/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683612236.jpg)
only licensed manufacturer of national flags in India
ଲାଲ୍ କିଲ୍ଲାରେ ଫର୍ ଫର୍ ହୋଇ ଉଡୁଥିବା ଜାତିର ଗୌରବ ହେଉ କିମ୍ବା ଦେଶର ଭିଭିଆଇପିଙ୍କ ଗାଡ଼ିରେ ଲାଗିଥିବା ତ୍ରିରଙ୍ଗା । ଆଉ ମନରେ ଜାତି ପ୍ରେମ ସୃଷ୍ଟି କରୁଥିବା ଏହି ସବୁ ସୁଉଚ୍ଚ ପତାକା । ଆପଣ କେବେ ଚିନ୍ତା କରିଛନ୍ତି କି, ଏସବୁ କେଉଁଠି ତିଆରି ହେଉଛି ? ଆଉ ଏହାର ଉତ୍ତର ହେଲା, ଦେଶର ପ୍ରଥମ ଓ ଏକମାତ୍ର BIS ହଲମାର୍କ ସ୍ୱୀକୃତି ପ୍ରାପ୍ତ ତ୍ରିରଙ୍ଗା ମ୍ୟାନୁଫାକଚରିଙ୍ଗ୍ ୟୁନିଟ୍ ରହିଛି କର୍ଣ୍ଣାଟକର ହୁବୁଳିରେ. ।
କର୍ଣ୍ଣାଟକ ଖଦି ଗ୍ରାମଉଦ୍ୟୋଗ ସଂଯୁକ୍ତ ସଂଘର ଏହି ୟୁନିଟ୍ ହୁବୁଳି (Hubballi)ରେ ରହିଛି । ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଉଡୁଥିବା ତ୍ରିରଙ୍ଗା ଏଠାରେ ତିଆରି ହୁଏ । ଦେଶର କୋଣ ଅନୁକୋଣକୁ ମଧ୍ୟ ଏଠାରୁ ତ୍ରିରଙ୍ଗା(national flags ) ଯାଏ, ତାହା ପୁଣି ବିଭିନ୍ନ ଆକାରର । କାରିଗରମାନେ ତ୍ରିରଙ୍ଗା ପ୍ରସ୍ତୁତିରେ ସବୁବେଳେ ବ୍ୟସ୍ତ ଥାଆନ୍ତି । କିଏ କପଡ଼ା ସିଲେଇ ଦିଏ ତ ପୁଣି କିଏ ତିଆରି ହୋଇସାରିଥିବା ତ୍ରିରଙ୍ଗାକୁ ଇସ୍ତ୍ରୀ କରି ପ୍ୟାକିଂ କରିଦିଏ ।
ଏଠାରେ ମୋଟ ୯ ଟି ଆକାରର ତ୍ରିରଙ୍ଗା ପ୍ରସ୍ତୁତ ହୋଇଥାଏ । ଡିଜାଏନ, କଟିଙ୍ଗ, ଷ୍ଟିଚିଙ୍ଗ୍ ଠାରୁ ଆରମ୍ଭ କରି ସମସ୍ତ କାମ ଏଠାରେ କେବଳ ମହିଳାଙ୍କ ଦ୍ୱାରା ହିଁ ହୋଇଥାଏ । ଆଉ ଏହା ହିଁ ଏଠାକାର ସ୍ୱତନ୍ତ୍ରତା ।
ସ୍ୱାଧୀନତା ପରେ ପରେ ୧୯୫୭ ମସିହାରେ ଏହି ୟୁନିଟ୍ ପ୍ରତିଷ୍ଠା କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ଭେଙ୍କେଟସ ମଙ୍ଗଦଙ୍କ ଉଦ୍ୟମରେ ଏହା ପ୍ରତିଷ୍ଠା ହୋଇଥିଲା । ୨୧ /୧୪ ସାଇଜ ସବୁଠାରୁ ବଡ଼ ଥିବା ବେଳେ ଭିଭିଆଇପିଙ୍କ କାରରେ ବ୍ୟବହୃତ ହେଉଥିବା ତ୍ରିରଙ୍ଗାର ସାଇଜ୍ ୬/୯ ରହିଥାଏ । କର୍ଣ୍ଣାଟକର ନରଗୁଣ୍ଡ ଫୋର୍ଟ, ମହାରାଷ୍ଟ୍ର ରାଇଗଡ଼ ସ୍ଥିତ ଶିବାଜୀ ଫୋର୍ଟ ରେ ଲାଗିଥିବା ତ୍ରିରଙ୍ଗା ଏଠାରୁ ପ୍ରସ୍ତୁତ ହୋଇ ଯାଇଛି ।
ସୂଚନାଯୋଗ୍ୟ ସାମ୍ବାଧାନିକ ପଦବୀରେ ଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟଙ୍କ ଯାନରେ ତ୍ରିରଙ୍ଗା ଲଗାଇବାର ଅନୁମତି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)