Advertisment

ଅପହରଣ ହେବାର ଭୟ : ବାଦାମ ବିକିବେନି ‘କାଚ୍ଚା ବାଦାମ ଗୀତର ଗୀତିକାର ଭୁବନ ବାଦ୍ୟକର

କାଚ୍ଚା ବାଦାମ ହେଉ କି ଭାଜା ବାଦାମ। ଆଉ ବାଦାମ ବିକିବେନି ଭୁବନ ବାଦ୍ୟକର। ସବୁଦିନ ପାଇଁ ବାଦାମ ବିକିବା ବନ୍ଦ କରି ଦେଇଛନ୍ତି ଭୁବନ। ମାତ୍ର ଗୋଟିଏ ଭୟ ପାଇଁ ଏମିତି କଠୋର ନିଷ୍ପତ୍ତି ନେବାକୁ ଭୁବନ ବାଧ୍ୟ ହୋଇଛନ୍ତି । କଣ ସେହି ଭୟ। କାହା ପାଇଁ ଏମିତି ପଦକ୍ଷେପ। ସେହି ଅଜଣା ଭୟ ବିଷୟରେ ଜାଣନ୍ତୁ ।

author-image
Prangyan Parimita
kachha badam

kachha badam

କାଚ୍ଚା ବାଦାମ ଗୀତ ପାଇଁ ରାତାରାତି ଷ୍ଟାର ପାଲଟି ଯାଇଛନ୍ତି ପଶ୍ଟିମବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକର। ସୋସିଆଲ ମିଡିଆର ଛୋଟିଆ ଭିଡିଓ କ୍ଲିକ ତାଙ୍କୁ କରି ଦେଇଛି ଲୋକପ୍ରିୟ। ଗାଁଠୁ ଗୈହାଟୀ, ପଶ୍ଚିମବଂଗରୁ ପାକିସ୍ତାନ ସଭିଙ୍କ ମୁହଁରେ ଭୁବନଙ୍କ କାଚା ବାଦାମ ଗୀତ। ଦିନ କେଇଟାରେ ଭୁବନଙ୍କ ପ୍ରତିଭା ହଜାର ହଜାର ଲୋକଙ୍କ ପାଖରେ ପହଞ୍ଚି ଯାଇଛି। ଆଉ ଭୁବନଙ୍କ ଗୀତର ମ୍ୟୁଜିକରେ ଗୋଡ ଉଠାଇ ଅଣ୍ଟା ହଲାଇ ନାଚୁଛନ୍ତି ସେଲିବ୍ରିଟି।

Advertisment

ହଠାତ ଭୁବନ ବାଦ୍ୟକରଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହୋଇଛି। ଯାହାକୁ କେହି କେବେ ବିଶ୍ୱାସ କରି ନଥିଲେ, ତାହା ହିଁ ଘଟିଛି। ଏକ ସାକ୍ଷାତକାରରେ ଭୁବନ କହିଛନ୍ତି, ‘ବର୍ତ୍ତମାନ ସେ ବାଦାମ ବିକ୍ରି କରିବା ବନ୍ଦ କରି ଦେଇଛି। କାରଣ ସେ ଜଣେ କଳାକାର ହେବାକୁ ଚାହୁଁଛନ୍ତି। ଏବେ ବାହାରକୁ ବାହାରିଲେ ତାଙ୍କୁ ଲୋକେ ଘେରି ଯାଉଛନ୍ତି। ଏଭଳି ସ୍ଥିତିରେ ସେ ରାସ୍ତାରେ ବୁଲି ବୁଲି ବାଦାମ ବିକ୍ରି କରିବା ସମ୍ଭବ ହେଉନାହିଁ।

ଖାଲି ଏତିକି ନୁହେଁ, ପଡ଼ୋଶୀମାନେ ମଧ୍ୟ ଭୁବନଙ୍କୁ ବାହାରକୁ ଯିବାକୁ ବାରଣ କରିଛନ୍ତି। କାରଣ, କୌଣସି ମୁହୂର୍ତ୍ତରେ ସେ ଅପହରଣ ହେବାର ଆଶଙ୍କା ରହିଛି। ସବୁବେଳେ ମନକୁ ପାପ ଛୁଉଁଥିବାରୁ ଆଗପଛ ନ ଭାବି ବାଦାମ ବିକ୍ରି ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି ଭୁବନ।

Advertisment

କିଛି ଦିନ ପୂର୍ବରୁ ରାସ୍ତାରେ ବୁଲିବୁଲି ବାଦାମ ବିକ୍ରି କରୁଥିଲେ ଭୁବନ। ଆଜିର ସୋସିଆଲ ମିଡିଆ ତାଙ୍କ ଭାଗ୍ୟକୁ ବଦଳାଇ ଦେଇଛି। ଭୁବନଙ୍କ ଗୀତ ଭାଇରାଲ ହେବା ପରେ ମ୍ୟୁଜିକ କମ୍ପାନିମାନେ ତାଙ୍କୁ ଟଙ୍କା ଦେଇଥିବା ବେଳେ ଅନେକ ନୂଆ ଅଫର ତାଙ୍କୁ ମିଳିଛି।

ଅନେକ ସମୟରେ କୁହାଯାଏ, କାହାର ଭାଗ୍ୟ କେତେବେଳେ ବଦଳିଯିବ ତାହା କେହି ଜାଣନ୍ତି ନାହିଁ। ଯାହା ଘଟିଛି ବୁଲା ବାଦମ ବିକାଳି ଭୁବନ ବାଦ୍ୟକରଙ୍କ କ୍ଷେତ୍ରରେ। ଗରିବ ହେଲେ ବି ସୋସିଆଲ ମିଡିଆ ତାଙ୍କୁ ରାତାରାତି ଷ୍ଟାର ବନାଇ ଦେଇଛି। କଚ୍ଚା ବାଦାମ ଗୀତ ପାଇଁ ଭୁବନ ଆଜି ଦୁନିଆରେ ଭିନ୍ନ ପରିଚୟ ପାଇଛନ୍ତି।

Bhuban Badyakar
Advertisment
Advertisment