ୍‌ ମେସେଜ୍‌...

ଏଣିକି ହ୍ୱାଟ୍ସଆପ୍‌ରେ ଡିଲିଟ୍‌ ହୋଇଥିବା ମେସେଜ୍‌କୁ ମଧ୍ୟ ପଢ଼ିପାରିବେ। ଯଦିଓ ଏହି ମେସେଜ୍ ଡିଲିଟ୍‌ ଫିଚର୍‌କୁ କାର୍ଯ୍ୟକାରୀ କରାଯାଇ ନାହିଁ, ତେବେ ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Know How to read deleted messages On WhatsApp

Know How to read deleted messages On WhatsApp

ସମୟାନୁକ୍ରମେ ହ୍ୱାଟ୍ସଆପ୍‌(WhatsApp)ରେ ନୂଆ ଫିଚର୍‌ ସାମିଲ ହେବାରେ ଲାଗିଛି। ପୂର୍ବରୁ ହ୍ୱାଟ୍ସଆପ୍‌ରେ ଲାଇଭ୍‌ ଲୋକେସନ୍‌, ପେମେଣ୍ଟସ୍‌ ଭଳି ଫିଚର୍‌ ସାମିଲ କରାଯାଇଥିବା ବେଳେ ଏବେ ଆଉ ଏକ ନୂଆ ଫିଚର୍‌ ସାମିଲ ହେବାକୁ ଯାଉଛି। ଏଣିକି ହ୍ୱାଟ୍ସଆପ୍‌ରେ ଡିଲିଟ୍‌ ହୋଇଥିବା ମେସେଜ୍‌କୁ ମଧ୍ୟ ପଢ଼ିପାରିବେ। ଯଦିଓ ଏହି ମେସେଜ୍ ଡିଲିଟ୍‌ ଫିଚର୍‌କୁ କାର୍ଯ୍ୟକାରୀ କରାଯାଇ ନାହିଁ, ତେବେ ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି। ୨ ଦିନ ପୂର୍ବରୁ ଡିଲିଟ୍‌ ହୋଇଥିବା ମେସେଜ୍‌କୁ ମଧ୍ୟ ଆପଣ ପଢ଼ିପାରିବେ।

Advertisment

ସାଧାରଣତଃ, ଆପଣଙ୍କ ପାଖକୁ କେହି ଜଣେ ମେସେଜ୍‌ ପଠାଇଛନ୍ତି, ହେଲେ ପର ମୁହୂର୍ତ୍ତରେ ଏହାକୁ ସେ ଡିଲିଟ୍‌ କରିଦେଇଛନ୍ତି, ତା’ହେଲେ ଏହା ଚାଟ୍‌ରେ ଦେଖିବାକୁ ମିଳିଥାଏ। ଏହି ସମୟରେ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଥାଏ ମେସେଜ୍‌ଟି କ’ଣ ହୋଇଥିବ ? କାହିଁକି ଡିଲିଟ୍‌ କଲେ ? କିନ୍ତୁ ଆମେ ଏହା ଜାଣିପାରୁନୁ। କାହିଁକି ନା ଏହା ଡିଲିଟ୍‌ ହୋଇଯାଇଥାଏ। ହେଲେ ଏଣିକି ଏସବୁ କିଛି ଜାଣିପାରିବେ। 

କେମିତି ହ୍ୱାଟ୍ସଆପ୍‌ର ଡିଲିଟ୍‌ ମେସେଜ୍‌ ଜାଣିବେ ?

  • Google Play Storeରୁ ”Get Deleted Messages” ଆପ୍‌ ଇନଷ୍ଟଲ୍‌ କରନ୍ତୁ
  • ଏହାପରେ ଆପଣଙ୍କୁ କିଛି ଅନୁମତି ଲୋଡ଼ାଯିବ। ଥରେ ଏହା ହୋଇଗଲା ପରେ ଆପଣଙ୍କର ଏହି ଫିଚର୍‌ ଇନ୍‌ଷ୍ଟଲ୍‌ ହୋଇଯିବ
  • ଯେତେବେଳେ ହ୍ୱାଟ୍ସଆପ୍‌ରେ ଡିଲିଟ୍‌ ମେସେଜ୍‌ ଦେଖିବେ, ଏହାପରେ ଆପଣ ଏହି ଆପ୍‌କୁ ଯାଇ ଡିଲିଟ୍ ମେସେଜ୍‌ ଚେକ୍‌ କରିପାରିବେ
Advertisment

ଧ୍ୟାନ ରଖନ୍ତୁ: ଏହି ଆପ୍‌ ଏକ ଥାର୍ଡ ପାର୍ଟି ଆପ୍‌। ତେଣୁ ଆପଣଙ୍କୁ କେହି ମେସେଜ୍‌ କଲେ ଫୋନ୍‌ରେ ନୋଟିଫିକେସନ୍‌ ଆସିବ। ତେଣୁ ନୋଟିଫିକେସନ୍‌ ପାଇଁ ଆପଣଙ୍କୁ ଅନୁମତି ଦେବାକୁ ପଡ଼ିବ। ଏହି ସମୟରେ ଆପଣ ଯଦି ହ୍ୱାଟ୍ସଆପ୍‌ ଚାଟ୍‌ ଖୋଲନ୍ତି ଏବଂ ଯଦି ମେସେଜ୍‌ ଡିଲିଟ୍‌ ହୋଇଥିବ ତା’ହେଲେ ଆପଣ ଏହାକୁ ଆଉ ପଢ଼ିପାରିବେ ନାହିଁ।ଏଥିପାଇଁ ଆପଣଙ୍କୁ ”Get Deleted Messages” ଆପ୍‌ ଯାଇ ଦେଖିପାରିବେ।

WhatsApp
Advertisment
Advertisment