Advertisment

ଜାଣନ୍ତୁ, ଦେଶରେ କେମିତି ନିର୍ବାଚିତ ହୋଇଥାନ୍ତି ଉପ-ରାଷ୍ଟ୍ରପତି ?

ରାଷ୍ଟ୍ରପତି ଭଳି ଉପ-ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଦେଶର ସାଧାରଣ ନାଗରିକ ଭୋଟ୍‌ ଦେଇ ନ ଥାନ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ସାଂସଦ ଭୋଟ୍‌ ଦେଇଥାନ୍ତି।

author-image
Rajalaxmi Sahoo
Know How The Vice-President Of India Is Elected ?

Know How The Vice-President Of India Is Elected ?

ଆଜି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସଂସଦ ଭବନରେ ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏ ଭୋଟିଂ ଚାଲିବ। ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବେ।ଭୋଟିଂ ପରେ ସାଙ୍ଗେ ସାଙ୍ଗେ ଗଣତି କରାଯିବ।

Advertisment

ଜାଣନ୍ତୁ, ଭାରତରେ କେମିତି ହୁଏ ଉପ-ରାଷ୍ଟ୍ରପତି ନିର୍ବାଚନ ?

  • ରାଷ୍ଟ୍ରପତି ଭଳି ଉପ-ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଦେଶର ସାଧାରଣ ନାଗରିକ ଭୋଟ୍‌ ଦେଇ ନ ଥାନ୍ତି 
  • ରାଷ୍ଟ୍ରପତି ନିର୍ବାଚନରେ ଉଭୟ ସାଂସଦ ଓ ବିଧାୟକ ଭୋଟ୍‌ ଦେଉଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ସାଂସଦ ଭୋଟ୍‌ ଦେଇଥାନ୍ତି
  • ଉପ-ରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭାର ମନୋନୀତ ସଦସ୍ୟ ମଧ୍ୟ ମତାଧିକାର ସାବ୍ୟସ୍ତ କରିଥାନ୍ତି
  • ଲୋକସଭା ଓ ରାଜ୍ୟସଭାର ସଦସ୍ୟଙ୍କୁ ନେଇ ଗଠନ ହୋଇଥାଏ ଇଲେକ୍ଟୋରାଲ୍ କଲେଜ୍ 
  • ଲୋକସଭାର ନିର୍ବାଚିତ ସଦସ୍ୟ-୫୪୩
  • ରାଜ୍ୟସଭାର ନିର୍ବାଚିତ ସଦସ୍ୟ-୨୩୩
  • ରାଜ୍ୟସଭାର ମନୋନୀତ ସଦସ୍ୟ-୧୨
  • ଇଲେକ୍ଟୋରାଲ୍ କଲେଜର ମୋଟ୍‌ ସଦସ୍ୟ-୭୮୮ 
  • ଏଠାରେ ପ୍ରତି ସାଂସଦଙ୍କ ଭୋଟ୍ ମୂଲ୍ୟ ୧

ଜାଣନ୍ତୁ, କେମିତି ହୋଇଥାଏ ଭୋଟ୍ ?

  • ବାଲଟ ପେପରରେ ଦୁଇଟି କଲମ୍ ବା ସ୍ତମ୍ଭ ରହିଥାଏ
  • ପ୍ରଥମ ସ୍ତମ୍ଭର ଶୀର୍ଷକରେ ପ୍ରାର୍ଥୀଙ୍କ ନାଁ ଲେଖା ଥାଏ
  • ଦ୍ୱିତୀୟ ସ୍ତମ୍ଭର ଶୀର୍ଷକର କ୍ରମାଙ୍କ ପସନ୍ଦ ଲେଖା ଯାଇଥାଏ
  • ଭୋଟର୍ ପ୍ରାର୍ଥୀଙ୍କ ନାଁ ଅନୁସାରେ ଦ୍ୱିତୀୟ ସ୍ତମ୍ଭରେ ନିଜର ପସନ୍ଦ ଲେଖିବେ। (ଉଦାହରଣ: ଯଦି ଜଣେ ଭୋଟର୍ କୌଣସି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ଚାହୁଁଥିବେ, ତେବେ ତାଙ୍କ ନାଁ ଆଗରେ ୧ ଲେଖିବେ। ସେହିପରି ଅନ୍ୟ ପ୍ରାର୍ଥୀଙ୍କ ଆଗରେ ୨ ଲେଖିପାରିବୋ ତେବେ ଏହି ସଂଖ୍ୟା ଇଂରାଜୀ ରୋମାନ କିମ୍ବା କୌଣସି ଭାରତୀୟ ଭାଷାରେ ଲେଖାଯିବା ଶବ୍ଦରେ ଲେଖାଯିବ ନାହିଁ) 
Advertisment

ଜାଣନ୍ତୁ, ଭୋଟ୍‌ ଗଣତି ପ୍ରକ୍ରିୟା...

  • ମତଦାନ ସରିବା ପରେ ସେହିଦିନ ହିଁ ଗଣତି ହୋଇଥାଏ
  • ରିଟର୍ଣ୍ଣିଂ ଅଫିସର ସବୁ ବାଲଟ୍ ପେପରକୁ ଯାଞ୍ଚ କରି ଏଥିରେ ଥିବା ବୈଧ ଭୋଟ୍‌କୁ ଅଲଗା କରିଥାନ୍ତି
  • ଏହାପରେ କେଉଁ ପ୍ରାର୍ଥୀଙ୍କୁ କେତେ ବୈଧ ଭୋଟ୍ ମିଳିଲା ତାହା ଜଣାପଡ଼ିଥାଏ

 ଜାଣନ୍ତୁ, ପ୍ରତ୍ୟେକ ପ୍ରାର୍ଥୀଙ୍କ କୋଟାକୁ କିଭଳି ହିସାବ କରାଯାଏ ? 

ନିର୍ବାଚନ ଜିତିବା ଲାଗି ପ୍ରାର୍ଥୀଙ୍କୁ ଆବଶ୍ୟକ କୋଟା ଦରକାର ହୁଏ। ମୋଟ୍‌ ବୈଧ ଭୋଟ୍‌କୁ ୨ରେ ହରଣ କରି ଏହାକୁ ୧ରେ ମିଶାଯିବା ପରେ ଯେଉଁ ଫଳ ବାହାରିଥାଏ ତାହା ହୋଇଥାଏ ପ୍ରାର୍ଥୀଙ୍କ କୋଟା। ଆଉ ଏହି କୋଟା ହିଁ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବାରେ ସକ୍ଷମ ହୋଇଥାଏ।
(ଉଦାହରଣ ସ୍ୱରୂପ ଯଦି ୭୮୯ଟି ବୈଧ ଭୋଟ୍‌ ପଡିଛି ତେବେ ପ୍ରାର୍ଥୀଙ୍କ କୋଟା ହେବ ୭୮୯ ହରଣ ୨ ହେଉଛି ୩୯୪ ଦଶମିକ ୫ (ଦଶମିକ ୫କୁ ହିସାବକୁ ନିଆଯିବ ନାହିଁ)। ତେଣୁ ଏହାକୁ ୩୯୫ ଧରାଯିବ। ପ୍ରଥମ ପସନ୍ଦର ଭୋଟ୍‌ରେ କୌଣସି ପ୍ରାର୍ଥୀଙ୍କୁ ଯଦି ଆବଶ୍ୟକ କୋଟା ମିଳିଯାଏ ତେବେ ତାଙ୍କୁ ବିଜୟୀ ଘୋଷଣା କରାଯାଇଥାଏ।)

Jagdeep Dhankhar Margaret Alva Vice Presidential Election Vice Presidential Election 2022
Advertisment
Advertisment