ରାଗିଗଲେ ଟ୍ରେନ୍‌ ଯାତ୍ରୀ, ସହଯାତ୍ରୀଙ୍କ ଦେହରେ ଲଗାଇଦେଲେ ନିଆଁ ! ୩ ମୃତ

ନିଆଁ ଲାଗିବା ଯୋଗୁ ସେମାନେ ଭୟରେ ତଳକୁ ଡେଇଁ ପଡ଼ି ପ୍ରାଣ ହରାଇଥିବା କୁହାଯାଉଛି ।

Train Firemishap

ଟ୍ରେନ ଭିତରେ ଘଟିଛି ଭୟଙ୍କର ଘଟଣା । ସାମାନ୍ୟ ପାଟିତୁଣ୍ଡରୁ ଚଳନ୍ତା ଟ୍ରେନରେ ନିଆଁ ଲଗାଇ ଦେଇଛି ଜଣେ ଯୁବକ। ସହଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ସେମାନଙ୍କୁ ପୋଡ଼ି ମାରିବାକୁ ଚେଷ୍ଟା କରିଥିବା ଯୁବକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଏଥିରେ ଜଣେ ଛୋଟ ପିଲାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଟ୍ରେନ ବଗିରେ ନିଆଁ ଲାଗି ଯିବା ଯୋଗୁ ଆଉ ୯ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା କୁହାଯାଉଛି ।

ଅଲଫୁଝା-କନ୍ନୁର ଏକ୍ସପ୍ରେସ ଡି-୧ କୋଚରେ ଏହି ଘଟଣା ଘଟିଛି । ଟ୍ରେନଟି କୋଝିକୋଡ ଷ୍ଟେସନ ଛାଡ଼ିବା ପରେ ଘଟଣାଟି ଘଟିଥିଲା । ରାତି ପ୍ରାୟ ୯.୪୫ରେ ଟ୍ରେନରେ ନିଆଁ ଲାଗି ଯାଇଥିବା ଖବର ଆସିଥିଲା । ଏହାପରେ ଏହା ପଛର କାରଣ ସାମ୍ନାକୁ ଆସିଛି । ପୋଲିସ୍ ତଦନ୍ତ ବେଳେ ଜଣେ ଛୋଟ ପିଲାଙ୍କ ସମେତ ୩ ଜଣଙ୍କ ମୃତଦେହ ରେଳ ଟ୍ରାକ୍‌ରୁ ଉଦ୍ଧାର କରିଛି । ଘଟଣା ଘଟିବାର ୪ ଘଣ୍ଟା ପରେ ଇଲାଥୁର ଷ୍ଟେସନ ନିକଟରୁ ସେମାନଙ୍କ ମୃତଦେହ ମିଳିଛି । ନିଆଁ ଲାଗିବା ଯୋଗୁ ସେମାନେ ଭୟରେ ତଳକୁ ଡେଇଁ ପଡ଼ି ପ୍ରାଣ ହରାଇଥିବା କୁହାଯାଉଛି ।