/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705158808.jpg)
Kharge named INDIA bloc chairperson
ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ହାତରେ ଇଣ୍ଡି ମେଣ୍ଟର ନେତୃତ୍ୱ ଭାର । ଭର୍ଚୁଆଲ ବୈଠକରେ ଆଜି କଂଗ୍ରେସ ସଭାପତି ଖଡଗେଙ୍କୁ ଅଧ୍ୟକ୍ଷ ବାଛିଛି ବିରୋଧୀ ଇଣ୍ଡିଆ ବ୍ଲକ । ସୂଚନା ଅନୁଯାୟୀ, ୨୮ରୁ ଅଧିକ ଦଳ ଇଣ୍ଡିଆ ମେଣ୍ଟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଅଧ୍ୟକ୍ଷ କରିଛନ୍ତି ।
Advertisment
କୁହାଯାଉଥିଲା ଯେ, ନୀତୀଶ କୁମାରଙ୍କୁ ଏହି ବୈଠକରେ ଇଣ୍ଡିଆ ମେଣ୍ଟର ସଂଯୋଜକ କରାଯାଇପାରେ । କିନ୍ତୁ ତାହା ହୋଇପାରିନଥିବା ଚର୍ଚ୍ଚା ହେଉଛି । ନୀତୀଶ କୁମାର ନିଜେ ମନା କରିଥିବା କୁହାଯାଉଛି ।
ଏହି ବୈଠକରେ ଆରଜେଡି ମୁଖ୍ୟ ଲାଲୁ ଯାଦବ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବ, ଏନସିପି ମୁଖ୍ୟ ଶରଦ ପାୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟାନ୍ୟ ନେତା ଯୋଗ ଦେଇଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)